ହେଡଲାଇନସ୍:

ଲଷ୍ମୀ ବସ ସହ ବୁଲେଟ ଧକ୍କାରେ ଚାଲିଗଲା ୩ଜଣ ଯୁବକଙ୍କ ମୂଲ୍ୟବାନ ଜୀବନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲଷ୍ମୀ ବସ ସହ ବୁଲେଟ ଧକ୍କାରେ ଚାଲିଗଲା ୩ଜଣ ଯୁବକଙ୍କ ମୂଲ୍ୟବାନ ଜୀବନ।ଯାହାକୁ ନେଇ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପାଟପଲ୍ଲୀ ଛକ ଠାରେ ଗୁରୁବାର ଲକ୍ଷ୍ମୀ ବସ ସହ ବୁଲେଟ ମୁହାଁମୁହିଁ ଧକ୍କାରେ ମାଣିଆ କାଠି ଗ୍ରାମର ସିଲୁ ମୁଳି, ଟିଲୁ ଗୌଡ଼, ଶଙ୍କର ଗୌଡ଼ଙ୍କର ମୃତ୍ୟୁ ଘଟିଛି।ଆଜି ଗୋଟିଏ ବୁଲେଟ୍ ରେ ଉକ୍ତ ତିନି ଜଣ ସୋରଡ଼ାକୁ କୌଣସି କାମରେ ଆସିଥିଲେ ଏବଂ କାମ ସାରି ତିନିହେଁ ପୁଣି ନିଜ ଗ୍ରାମ ମାଣିଆ କାଠିକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଲକ୍ଷ୍ମୀ ବସଟି ସୋରଡ଼ା ଅଭିମୁଖେ ଆସୁଥିବା ବେଳେ ପାଟ ପଲ୍ଲୀ ଛକ ଠାରେ ବୁଲେଟ ସହ ଖୁବ ଜୋରରେ ମୁହାଁମୁହିଁ ଧକ୍କା ହୋଇଥିଲା।ଯାହା ଫଳରେ ଗାଡ଼ିରୁ ଛିଟକି ପଡ଼ି ଘଟଣା ସ୍ଥଳରେ ହିଁ ତିନି ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ଏସମ୍ପର୍କରେ ଖବର ପାଇବା ପରେ ଘଟଣା ସ୍ଥଳରେ 108 ଆମ୍ବୁଲାନ୍ସ, ସୋରଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତକ ମାନଙ୍କୁ ଉଦ୍ଧାର କରି ସୋରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।

0
0
0
s2sdefault