ଭୁବନେଶ୍ୱର:ମହାନଦୀ ଓ ଗୋଦାବରୀ ନଦୀର ପୁନରୁଦ୍ଧାର ଉଦ୍ଦେଶ୍ୟରେ ଜଙ୍ଗଲବିଭାଗ ମାଧ୍ୟମରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତି ପାଇଁ ପ୍ରାଥମିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିା
ଆବହମାନ କାଳରୁ ନଦୀଗୁଡ଼ିକ ଜଳଚକ୍ରରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛନ୍ତିା ସମତଳ ଅଞ୍ଚଳର ଜଳ ନିଷ୍କାସନ, ପୃଥିବୀ ପୃଷ୍ଠର ଜୀବଜଗତ ଓ ଉଦ୍ଭିଦ ଜଗତ ଏବଂ ସମସ୍ତ ପ୍ରାଣୀମାନଙ୍କର ବାସସ୍ଥାନ, ଖାଦ୍ୟ ଯୋଗାଣ , କୃଷି ପାଇଁ ଉର୍ବର ସମତଳ ଜମି ଯୋଗାଇଦେବା ତଥା ଜଳବିଦ୍ୟୁତ ଶକ୍ତି ସୃଷ୍ଟି ପାଇଁ ନଦୀଗୁଡ଼ିକ ସର୍ବଦା ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତିା
ଆଜି ଜଙ୍ଗଲବିଭାଗ, ଜଙ୍ଗଲ ଉତ୍ପାଦିକତା ପ୍ରତିଷ୍ଠାନ(ରାଞ୍ଚି) ଓ ଜଙ୍ଗଲ ଜୈବବିବିଧତା ପ୍ରତିଷ୍ଠାନ (ହାଇଦ୍ରାବାଦ) ଆନୁକୂଲ୍ୟରେ ଅନୁଷ୍ଠିତ ଏହି କର୍ମଶାଳର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ଜଳସଂପଦବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା
ଯୋଗଦେଇ କହିଲେ ଯେ ପ୍ରାକୃତିକ ଜଳସ୍ରୋତର ଅବରୋଧକୁ ହଟାଇବା ସହ ନିମ୍ନଭୂମିରେ ଗୃହନିର୍ମାଣ କାର୍ଯ୍ୟବନ୍ଦ କରିବାର ଆବଶ୍ୟକତା ରହିଛିା ଢାଞ୍ଚାଗତ ପରିବର୍ତ୍ତନ ଅପେକ୍ଷା ଆମମାନଙ୍କ ସ୍ୱଭାବଗତ ପରିବର୍ତ୍ତନର ଆବଶ୍ୟକତା ରହିଛିା ଭୂତଳ ଜଳସ୍ତରରବୃଦ୍ଧି ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବା ସହିତ ଜଳର ଅପଚୟକୁ ପ୍ରତିହତ କରିବା ଦରକାରା
ବିଭିନ୍ନ ପ୍ରକାରବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ନଦୀ ଅବବାହିକାରେ ବ୍ୟାରେଜ୍ ଏବଂ ଡ୍ୟାମ୍ ନିର୍ମାଣ,ବାଲି ପଥର ଖନନ, ରାସ୍ତା ନିର୍ମାଣ ଏବଂ ସଫେଇ କାର୍ଯ୍ୟରୁ ନିର୍ଗତ ବର୍ଜ୍ୟବସ୍ତୁ, ଜଳବିଦ୍ୟୁତ ଏବଂ ଶିଳ୍ପବିକାଶ ପାଇଁ ଆବଶ୍ୟକ ଜଳ, ଜଳଗ୍ରହଣ ଅଞ୍ଚଳରେ ଜଙ୍ଗଲ କ୍ଷୟ ଯୋଗୁ ନଦୀଗୁଡ଼ିକର ଜଳ ପ୍ରବାହ ବ୍ୟାହତ ହେବା ସହ ନଦୀଜଳର ମାନ ନିମ୍ନ ଧରଣର ହେବା ସହ ନଦୀଗୁଡ଼ିକ ପ୍ରାକୃତିକ ଉପାୟରେ ପ୍ରଦୂଷଣମୁକ୍ତ ହେବାରେ ବାଧା ସୃଷ୍ଟି ହେଉଛି ବୋଲି କର୍ମଶାଳାରେ ଯୋଗଦେଇ ବକ୍ତାମାନେ ମତବ୍ୟକ୍ତ କରିଥିଲୋ
ଦେଶର ୧୩ଟି ପ୍ରମୁଖ ନଦୀର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫରୁ ନିଷ୍ପତ୍ତି ନିଆଯାଇଛିା ଫରେଷ୍ଟ ପ୍ରଡକ୍ଟିଭ ଇନଷ୍ଟିଟ୍ୟୁଟ ରାଞ୍ଚିକୁ ମହାନଦୀର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡି ପିଆର୍) ପ୍ରସ୍ତୁତି ପାଇଁ ଦାୟିତ୍ୱ ଦିଆଯାଇଥିବା ବେଳେ ଜଙ୍ଗଲ ଜୈବ ବିବିଧତା ହାଇଦ୍ରାବାଦକୁ ଗୋଦାବରୀ ନଦୀ ପାଇଁ ଦାୟିତ୍ୱ ଅର୍ପଣ କରାଯାଇଛିା ଏହି କର୍ମଶାଳା ମାଧ୍ୟମରେ ସମସ୍ତ ଅଂଶୀଦାର ବିଭାଗ,ବ୍ୟକ୍ତିବିଶେଷ, ଏଜେନ୍ସୀମାନଙ୍କୁ ସଚେତନ କରାଯିବା ସହ ନଦୀର ବର୍ତ୍ତମାନ କାର୍ଯ୍ୟ ପାଇଁ ଆଲୋଚନା ହୋଇଥିଲାା
ଏହି କର୍ମଶାଳାର ପ୍ରଥମ ଅଧିବେଶନରେ ବନ୍ୟଜନ୍ତୁ ବିଜ୍ଞାନ (ଡେରାଡୁନ୍)ର ଅବସର ପ୍ରାପ୍ତ ଡିନ୍ ଡ. ପି. କେ. ମାଥୁର, ଜଙ୍ଗଲ ଉତ୍ପାଦକତା ପ୍ରତିଷ୍ଠାନ(ରାଞ୍ଚି)ର ବୈଜ୍ଞାନିକ ଡ. ଶରତ ତିଓ୍ୱାରୀ, ଜଙ୍ଗଲ ଉତ୍ପାଦକତା ପ୍ରତିଷ୍ଠାନ(ରାଞ୍ଚି)ର ବୈଜ୍ଞାନିକ ଡ. ପି.କେ. ଦାସ ଉପସ୍ଥିତ ଥିବାବେଳେ ଅତିରିକ୍ତ ପ୍ରଧାନ ମୁଖ୍ୟବନ ସଂରକ୍ଷକ ଡ. ଏ. କେ. ପାଠକ ନୋଡାଲ୍ ଅଧିକାରୀ ଭାବେ ମହାନଦୀ ଅବବାହିକା କ୍ଷେତ୍ରରେ ଥିବା ଜଙ୍ଗଲ ସମ୍ପର୍କିତ ତାଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲୋ
ଦ୍ୱିତୀୟ ଅଧିବେଶନରେ ବୈଜ୍ଞାନିକ ଡ. ପି. ଏଚ. ଚୌହାନ୍, ଡ. ଆର୍, ଜୌହେରୀ, ଡ.ଏସ୍ ପଟ୍ଟନାୟକ, ପ୍ରଧାନ ମୁଖ୍ୟବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ଉଦ୍ୟାନ କୃଷିବିଭାଗର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ମତ ଉପସ୍ଥାପନ କରିଥିଲୋ
ରାଜ୍ୟ
ମହାନଦୀ ଓ ଗୋଦାବରୀ ନଦୀର ପୁନଃରୁଦ୍ଧାର ଉଦ୍ଦେଶ୍ୟରେ ପ୍ରସ୍ତୁତ ହେଉଛି ଡିପିଆର୍
- Hits: 441