ଭୁବନେଶ୍ୱର(ଶାସକ ପ୍ରଶାସକ): ଫନି ବାତ୍ୟା କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ୍ (ଓସାନ୍) କର୍ମକର୍ତ୍ତାମାନେ ଭେଟି ୫ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଆସୋସିଏସନ୍ ସମେତ ନାଇଜେରିଆରେ ଥିବା ହିନ୍ଦୁ ମନ୍ଦିର ଫାଉଣ୍ଡେସନ୍ ଓ ଅନ୍ୟ ଭାରତୀୟମାନେ ଏଥିଲାଗି ଅର୍ଥ ଦାନ କରିଛନ୍ତି ।
କ୍ରମାଗତ ଭାବେ ପଞ୍ଚମଥର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଶ୍ରୀ ପଟ୍ଟନାୟକଙ୍କୁ ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ୍ ଅଭିନନ୍ଦନ ଜଣାଇବା ସହିତ ଏହାର କର୍ମକର୍ତ୍ତାମାନେ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ । ନାଇଜେରିଆରେ ୨୦୦୬ ମସିହାରେ ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ୍ ଗଠନ ହୋଇଥିଲା ଓ ରଥଯାତ୍ରା ଆରମ୍ଭ କରାଯାଇଥିଲା । ୨୦୧୭ ଫେବୃଆରୀରେ ଏଠାରେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରକୁ ଓଡ଼ିଶାର ପଥର ଶିଳ୍ପୀଙ୍କ ଦ୍ୱାରା କରାଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ଓସାନ୍ କାର୍ଯ୍ୟକାରୀ କମିଟି ପକ୍ଷରୁ ପ୍ରକାଶିତ ‘ଶ୍ରୀ ଲର୍ଡ ଜଗନ୍ନାଥ’ ବାର୍ଷିକ ମୁଖପତ୍ରକୁ ମୁଖ୍ୟମନ୍ତ୍ରୀଙ୍କୁ ଆଜି ପ୍ରଦାନ କରାଗଲା । ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ମନ୍ଦିର ସୁଦୁର ନାଇଜେରିଆରେ କରାଯାଇଥିବାରୁ ଓସାନ୍ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ୍ ପକ୍ଷରୁ ଭେଟିଥିବା କର୍ମକର୍ତ୍ତାମାନେ ହେଲେ କ୍ୟାପଟେନ୍ ଡି.କେ. ମିଶ୍ର, ଶରତ ସାହୁ, ପ୍ରଶନ କୁମାର ଜେନା, ସଂଜୟ ସାହୁ, ହାଡ଼ିବନ୍ଧୁ ରାଉତ ଏବଂ ରମେଶ ବିଶ୍ୱାଳ ।
ରାଜ୍ୟ
ଫନି ଆକ୍ରାନ୍ତଙ୍କ ପାଇଁ ନାଇଜେରିଆ ଓଡ଼ିଆ ସମାଜ ଆସୋସିଏସନ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ଲକ୍ଷ ଟଙ୍କା ଦାନ
- Hits: 743