ଓଡ଼ଗାଁ : ସାରା ବିଶ୍ୱ ପରିବେଶ ଦିବସ ପାଳନ କରୁଥିବା ବେଳେ ଏହା ସତ ନା ନାମମାତ୍ର ବୋଲି ସାଧାରଣରେ ଭ୍ରମ ସୃଷ୍ଟି କରୁଛି। ବୃକ୍ଷରୋପଣ କେବଳ କାଗଜ କଲମ ମଧ୍ୟରେ ସିମିତ ରହିଥରବାରୁ ସମଘ୍ର ଜୀବସତ୍ତା ଆଜି ବିପନ୍ନ । ରୁତୁଚକ୍ରରେ ପରିବର୍ତନ ବର୍ତ୍ତମାନ ସମୟର ଆହ୍ୱାନ । କଂକ୍ରିଟ ଦାନବର ଅତ୍ୟାଚାରରେ ଅସନ୍ତୁଳିତ ହୋଇ ପଡିଛି ପ୍ରକୃତି । ପ୍ରାକୃତିକ ବିପର୍ଯ୍ୟୟ ପିଛା ଛାଡୁନି । ଜନ ସଖ୍ୟାର ଦୃତ ବିକାଶ ସହିତ ଆବଶ୍ୟକତାକୁ ପୁରଣ ପାଇଁ ଗୃହ ଓ ରାସ୍ତା ନିର୍ମାଣ ସହିତ କଳକାରଖାନା ସ୍ଥାପନ ପାଇଁ ଜେତିକି ଗଛ ହରେଇବାକୁ ପଡୁଛି ତଦନୁଯାୟୀ ତାହାର ସୂନ୍ୟତା ପୁରଣ କରାଯାଇ ପାରୁନାହିଁ । ସନ୍ତୁଳିତ ପରିବେଶ ଏବଂ ତାହାର ସୁରକ୍ଷା ପାଇଁ ବୃକ୍ଷ ରୋପଣ ଜରୁରୀ ଜାଣି ସୁଧା ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଠାରେ ଏହାର ଏକ ନିଚ୍ଛକ ଉଦାହରଣ ଦିଆଯାଇପାରେ । ଗତକିଛି ଦିନ ହେଲା ପ୍ରଚଣ୍ଡ ଖରା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ଅଂଚଳବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଇବା ସହିତ ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି । ଗ୍ରୀଷ୍ମ ପ୍ରବାହ ଯୋଗୁଁ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ପ୍ରକୋପରେ ଘରୁ ପଦାକୁ ବାହାରି ହେଉନି । ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି । ଓଡଗାଁ -ନୟାଗଡ ୨୧ନଂ ରାଜ୍ୟ ରାଜପଥର ପ୍ରଶସ୍ତିକରଣ ପାଇଁ ୨୦୧୫ ମସିହାରେ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଶହ ଶହ ବର୍ଷ ତଳର ପୁରାତନ ଆମ୍ବଗଛ, ବର, ଅଶ୍ୱସ୍ତ ଗଛ ଓ ନିମ୍ବ ଗଛ ଆଦିକୁ ବହୁ ସଖ୍ୟାରେ କାଟି ଦିଆଯାଇଥିଲା ରାସ୍ତା ନିର୍ମାଣ ସହିତ ଉଭୟ ପାଶ୍ୱରେ ବୃକ୍ଷ ରୋପଣ କାର୍ଯ୍ୟ ଚାଲୁ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ତେବେ ଇତି ମଧ୍ୟରେ ୪ବର୍ଷ ବିତିଗଲାଣି କିନ୍ତୁ ରାସ୍ତା ପାଶ୍ୱର୍ରେ ଗୋଟିଏ ବି ବୃକ୍ଷ ରୋପଣ କରାଯାଇନାହିଁ । ଟାଣ ଖରାରେ ଯାତାୟତ କଲାବେଳେ ଏହି ରାସ୍ତାରେ ପଥିକଟିଏ ବିଶ୍ରାମ ନେବା ପାଇଁ ଗଛ ଥିଲା ଏକମାତ୍ର ସାହାରା । ତେବେ ରାସ୍ତା ପାଶ୍ୱର୍ ବୃକ୍ଷ ଶୂନ୍ୟ ହୋଇଯାଇଥିବାରୁ ପଥିକ ପାଇଁ ଛାଇ ଆଜି ସ୍ୱପ୍ନ ହୋଇଯାଇଛି । ତୁରନ୍ତ ପୂର୍ତ୍ତ ଓ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତାପାଶ୍ୱର୍ରେ ବୃକ୍ଷରୋପଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।
ରାଜ୍ୟ
ପାଳନ ହେଉଛି ପରିବେଶ ଦିବସ : ୨୧ନଂ ରାଜ୍ୟ ରାଜପଥରେ ୪ବର୍ଷ ହେଲା ଲାଗିଲାନି ଗଛଟିଏ
- Hits: 411