ନଅଟି କଲେଜରେ ପରୀକ୍ଷାଫଳ ଶୂନ
ଭୁବନେଶ୍ୱର : ଆଜି ପ୍ରକାଶ ପାଇଲା ଚଳିତ ବର୍ଷର +୨ ବିଜ୍ଞାନ ପରୀକ୍ଷାଫଳ । ଚଳିତ ବର୍ଷର ପାସ୍ ହାର ୭୨.୩୩ % । ପୂର୍ବ ବର୍ଷ ଅପେକ୍ଷା କମିଲା ପାସ ହାର । ଗତବର୍ଷ ତୁଳନାରେ ୪% କମ୍। ବାଲେଶ୍ୱର ଜିଲ୍ଲାରେ ପାସ୍ ହାର ସର୍ବାଧିକ- ୮୬. ୫୬%। ଗଜପତି ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ- ୩୬. ୨୦%। ଝିଅମାନଙ୍କ ପାସ ହାର ପୁଅମାନଙ୍କଠୁ ଅଧିକ । ସୂଚନାଯୋଗ୍ୟ , ୬୦ ଜଣ ପରୀକ୍ଷାର୍ଥୀ ୯୦%ରୁ ଅଧିକ ଅଧିକ ନମ୍ବର ରଖିଛନ୍ତି। ଗତବର୍ଷ ୯୦% ଅଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ଥିଲା ୪୧। ରାଜ୍ୟର ୨୯ଟି କଲେଜର ରେଜଲ୍ଟ ଶତପ୍ରତିଶତ ରହିଛି । ୯ଟି କଲେଜର ଜଣେ ବି ପରୀକ୍ଷାର୍ଥୀ ପାସ କରିନାହାନ୍ତି ।
ଆଜି ମଧ୍ୟାହ୍ନରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ | ମନ୍ତ୍ରୀ ଶ୍ରୀ ଦାଶ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀମାନଙ୍କୁ ଶୁଭକାମନା ଜଣାଇବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଉଲ୍ଲେଖ କରିଥିଲେ ଯେ ଚଳିତ ବର୍ଷ ଯୁକ୍ତ-୨ ବିଜ୍ଞାନରେ ମୋଟ ୯୭ ହଜାର ୭୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲୋ ସେମାନଙ୍କ ମଧ୍ୟରୁ ୪୦ ହଜାର ୫୮ ଜଣ ଛାତ୍ର ଏବଂ ୩୦ ହଜାର ୬୪୮ ଜଣ ଛାତ୍ରୀଙ୍କୁ ମିଶାଇ ମୋଟ ୭୦ ହଜାର ୭୦୬ ଜଣ (୭୨.୩୩%) କୃତକାର୍ଯ୍ୟ ହୋଇଛନ୍ତିା ଛାତ୍ରମାନଙ୍କ ସଫଳତା ହାର ୭୦.୪% ଥ#ବାବେଳେ ଛାତ୍ରୀମାନଙ୍କ ସଫଳତା ହାର ୭୫.୦୨% ରହିଛିା ଏମାନଙ୍କ ମଧ୍ୟରେ ୨୦ ହଜାର ୮୦୬ ଜଣ ପ୍ରଥମ ଶ୍ରେଣୀରେ, ୨୩ ହଜାର ୯୦୪ ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୨୫ ହଜାର ୩୬୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୬୩୬ ଜଣ କମ୍ପାର୍ଟମେଣ୍ଟାଲ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତିା
ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୮୬.୫୬ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତିା ସେହିପରି ଚଳିତ ବର୍ଷ ୬୦ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ, ୧୮୭୨ ଜଣ ୮୦ ପ୍ରତିଶତରୁ ଅଧିକ ଏବଂ ୫୮୮୫ ଜଣ ୭୦ ପ୍ରତିଶତରୁ ଅଧିକ ମାର୍କ ରଖୀବାରେ ସଫଳ ହୋଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଥିଲୋ
ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବରିଷ୍ଠ ପଦାଧିକାରୀମାନଙ୍କ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସଚିବ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି ଓ ପରୀକ୍ଷା ନିୟନ୍ତ୍ରକ ଶ୍ରୀ ବିଜୟ କୁମାର ସାହୁ ଉପସ୍ଥିତ ଥିବାବେଳେ ପରିଷଦର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲୋ www.orissaresults.nic.in ଓ www.chseodisha.nic.in ଓ୍ଵବ୍ସାଇଟ୍ରେ ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ଫଳାଫଳ ଜାଣି ପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।