ବୌଦ୍ଧ(ଶାସକ ପ୍ରସାଶକ) ; ରାଜ୍ୟରେ କ୍ରମାଗତ ଭାବେ ଦିନକୁ ଦିନ ବୃଦ୍ଧି ପାଉଥିବା ଅହେତୁକ ତାପମାତ୍ର ସହିତ ପରିବେଶ ପ୍ରଦୂଷଣ ରେ ରୋକ ଲାଗାଇବା ଓ ଜଙ୍ଗଲ ର ସୁରକ୍ଷା ଆଦି ବିଭିନ୍ନ ଦିଗକୁ ଦୃଷ୍ଟି ଆଗରେ ରଖି ରାଜ୍ୟ ସରକାର କାଠ ଓ କୋଇଲାରେ ପୋଡାଯାଉଥିବା ମାଟିରେ ତିଆରି ଇଟାଭାଟି ଗୁଡିକ ସମ୍ପୁର୍ଣ ଭାବେ ବନ୍ଦ କରିବା ପାଇଁ କଡା କଟକଣା ଜାରୀକରିଛନ୍ତି । ଏଥି ସହିତ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଉନୟନ ମୂଳକ ଯୋଜନା ରେ ନିର୍ମାଣ ହେଉଥିବା ସମସ୍ତ କୋଠାବାଡି ଓ ଘର ଗୁଡିକରେ ପୋଡା ହୋଇଥିବା ମାଟି ଇଟା ବଦଳରେ ଆସ ଇଟା ବ୍ୟବହାର କରିବାକୁ ସ୍ପଷ୍ଟ ନିଦେ୍ର୍ଧଶନାମା ଜାରୀକରିଛନ୍ତି । ଏ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ଓ ଆଗ୍ରହ ସୃଷ୍ଟି କରିବା ପାଇଁ ସରକାରୀ ସ୍ତରରେ ବ୍ୟପକ ପଦକ୍ଷପ ନିଆଯାଉଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ସରକାରଙ୍କ ଏହି ଅଭିମୁଖ୍ୟ ସମ୍ପୁର୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି । ହରଭଙ୍ଗା ବ୍ଲକର ୨୨ ଟି ପଂଚାୟତର ବିଭିନ୍ନ ଅଂଚଳରେ ଏବେ ଦିନକୁ ଦିନ ଛତୁ ଫୁଟିଲା ଭଳି ବେଆଇନ ଭାବେ ଚୋରାରେ ଇଟା ଭାଟି ଗୁଡିକ ଗଢିଉଠିବାରେ ଲାଗିଛି । ସମ୍ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ହଜାର ହଜାର ହିତାଧିକାରୀ ଙ୍କ ପରିବାର ଙ୍କୁ ମିଳୁଥିବା ବିଜୁ ପକ୍କାଘର , ମୋକୁଡିଆ , ଇନ୍ଦିରା ଆବାସ ଓ ପ୍ରଧାନ ମନ୍ତ୍ରୀ ଆବାସ ସହିତ ଶୌଚାଳୟ ନିର୍ମାଣ ପାଇଁ ଆବଶ୍ୟକ କୁ ଆଖି ଆଗରେ ରଖି ଏହି ବ୍ୟବସାୟରେ ସଂପୃକ୍ତ ଅନେକ ଅସାଧୁ ଇଟା ବ୍ୟବସାୟୀ ସରକାରଙ୍କର ଏହି ନୀତିନିୟମର ଖୋଲାଖୋଲି ନିୟମ ଉଲଂଘନ କରି ବେଆଇନ ଭାବେ ଶହ ଶହ ଇଟା ଭାଟିକୁ କାଠ ଓ କୋଇଲା ଦ୍ୱାରା ପୋଡାଉଥିବା ଦେଖିବାକୁ ମିଳିଛି । ଫଳରେ ବହୁ ମୂଲ୍ୟବାନ ଗଛ ନଷ୍ଟ ହେବା ସହ ପରିବେଷ ପ୍ରଦୁଷଣ ବୃଦ୍ଧି ପାଇବାରେ ଲାଗିଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ବ୍ଲକର ତଳଗାଁ, କୁଶଙ୍ଗ, ମହାଲିକପଡା, ସଙ୍କୁଲେଇ, ଛତ୍ରଙ୍ଗ, ହରଭଙ୍ଗା , ଧଳପୁର, ତିଲେଶ୍ୱର, ରାମଗଡ, ପିତାମ୍ବରପୁର, ପୁରୁଣାକଟକ, ଲୁଣିବାହାଲ, ଆଡେଣିଗଡ, ସାମ୍ପୋଚ, ବାମଣ୍ଡା, ରାଧାନଗର, ମଥୁରା, ବଡବନ୍ଧ ଆଦି ପଂଚାୟତର ବିଭିନ୍ନ ଅଂଚଳ ଗୁଡିକରେ ଏତେ ସଂଖ୍ୟାରେ ଇଟାଭାଟି ଗୁଡିକ ଅବାଧରେ ପୋଡାଯାଉଥିଲେ ମଧ୍ୟ ରା୍ସ୍ୱ ବିଭାଗ ଓ ବନ ବିଭାଗ କିପରି ଏହାର ଟେର ପାଇପାରୁ ନାହି ? ନା ସବୁ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚଳିତ ବର୍ଷ ଗୋଟିଏ ପଟେ ଏପ୍ରିଲ ମାସ ପ୍ରରମ୍ଭରୁ ଏ ଅଂଚଳର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବା ଆରମ୍ଭ କରିଦେଇଥିବାରୁ ଆଗାମି ଦିନରେ ଏହାର କୁପରିଣାମ ଅଧିକ ଜଟିଳ ହେବ ବୋଲି ପରିବେଶବିତ ମାନେ ମତବ୍ୟକ୍ତ କରିଛନ୍ତି । ଏନେଇ ବନବିଭାଗର ପୁରୁଣାକଟକ ରେଂକ ଅଧିକାରୀ ନାରାୟଣ ସ୍ୱାଇଁଙ୍କ ଦୃଷ୍ଟିଆକର୍ଷଣ କରିବାରୁ ଆମେ ଗଛକାଟି ବେଆଇନ ଭାବେ ଇଟାଭାଟି ପୋଡୁଥିବା ଘଟଣାରେ ପ୍ରାୟ ୧୦ ଟାରୁ ଉର୍ଦ୍ଧ ଗଛକୁ ଧରି ଫାଇନ କରିସାରିଲୁଣି ମାତ୍ର ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ପକ୍ଷରୁ ସେଭଳି କୌଣସି ପଦକ୍ଷପ ନିଆଯାଉନଥିବା ସମ୍ପୁର୍ଣରୁପେ ଏହାକୁ ରୋକା ଯାଇପାରୁନାହିଁ କହିଥିଲେ । ସେହିପରି ଏ ସମ୍ପର୍କରେ ହରଭଙ୍ଗା ତହସିଲଦାର ବବିତାରାଣୀ ଦଳବେହେରାଙ୍କ ପ୍ରତିକ୍ରିୟା ନେବାରୁ ତାଙ୍କ ନିକଟରେ ସେଭଳି କିଛି ଅଭିଯୋଗ ପହଁଚି ନାହିଁ । ତଥାପି ଯେହେତୁ ସରକାର ଇଟାଭାଟିପୋଡିବା ଉପରେ କଟକଣା ଲଗାଇବା ସହିତ ତାର ବିକଳ୍ପ ଭାବେ ଆସ ଇଟା ବ୍ୟବହାର କରିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ତେଣୁ ଏସବୁକୁ କିପରି ସମ୍ପୁର୍ଣ ଭାବେ ବନ୍ଦ କରାଯିବ ସେଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।
ରାଜ୍ୟ
ହରଭଙ୍ଗା ବ୍ଲକ: ଅବାଧରେ ଚାଲିଛି ବେଆଇନ ଇଟା ଭାଟି ପ୍ରଶାସନ ନିଦାବିଷ୍ନୁ
- Hits: 678