ହେଡଲାଇନସ୍:

ସୋଆ ଆଇଟିିଇଆର କ୍ୟାମ୍ପସ୍ ପରିସରରେ ନୂତନ କ୍ୟାଂଟିନ୍ ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଜାନୁଆରୀ ୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) କ୍ୟାମ୍ପସର ବିଏଚ୍୭ ଛାତ୍ର ନିବାସ ଡାଇନିଙ୍ଗ୍ ରୁମରେ ସୋଡେକ୍ସୋ ଫୁଡ୍ ସର୍ଭିସେସ୍ ଆଣ୍ଡ ଫ୍ୟାସିଲିଟି ମ୍ୟାନେଜମେଂଟ ଦ୍ୱାରା ଏକ ନୂତନ କ୍ୟାଂଟିନ୍ ବୁଧବାର ଉଦ୍ଘାଟିତ ହୋଇଛି ।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆଇଟିଇଆର କମ୍ଫୁ୍ୟଟର ସାଇନସ୍ ଆଣ୍ଡ ଇଞ୍ଜିନିୟରିଂ (ସିଏସ୍ଇ) ବିଭାଗର ମୁଖ୍ୟ ପ୍ରଫେସର (ଡକ୍ଟର) ଦେବାହୁତି ମିଶ୍ର ଯୋଗ ଦେଇଥିଲେ ।
ସେହିପରି ସୋଡେକ୍ସୋ କମ୍ପାନୀର ନିଦେ୍ର୍ଧଶକ ଶ୍ରୀ ମନ୍ଜିତ୍ ସିଂ ଅହଲାୱାତ ଯୋଗଦେଇ କହିଥିଲେ ଯେ ଏଠାକାର ଉତମ ପରିବେଶରେ ଖାଦ୍ୟ ପ୍ରସ୍ତୁତ କରିବା ତାଙ୍କୁ ଅତ୍ୟନ୍ତ ଆନନ୍ଦଦାୟକ ଲାଗୁଛି । ଛାତ୍ରମାନଙ୍କୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟକର, ସୁସ୍ୱାଦୁ ଓ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯିବ ବୋଲି ଶ୍ରୀ ଅହଲାୱାତ କହିଥିଲେ ।
ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯିବା ସହିତ ଏଠାରେ ଇଣ୍ଡିଆନ୍ ଓ ଚାଇନିଜ ପରି ବିଭିନ୍ନ ପ୍ରକାର ଖାଦ୍ୟ ପରିବେଷଣ କରାଯିବ ବୋଲି ସେ କହିଥିଲେ ।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍)ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ଆଇଟିଇଆରର ଟ୍ରିପଲ୍ ଇ’ ର ଆସୋସିଏଟ୍ ପ୍ରଫେସର ଡକ୍ଟର ରଞ୍ଜନ କୁମାର ମଲ୍ଲିକ୍ ଏବଂ ସୋଡେକ୍ସୋ କମ୍ପାନୀ ପକ୍ଷରୁ ଶ୍ରୀ ଯୁବରାଜ ଆୱେଟ୍ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault