Shasak Prashasak News - Odisha's No1. 24 x 7 Odia Newsportal Shasak Prashasak News - Odisha's No1. 24 x 7 Odia Newsportal

Wednesday, 22 Oct 2025
  • ହୋମ୍
  • ରାଜ୍ୟ
  • ଜାତୀୟ/ଆନ୍ତର୍ଜାତୀୟ
  • ରାଜନୀତି
  • ବାଣିଜ୍ୟ
  • ସ୍ୱାସ୍ଥ୍ୟ / ବିଜ୍ଞାନ
  • ଅଘଟଣ
  • ଖେଳ
  • କଳା ସାହିତ୍ୟ ସଂସ୍କୃତି
  • ସମ୍ପାଦକୀୟ
ହେଡଲାଇନସ୍:
ଶିଳ୍ପ ପାଇଁ ଜମି ଚିହ୍ନଟ:ଗ୍ରାମବାସୀଙ୍କ ପ୍ରତିବାଦ, ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର
ନୂଆପଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ନେଲେ ନିର୍ବାଚନ ଖର୍ଚ୍ଚ ସମୀକ୍ଷା ବୈଠକ
ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତଲାସୀ ଅଭିଯାନ
ଭାଲୁ ଆକ୍ରମଣରେ ମହିଳା ଗୁରୁତର
ମହଙ୍ଗା ପଡ଼ିଲା ନିଶାଖାଇ ଉତ୍ପାତ ଘଟଣା, ଏଏସ୍‌ଆଇ ଓ କନେଷ୍ଟବଳ ନିଲମ୍ବିତ
ଦକ୍ଷିଣ କାଳୀ ମନ୍ଦିରରେ କାଳୀ ପୂଜା : ଆସନ୍ତାକାଲି ଯୁଗାର ଯାତ୍ରା
କଳସ ଯାତ୍ରା ରୁ ଆରମ୍ଭ ମାଁ ଦକ୍ଷିଣ କାଳୀ ଙ୍କ ପୂଜା
ସାଇବର ସୁରକ୍ଷା ଅଭିଯାନ
୬୬ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ।
ସୋଆରେ ଆଇଇଇଇର ଷ୍ଟୁଡେଂଟ ବ୍ରାଂଚ ଓ କମ୍ପ୍ୟୁଟର ସୋସାଇଟି ଷ୍ଟୁଡେଂଟ ବ୍ରାଂଚ ଚାପ୍ଟର ଉଦ୍‌ଘାଟିତ

ରାଜ୍ୟ

ଖପ୍ରାଖୋଲରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ:ପାରମ୍ପାରିକ ନାଚ ଗୀତ ରେ ଦୁଲୁକିଲା ମଞ୍ଚ,

09 January 2025
Hits: 479
Rating:
( 0 Rating )

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଖପ୍ରାଖୋଲ ୮/୧( ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ସ୍ଥାନୀୟ ହାଇସ୍କୁଲ ମିନି ଷ୍ଟାଡିୟମରେ ଠାରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ମଶାଲ ଶୋଭାଯାତ୍ରା ଇଷ୍ଟ ଦେବୀ ମା ଡୁମେରତଲେନ ଙ୍କ ମନ୍ଦିରରୁ ଲୋକ ମହୋତ୍ସବ ମଞ୍ଚ କୁ କଲାକାର ଙ୍କ ଗହଣରେ ଅଣାଯାଇଥିଲା। ବିଡ଼ିଓ ବିବେକାନନ୍ଦ ଷଡଙ୍ଗୀ ଙ୍କ ଅଧକ୍ଷାତାରେ ଅନୁଷ୍ଠିତ ଲୋକ ମହୋତ୍ସବ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର, ସମ୍ମାନିତ ଅତିଥି ରୂପେ ବ୍ଲକ ଆଧକ୍ଷା ନିରୁପମା ପଟେଲ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର , ଉପମୁଖ୍ୟ ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା, ଉପାଧ୍ୟକ୍ଷ ସୁଖିରାମ ଷାଣ୍ଡ , ସରପଞ୍ଚ ସଙ୍ଘ ସଭାପତି ସୁଶିଲ କୁମାର ଗୁରୁ ପ୍ରମୁଖ ଯୋଗଦେଇ ନଡ଼ିଆ ଭାଙ୍ଗି, ପ୍ରଦୀପ ପ୍ରଜ୍ଵନ କରି ଉଦଘାଟନ କରିଥିଲେ। ଏହି ଅବସରରେ ଅତିଥି ମାନେ ଅଞ୍ଚଳ ର ଲୋକ ସଂସ୍କୃତ, ଲୋକ ବାଦ୍ୟ, ଲୋକ୍ ଗୀତ, ଲୋକ ନୃତ୍ୟ ର କଳାକାର ଙ୍କ ଲୁକ୍କାୟିତ ପ୍ରତିଭା ର ଚିହ୍ନଟ ଓ ସୁରକ୍ଷା ଉପରେ ଆଲୋକ ପାତ କରିଥିଲେ।ଏହି ଅବସରରେ କଳାକାର ମାନଙ୍କ ଦ୍ଵାରା କରମା ନୃତ୍ୟ, ସମ୍ବଲପୁରୀ ଲୋକ ନୃତ୍ୟ, ପାଲା, ସଙ୍କୀର୍ତ୍ତନ, ସମ୍ପ୍ରଦା, ଖଞ୍ଜଣି,ଘୁଡୁକା, ପଞ୍ଚ ବାଦ୍ୟ, ଦଣ୍ଡ ନୃତ୍ୟ, ରାମ ଲୀଳା , ବାହା ଘର ଗୀତ, ଘୋଡ଼ା ନାଚ ଆଦି ବିଭିନ୍ନ ନାଚ, ଗୀତ, ବାଦ୍ୟ ପରିବେଷିତ ହୋଇଥିଲା। ପାରମ୍ପାରିକ ଲୋକ ନୃତ୍ୟ ଓ ଲୋକ ଗୀତରେ ମଞ୍ଚ ଦୁଲୁକିଥିଲା। ମଞ୍ଚ କୁ ବିରେନ୍ଦ୍ର ପାଣ୍ଡେ ଓ କନିଷ୍କ ବିଭାର ପରିଚାଳନା କରିଥିବା ବେଳେ।
ଏହି ଅବସରରେ ଜି ପି ଡି ଓ ପରମେଶ୍ବର ନାଏକ, ଏ ଏ ଇ କୁଳମଣି ଭୋଇ ,ଡବ୍ଲୁ ଇ ଓ ପ୍ରତୀକ୍ଷା ସାହୁ , କନିଷ୍ଠ ଯନ୍ତ୍ରୀ ରାଜ କିଶୋର ନାଏକ, ସୂର୍ୟଭାନୁ ମେହେର , ଦୀପକ ବେହେରା ,ମନୋଜ ସାହୁ ସମେତ ସମସ୍ତ୍ ସରପଞ୍ଚ ସମିତି ସଭ୍ୟା ସଭ୍ୟ, ସରକାରୀ କର୍ମଚାରୀ, କଳାକାର, କଲାପ୍ରେମୀ ଉପସ୍ଥିତ ଥିଲେ। ଉଦଯାପନୀ ଅବସରରେ କୃତି କଲାକାର ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କୃତି କଳାକାର ଆଗାମୀ ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବ ଭାଗନେବେ ବୋଲି ଜଣାଯାଇଛି।

0
0
0
s2sdefault
twitter
twitter
facebook
google plus
whatsapp
share

 

 

 

 

 

 

 

 

 

 

 

 

 

 

  

 

 

© 2016 Shasak Prashasak News. All Rights Reserved.

Website design & developed by : Mahesh Technology

Search

  • ହୋମ୍
  • ରାଜ୍ୟ
  • ଜାତୀୟ/ଆନ୍ତର୍ଜାତୀୟ
  • ରାଜନୀତି
  • ବାଣିଜ୍ୟ
  • ସ୍ୱାସ୍ଥ୍ୟ / ବିଜ୍ଞାନ
  • ଅଘଟଣ
  • ଖେଳ
  • କଳା ସାହିତ୍ୟ ସଂସ୍କୃତି
  • ସମ୍ପାଦକୀୟ