ରାଜ୍ୟ

ଖପ୍ରାଖୋଲରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ:ପାରମ୍ପାରିକ ନାଚ ଗୀତ ରେ ଦୁଲୁକିଲା ମଞ୍ଚ,

09 January 2025
Hits: 1013
Rating:
( 0 Rating )

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଖପ୍ରାଖୋଲ ୮/୧( ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ସ୍ଥାନୀୟ ହାଇସ୍କୁଲ ମିନି ଷ୍ଟାଡିୟମରେ ଠାରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ମଶାଲ ଶୋଭାଯାତ୍ରା ଇଷ୍ଟ ଦେବୀ ମା ଡୁମେରତଲେନ ଙ୍କ ମନ୍ଦିରରୁ ଲୋକ ମହୋତ୍ସବ ମଞ୍ଚ କୁ କଲାକାର ଙ୍କ ଗହଣରେ ଅଣାଯାଇଥିଲା। ବିଡ଼ିଓ ବିବେକାନନ୍ଦ ଷଡଙ୍ଗୀ ଙ୍କ ଅଧକ୍ଷାତାରେ ଅନୁଷ୍ଠିତ ଲୋକ ମହୋତ୍ସବ ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର, ସମ୍ମାନିତ ଅତିଥି ରୂପେ ବ୍ଲକ ଆଧକ୍ଷା ନିରୁପମା ପଟେଲ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର , ଉପମୁଖ୍ୟ ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା, ଉପାଧ୍ୟକ୍ଷ ସୁଖିରାମ ଷାଣ୍ଡ , ସରପଞ୍ଚ ସଙ୍ଘ ସଭାପତି ସୁଶିଲ କୁମାର ଗୁରୁ ପ୍ରମୁଖ ଯୋଗଦେଇ ନଡ଼ିଆ ଭାଙ୍ଗି, ପ୍ରଦୀପ ପ୍ରଜ୍ଵନ କରି ଉଦଘାଟନ କରିଥିଲେ। ଏହି ଅବସରରେ ଅତିଥି ମାନେ ଅଞ୍ଚଳ ର ଲୋକ ସଂସ୍କୃତ, ଲୋକ ବାଦ୍ୟ, ଲୋକ୍ ଗୀତ, ଲୋକ ନୃତ୍ୟ ର କଳାକାର ଙ୍କ ଲୁକ୍କାୟିତ ପ୍ରତିଭା ର ଚିହ୍ନଟ ଓ ସୁରକ୍ଷା ଉପରେ ଆଲୋକ ପାତ କରିଥିଲେ।ଏହି ଅବସରରେ କଳାକାର ମାନଙ୍କ ଦ୍ଵାରା କରମା ନୃତ୍ୟ, ସମ୍ବଲପୁରୀ ଲୋକ ନୃତ୍ୟ, ପାଲା, ସଙ୍କୀର୍ତ୍ତନ, ସମ୍ପ୍ରଦା, ଖଞ୍ଜଣି,ଘୁଡୁକା, ପଞ୍ଚ ବାଦ୍ୟ, ଦଣ୍ଡ ନୃତ୍ୟ, ରାମ ଲୀଳା , ବାହା ଘର ଗୀତ, ଘୋଡ଼ା ନାଚ ଆଦି ବିଭିନ୍ନ ନାଚ, ଗୀତ, ବାଦ୍ୟ ପରିବେଷିତ ହୋଇଥିଲା। ପାରମ୍ପାରିକ ଲୋକ ନୃତ୍ୟ ଓ ଲୋକ ଗୀତରେ ମଞ୍ଚ ଦୁଲୁକିଥିଲା। ମଞ୍ଚ କୁ ବିରେନ୍ଦ୍ର ପାଣ୍ଡେ ଓ କନିଷ୍କ ବିଭାର ପରିଚାଳନା କରିଥିବା ବେଳେ।
ଏହି ଅବସରରେ ଜି ପି ଡି ଓ ପରମେଶ୍ବର ନାଏକ, ଏ ଏ ଇ କୁଳମଣି ଭୋଇ ,ଡବ୍ଲୁ ଇ ଓ ପ୍ରତୀକ୍ଷା ସାହୁ , କନିଷ୍ଠ ଯନ୍ତ୍ରୀ ରାଜ କିଶୋର ନାଏକ, ସୂର୍ୟଭାନୁ ମେହେର , ଦୀପକ ବେହେରା ,ମନୋଜ ସାହୁ ସମେତ ସମସ୍ତ୍ ସରପଞ୍ଚ ସମିତି ସଭ୍ୟା ସଭ୍ୟ, ସରକାରୀ କର୍ମଚାରୀ, କଳାକାର, କଲାପ୍ରେମୀ ଉପସ୍ଥିତ ଥିଲେ। ଉଦଯାପନୀ ଅବସରରେ କୃତି କଲାକାର ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କୃତି କଳାକାର ଆଗାମୀ ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବ ଭାଗନେବେ ବୋଲି ଜଣାଯାଇଛି।

0
0
0
s2sdefault
twitter
twitter
facebook
google plus
whatsapp
share

 

 

 

 

 

 

 

 

 

 

 

 

 

 

 

  

 

 

Search

  • ହୋମ୍
  • ରାଜ୍ୟ
  • ଜାତୀୟ/ଆନ୍ତର୍ଜାତୀୟ
  • ରାଜନୀତି
  • ବାଣିଜ୍ୟ
  • ସ୍ୱାସ୍ଥ୍ୟ / ବିଜ୍ଞାନ
  • ଅଘଟଣ
  • ଖେଳ
  • କଳା ସାହିତ୍ୟ ସଂସ୍କୃତି
  • ସମ୍ପାଦକୀୟ