ହେଡଲାଇନସ୍:

  ୯ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ: ଆଧୁନିକ ମାନବ ସଭ୍ୟତା ଭୈାତିକ ଦୃଷ୍ଟିରୁ ପ୍ରଗତି କରିଥିଲର ସୁଧା ତାର ମନୋଭାବ ଅବିକଶିତ, ଅନ୍ତଃ କରଣ କଳୁଷିତ, ଚିନ୍ତନ, ଚରିତ୍ର ଓ ବ୍ୟବହାର ଅପରିକୃତ, ଅପରିମାର୍ଜିତ, ନିକୃଷ୍ଟ ହୋଇ ରହିଛି । ଅଜ୍ଞାନତା ପାଇଁ ବ୍ୟକ୍ତି, ପରିବାର, ସମାଜ ସମଶ୍ୟାରେ କବଳିତ । ଏଥିରୁ ମୁକ୍ତି ପାଇବା ଉଦ୍ଦେଶ୍ୟରେ ତତ୍ୱାବଧାରକ ଶାନ୍ତି କୁଞ୍ଜ ହରିଦ୍ୱାରଙ୍କ ଦ୍ୱାରା ପ୍ରେରିତ, ଗାୟତ୍ରୀ ପରିବାର ଟ୍ରଷ୍ଟ ଓଡଗାଁ ସ୍ଥାନୀୟ ରଙ୍ଗଣୀ ପାଟଣା ଗ୍ରାମରେ ୯ କୁଣ୍ଡୀୟ  ଗାୟତ୍ରୀ ମହାଯଜ୍ଞ ଏବଂ ନାରୀ ଜାଗୃତି ସମିଳନୀ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ସଦ ବିବେକର ଯାଗରଣ ନିମିତ ଋଷି ପ୍ରଣିତ ସଂସ୍କାର ପରମ୍ପରା ଅନ୍ତର୍ଗତ ପୁଂସବନ, ବିଦ୍ୟାରମ୍ଭ, ସଂସ୍କାର, ଦୀକ୍ଷା  ସଂସ୍କାର ଓ ଜଞୋପବୀତ  ଧାରଣ ଆଦି ସଂସ୍କାର ନିଃଶୁଳ୍କ  ଭାବରେ କରାଯାଇଥିଲା । ରଙ୍ଗଣିପାଟଣା ଏବଂ ଅନ୍ୟ ପଡୋଶି ଗ୍ରାମ ବାସୀମାନେ ଏହି ଯଜ୍ଞରେ ଅଂଶଗ୍ରହଣ କରି ଆହୁତି ପ୍ରଦାନ କରିବାର ସୁଯୋଗଲାଭ କରିଥିଲେ । ଗାୟତ୍ରୀ ବିଦ୍ୟା ମନ୍ଦିର ଅଧ୍ୟକ୍ଷ ବିରେନ୍ଦ୍ର ସାହୁ କାର୍ଯ୍ୟ ପରିଚାଳନା କରିଥିବା ବେଳେ କ୍ଲବର ଯୁବବନ୍ଧୁମାନେ ଏବଂ ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ ।

 

 

0
0
0
s2sdefault