ହେଡଲାଇନସ୍:

ଫାର୍ମାସିଷ୍ଟ ଭରସା ରେ ଚାଲିଛି ରୋଗୀ ସେବା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ

ଗ୍ରାମାଞ୍ଚଳ ର ଲୋକ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବା ଦିଗରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଉଛନ୍ତି I ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଗ୍ୟାପନ ମାଧ୍ୟମରେ ଲୋକଙ୍କୁ ସୂଚିତ କରୁଛନ୍ତି I କିନ୍ତୁ ବାସ୍ତବରେ ଗ୍ରାମାଞ୍ଚଳର ଲୋକମାନେ ଏଭଳି ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ରହୁଛନ୍ତି I ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କଦଳୀଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ I ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ହୋଇଥିବା ଡ଼ାକ୍ତର ଏଠାକୁ ପ୍ରାୟ ଏକ ବର୍ଷ ହେବ ଆସୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି I ସାଧାରଣ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି I

ପ୍ରକାଶ ଯେ, କଦଳୀଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ , କୁକୁଡାବାହାଳୀ,ବଡବାହାଳ ,ତ୍ରିବଣପୁର ଓ ଅନୁଗୋଳ ଜିଲ୍ଲାର ଟୁସର ପଞ୍ଚାୟତ ର ଶତାଧିକ ରୋଗୀ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି I ସରକାର ଙ୍କ ତରଫରୁ ଏଠାରେ ଜଣେ ଡ଼ାକ୍ତର ,ଜଣେ ଫାର୍ମାସିଷ୍ଟ ଓ ଜଣେ ନର୍ସ ନିଯୁକ୍ତି ହୋଇଛନ୍ତି I ଫଳରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ କେବଳ ଫାର୍ମାସିଷ୍ଟ ଭରସାରେ ଚାଲିଛି ଏହି କେନ୍ଦ୍ର I ଏଠାକୁ ଡାକ୍ତର ଆସୁନଥିବାରୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଉତ୍ତମ ସେବା ପାଇ ନପାରି ନିରାଶ ରେ ଫେରିବାକୁ ବାଧ୍ୟ ହେବା ସହ ଘରୋଇ କ୍ୱାକ୍ ମାନଙ୍କ ଠାରେ ଚିକିସ୍ଛିତ ହୋଇ ଖର୍ଚ୍ଚାରେ ପଡୁଛନ୍ତି I ଏପରି କି ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଅଭାବରୁ କେତେକ ରୋଗୀ ଅକାଳରେ ମୁତ୍ୟୁ ମୁଖରେ ପଡ଼ିଥିବା ଅଭିଯୋଗ ହେଉଛି I

ତେବେ ଉଭୟ ସରକାର ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଲକ୍ଷାଧିକ ଟଙ୍କା ଅନୁଦାନ ଦେଉଥିଲେ ହେଁ କର୍ମଚାରୀ ଅଭାବରୁ ଏହାର ସଦୁପଯୋଗ ହେଇପାରୁ ନାହିଁ I  ସରକାର ଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଔଷଧ ରୋଗୀଙ୍କୁ ବଣ୍ଟନ କରାଯିବା ପରିବର୍ତ୍ତେ ସେସବୁ ପଡିରହି ନଷ୍ଟ ହେଉଛି I ସେହିପରି ଆମ୍ବୁଲାନ୍ସ୍ ନଥିବାରୁ ପ୍ରସବ ପାଇଁ ଗର୍ଭବତୀ ଓ ପ୍ରସୂତୀ ମାନେ ରେଢ଼ାଖୋଲ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ର ଆମ୍ବୁଲାନ୍ସ୍ ଉପରେ ନିର୍ଭର କରୁଛନ୍ତି I ଫଳରେ ଗରିବ ଲୋକଙ୍କୁ ଆର୍ଥିକ ନିର୍ଯ୍ୟାତନା ସହିବାକୁ ପଡ଼ୁଛି I  ତେବେ ଜିଲ୍ଲା ମୁଖ୍ୟ ଚିକିସ୍ଛା ଅଧିକାରୀ ଏସ୍ ପଣ୍ଡା ଙ୍କୁ ପଚାରିବାରୁ ସେ କହିଲେ ଯେ, ଯଥା ଶିଘ୍ର ଗୋଟିଏ ଡାକ୍ତର ସେଠାରେ ଦିଆଯିବ ବୋଲି ପ୍ରକାଶ କରିଥିଲେ I

0
0
0
s2sdefault