ହେଡଲାଇନସ୍:

ଫନୀ ସହାୟତା ପାଇଁ ବିଭିନ୍ନ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର 

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

 ଓଏନଜିସି, ବିପିସିଏଲ୍, ଓଆଇଏଲ, ଏଚପିସିଏଲ , ଗେଲ୍ ଓ ଆଇଓସିଏଲ୍ ଭଳି ପ୍ରମୁଖ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓଡିଶାର ପୁନରୁଦ୍ଧାର ପାଇଁ ମୋଟ ୨୮ .୨କୋଟି 

 ମାଗଣା କିରୋସିନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩.୨୦ କୋଟି ପ୍ରଦାନ କରିଛି ଓଆଇଏଲ୍

 ଆଇଓସିଏଲ୍ ତରଫରରୁ ପୁରୀ ଶ୍ରୀ ମନ୍ଦିରକୁ ୫ କୋଟି ଟଙ୍କା ପ୍ରଦାନ

 ପୁରୀ ଜଗନ୍ନାଥ ଓ କର୍ଣାକ ସୂର୍ଯ୍ୟ ମନ୍ଦିର ମରାମତି କାର୍ଯ୍ୟ ପାଇଁ ଏଏସ୍ଆଇକୁ ୫ କୋଟି ଟଙ୍କା ପ୍ରଦାନ କରିଛି  ଓଏନଜିସି

 ଅତିରିକ୍ତ ୫ କୋଟି ଟଙ୍କା ମୂଲ୍ୟର ରିଲିଫ ସାମଗ୍ରୀ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ତରଫରୁ କ୍ଷତିଗ୍ରସ୍ତ ଲୋକଙ୍କୁ ଯୋଗାଇ ଦିଆଯାଇଛି

ନୂଆଦିଲ୍ଲୀ/ଭୁବନେଶ୍ୱର, – ସାମୁଦ୍ରିକ ବାତ୍ୟା ‘ଫନୀ’ରେ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଓଡିଶାର ପୁନରୁଦ୍ଧାର ପାଇଁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ନିମନ୍ତେ ବିଭିନ୍ନ ତୈଳ ରାଷ୍ଟାୟତ ଉଦ୍ୟୋଗ ଗୁଡିକୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଆଇଲ,  ଓଏନଜିସି, ବିପିସିଏଲ୍, ଏଚ୍ପିସିଏଲ, ଗେଲ୍ ଓ ଆଇଓସିଏଲ୍ ଭଳି ପ୍ରମୁଖ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓଡିଶାର ଏହି ଦୁଃଖଦ ଘଡିରେ ସହଯୋଗର ହାତ ବଢାଇଥିବାରୁ ଶ୍ରୀ ପ୍ରଧାନ ଏହାର ଭୂୟଂସୀ ପ୍ରଶଂସା କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ପୁନରୁଦ୍ଧାର ପାଇଁ ଓଏନ୍ଜିସି, ବିପିସିଏଲ୍, ଏଚ୍ପିସିଏଲ, ଗେଲ୍ ଓ ଆଇଓସିଏଲ୍ ଭଳି ପ୍ରମୁଖ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ୫ କୋଟି ଲେଖାଏଁ ଅର୍ଥାତ୍ ମୋଟ ୨୫ କୋଟି ଟଙ୍କାର ଆର୍ଥିକ ସହୟତା ଦେଇଥିବା ବେଳେ ଓଆଇଲ୍ ୩.୨୦ କୋଟି ଟଙ୍କା ଆର୍ଥିକ ସହାୟତା ଓଡିଶାକୁ ଯୋଗାଇ ଦେଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସାମୁଦ୍ରିକ ଝଡ ‘ଫନୀ’ରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ମାଗଣାରେ ୧ ହଜାର କିଲୋ ଲିଟର କରୋସିନ ଯୋଗାଇ ଦେବା ପାଇଁ ଏହାର ମୂଲ୍ୟସ୍ୱରୂପ ୩.୨୦ କୋଟି ଟଙ୍କାର ଚେକ୍ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ (ଓଆଇଏଲ୍) ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଛି । ଆଇଓସିଏଲ୍ ପୁରୀ ଶ୍ରୀ ମନ୍ଦିରକୁ ୫ କୋଟି ଟଙ୍କା ପ୍ରଦାନ କରିବା ସହ ପୁରୀ ଜଗନ୍ନାଥ ଓ ସୂର୍ଯ୍ୟ ମନ୍ଦିର ମରାମତି ପାଇଁ ଏଏସ୍ଆଇକୁ ଓଏନଜିସି ୫ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଅତିରିକ୍ତ ୫ କୋଟି ଟଙ୍କା ମୂଲ୍ୟର ଅନ୍ୟାନ୍ୟ ରିଲିଫ ସାମଗ୍ରୀ ଯଥା ଖାଦ୍ୟ, ମେଡିସିନ୍, ପଲିଥିନ୍ ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ତରଫରୁ ବାତ୍ୟା ପ୍ରଭାବିତ ଲୋକଙ୍କୁ ଯୋଗାଇ ଦିଆଯାଇଛି ।

 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବାତ୍ୟା ଫନୀର ୨୪ ଘଂଟା ମଧ୍ୟରେ ତୈଳ ଓ ରନ୍ଧନ ଗ୍ୟାସ ଯୋଗାଇ ଦେବା କାମର ପୁନରୁଦ୍ଧାର କରାଯାଇଥିଲା । ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଥିବା ୧୬୨ଟି ଏଲପିଜି ବିତରଣ କେନ୍ଦ୍ରକୁ ଦୁଇ ଦିନ ମଧ୍ୟରେ ପୁନଃକାର୍ଯ୍ୟକ୍ଷମ କରି ବାତ୍ୟା ପ୍ରଭାବିତ ଲୋକଙ୍କୁ ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଇଥିଲା । ସେହିଭଳି ବାତ୍ୟାରେ ୨୩୪ ଟି ପେଟ୍ରୋଲ ପମ୍ପରୁ ୨୦୦ଟି କ୍ଷତିଗ୍ରସ୍ତ ହୋଇଥିବା ସ୍ୱତ୍ୱେ ମଇ ୧୦ରେ ପୁରୀରେ ୩ ଲକ୍ଷ ଲିଟର ପେଟ୍ରୋଲ ଓ ଡିଜେଲ ବିକ୍ରୀ ହୋଇଥିଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏତଦବ୍ୟତିତ ଖୋଦ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡିଶାର ଦୁଃଖଦ ଘଡିରେ ନିଜ ୧ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପଣ୍ଡକୁ ଦାନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଓଡିଶା ପାଇଁ ଅନେକ ଆର୍ଥିକ ସହଯୋଗର ହାତ ବଢାଇଥିବା ବେଳେ ଓଡିଶାକୁ ପୂର୍ବସ୍ଥିତିକୁ ଫେରାଇ ଆଣିବା ପାଇଁ ଏହି ମନ୍ତ୍ରାଳୟ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତିା 

0
0
0
s2sdefault