ହେଡଲାଇନସ୍:

ଯଦି ପ୍ରଶାସନ ବିମୁଖ, କିଏ ସେ ବୁଝିବ ସଂଦିବାହାଲି ବାସୀଙ୍କ ଦୁଃଖ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସିନାପାଲିରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଛତିଶଗଡ ସୀମାନ୍ତରେ ଥିବା ଛୋଟ ଗାଁ ସଂଦିବାହାଲି | ଏହି ଗାଁ ର ଲୋକ ମାନଙ୍କୁ ମୌଳିକ ସୁବିଧା ସତ ସପନ ହୋଉଛି | ଅତି ଦୟନୀୟ ଜୀବନଜାପନ  କରୁଛନ୍ତି ଏହି ଗାଁ ର ଲୋକ ମାନେ | ଜିଲ୍ଲା ମୁଖ୍ୟାଳୟରୁ 150 କିମି ଦୂର ରେ ଅବସ୍ଥିତ ଏହି ଗାଁ | ଏଠାରେ 22 ଟି ପରିବାରରେ 150 ରୁ ଅଧିକ ଆଦିବାସୀ ବସବାସ କରନ୍ତି | ଏହି ଗାଁ ର ଲୋକ ମାନେ ଚାଷ ବାସ ଓ ବନଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଜୀବିକା ନିର୍ବାହ କରନ୍ତି | ଏହି ଗାଁ କୁ ଯିବା ଆସିବା ପାଇଁ ରାସ୍ତା ଟିଏ ନାହିଁ | ଖରା ଓ ଶୀତ ଦିନ ରେ ଗମନାଗମନକୌଣସି ହିସାବ ରେ ଚାଲିଯାଏ | କିନ୍ତୁ ବର୍ଷା ଦିନ ରେ ଯିବା ଆସିବା ପାଇଁ ବହୁତ ଅସୁବିଧା ହୋଇଥାଏ | ବର୍ଷା ଦିନରେ ଗାଁର ଗର୍ଭବତୀ ରୋଗୀ ଙ୍କୁ 5ରୁ 6 କିମି ଖଟ ରେ ବୋହି ତାଲାକୋଟକୁ ଆଣିବାକୁ ପଡିଥାଏ ଓ ସେଠାରୁ ଆମ୍ବୁଲାନ୍ସ କିମ୍ବା ଚାରି ଚକିଆ ଗାଡ଼ି ରେ ଯିବା କୁ ପଡିଥାଏ | ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେବାସମୟ ରେ ବିଳମ୍ବ ହେଲେ ରୋଗି ମୃତ୍ୟୁ ମୁଖ ରେ ପଡ଼ିଥାନ୍ତି | ଗାଁରେ ସ୍କୁଲ ଅଙ୍ଗନ ବାଡ଼ି କେନ୍ଦ୍ର ନ ଥିବା ରୁ 5 କିମି ଦୂରତା ରେ ଥିବା ତାଲାକୋଟକୁ ଶିକ୍ଷ୍ୟା ପାଇଁ ଯିବାକୁ ପଡିଥାଏ | ଏଠାରେ 25 ରୁ ଆଧିକ 6-14 ବର୍ଷ ର ପୁଅ ଝିଅ ଥିଲେ ବି ଶିକ୍ଷ୍ୟା ବିଭାଗ ରା ଖାମ ଖିଆଲ ନୀତି ଯୋଗୁଁ ସ୍କୁଲ ଖୋଲା ଯାଇ ନାହିଁ | ପିଲାଙ୍କୁ ପାଠ ପଢିବାକୁ ହେଲେ |  5 କିମି ଜଙ୍ଗଲ ପାହାଡ ଘଟି ରାସ୍ତା ଅତିକ୍ରମ କରି ଘାଟମାଲ କୁ ଯିବାକୁ ପଡେ | ରାସ୍ତା ବନ୍ୟ ଜନ୍ତୁ ଙ୍କ ଭୟ ରହୁଥିବା ରୁ ପିଲାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥାଏ | ଏହା ସହ ଶିକ୍ଷ୍ୟା ଦାନ ପାଇଁ ସଚେତନ ର ଅଭାବ ମଧ୍ୟ ରହିଛି | ଏଭଳି ସ୍ଥିତିରେ ଗାଁର ଭବିଷ୍ୟତ ମାନେ ଶିକ୍ଷା  ରୂପକ ଆଲୁଅ ଦେଖୀ ପାରୁ ନାହାନ୍ତି | ଅନେଇ ଡ଼ିଆରଡ଼ିଏ  ପିଡି ବୃଷଭ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ, ସଂଦିବାହାଲି ଗାଁ ରାସ୍ତା ରେ ଜଙ୍ଗଲ ଜମି ରହି ଥିବା ରୁ ରାସ୍ତା ନିର୍ମାଣ ହୋଇପାରୁନାହିଁ ବୋଲି ଉତ୍ତର ଦେଇଥିଲେ | ସେ କହିଛନ୍ତି ଜିଲ୍ଲା ପାଲ ଓ ଡିଫଓ ସହ ପରମର୍ଶ କରି ରାସ୍ତା ନିର୍ମାଣ କରିବା ଦିଗରେ ପଦକ୍ଷେପ ନିଆଯିବ | ପାନୀୟ ଜଳ ପାଇଁ ଗୋଟିଏ ନଳକୂପ ରହିଛି | ଆଗାମୀ ଦିନ ରେ ଗାଁ ରେ ପାନୀୟ ସମସ୍ୟା ଦୂର କରିବା ପାଇଁ ନଳ କୂପ ସହ ପୋଖରୀ ଖୋଲା ଯିବ | ଅଙ୍ଗନବାଡ଼ି  କେନ୍ଦ୍ର ପାଇଁ ଡ଼ି ଏସ ଡ ବ୍ୟଓ ଏବଂ ସ୍କୁଲ ପାଇଁ ଡ଼ିଇଓ ସହ ଆଲୋଚନା କରାଯିବ | ଲୋକେ ମୌଳିକ ସୁବିଧା ରୁ ବଂଚିତ ହେବେ ନାହିଁ |  ସମସ୍ତେ ଯେମିତି ମୌଳିକ ସୁବିଧା ସୁଯୋଗ ପାଇ ପାରିବେ ସେଥିପ୍ରତି ଜିଲ୍ଲା ପ୍ରଶାସନ ଯତ୍ନବାନ ରହିଛି ବୋଲି କହିଥିଲେ | 

0
0
0
s2sdefault