ହେଡଲାଇନସ୍:

ରତ୍ନ ସିଂହାସନରେ ବିଜେ କଲେ ବଡ଼ ଦିଅଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆନନ୍ଦ ଉଲ୍ଲାସର ସହିତ ସମାପନ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା I ଯାତ୍ରା ସମାପ୍ତ ପରେ ଆଜି ଚତୁର୍ଦ୍ଧା ମୂର୍ତ୍ତୀଙ୍କର ନୀଳାଦ୍ରି ବିଜେ ନୀତି ସମାପନ ହୋଇଛି I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ଗୋବରା ଦଧିବାମନ ଜୀଉ ଠାକୁର ମଧ୍ୟ ରଥରୁ ଓହ୍ଲାଇ ରତ୍ନ ସିଂହାସନର ବିଜେ କରିଛନ୍ତି I ଗତ ଶନିବାର ଦିନ ଠାକୁର ମାଉସୀ ମାଆ ମନ୍ଦିରରୁ ଫେରି ଅଧା ରାସ୍ତାରେ ରହିଥିଲେ I ସୋମବାର ଦିନ ଠାକୁରଙ୍କର ଏକାଦଶୀ ନୀତି ଏବଂ ସୁନା ବେଶ ନୀତି ସମାପନ ହୋଇଥିଲା I ଆଜି ଅପରାହ୍ଣରେ ଠାକୁରଙ୍କର ରଥକୁ ମନ୍ଦିର ନିକଟକୁ ଅଣାଯାଇ ଆଳତି ଏବଂ ଅନ୍ୟାନ୍ୟ ନୀତିକାନ୍ତି ସମାପନ ହୋଇଥିଲା I ଠାକୁରଙ୍କୁ ରଥରୁ ଓହ୍ଲାଇ ପହଣ୍ଡି କରି ମନ୍ଦିର ଭିତରକୁ ନିଆଯିବା ସମୟରେ ଫାଟକ ନିକଟରେ ଲକ୍ଷ୍ମୀ ନାରାୟଣ କଳି ନୀତି ହୋଇଥିଲା I ଏହି ସମୟରେ ଲକ୍ଷ୍ମୀ ନାରାୟଣ କଳି ଗୀତ ବୋଲା ଯାଇଥିଲା I ଲୋକ ବିଶ୍ୱାସ ରହିଛି ଲକ୍ଷ୍ମୀ ନାରାୟଣ କଳି ଗୀତ ଶୁଣିଲେ ଲୋକେ କୋଟି ପୂଣ୍ୟ ଅର୍ଜନ କରିଥାନ୍ତି I ଲକ୍ଷ୍ମୀ ନାରାୟଣ କଳି ନୀତି ପରେ ଠାକୁର ରତ୍ନ ସିଂହାସନକୁ ବିଜେ କରିଥିଲେ I ଏହି ସମୟରେ ଘଣ୍ଟ,ମୃଦଙ୍ଗ,ଝାଞ୍ଜ, ହରିବୋଲ, ହୁଳୁହୁଳିରେ ଗୋବରା ବଡଦାଣ୍ଡ ପ୍ରକମ୍ପିତ ହୋଇଥିଲା I ଠାକୁର ରଥ ଛାଡ଼ି ମନ୍ଦିର ଭିତରକୁ ଯିବା ସମୟରେ ଲୋକେ ଭାବ ବିହ୍ୱଳ ହୋଇପଡ଼ିଥିଲେ I ସେହିପରି ବେଲଗୁଣ୍ଠା ପେଣ୍ଠ ସାହି, ବାଲିଡି ସାହି ଏବଂ ପାଇଲିପଡାରେ ମଧ୍ୟ ବଡ଼ ଦିଅଁଙ୍କର ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଥିଲା I

0
0
0
s2sdefault