ହେଡଲାଇନସ୍:

ବହୁବିଧ ମୌଳିକ ସମସ୍ୟା ଘେରରେ ଆଦିବାସୀ ଅଧ୍ୟୁଷିତ ନୁଆଗାଁ ପ୍ରଶାସନର ଦୃଷ୍ଟି ଆଢୁଆଳରେ !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାସ୍ତା , ଶିକ୍ଷା,ସ୍ୱାସ୍ଥ୍ୟ , ବିଦ୍ୟୁତ ଓ ପାନୀୟ ଜଳ ଏଠାରେ ମୁଖ୍ୟ ସମସ୍ୟା

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ 

 ଆଦିବାସୀ ବହୁଳ ଅଞ୍ଚଳରେ ସମସ୍ତେ ଯେଭଳି ସର୍ବନିମ୍ନ ମୌଳିକ ସୁବିଧା ଗୁଡିକ ପାଇପାରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ବିକାଶମୁଳକ ଯୋଜନା ଗୁଡିକ ମଧ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଯୋଜନା କାର୍ଯ୍ୟକୁ ଆକୃଷ୍ଟ କରିବା ପାଇଁ ଲୋକଙ୍କ ଅବଗତ ନିମନ୍ତେ ସରକାରଙ୍କ ପକ୍ଷରୁ ବିଜ୍ଞାପନ ଜରିଆରେ ବିଭିନ୍ନ ଢଙ୍ଗରେ  ବିକାଶର ମନ୍ତ୍ର ମଧ୍ୟ ଦିଆଯାଉଛି । ସରକାରଙ୍କ ଏତେସବୁ ଉଦ୍ୟମ କରାଯିବା ସତ୍ୱେ ଦେଶ ସ୍ୱାଧୀନତାର ୭୧ ବର୍ଷ ବିତିଯାଇଥିଲେ ମଧ୍ୟ ସର୍ବନିମ୍ନ ମୌଳିକ ସୁବିଧା ଗୁଡିକ ଅଞ୍ଚଳବାସୀଙ୍କ ଠାରେ ଅପହଞ୍ଚ ହୋଇ ରହିଅଛି । ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାନ କରାଯାଇ ଅଞ୍ଚଳବାସୀଙ୍କ ସୁବିଧା କରାଯାଉଛି । ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ତାହା କେତେ ଦୂର ସଫଳ ହେଉଛି ତାର ଏକ ବାସ୍ତବ ଚିତ୍ର ତଥା ନଗ୍ନ ଉଦାହରଣ ଦେଖିବାକୁ ମିଳିଛିଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ କତଲକଇଠା ପଞ୍ଚାୟତ ଆଦିବାସୀ ବହୁଳ ନୁଆଁଗାଁ ଗ୍ରାମରେ । 

ଏହି ଗାଁରେ ବର୍ଷ ବର୍ଷ ଧରି ସର୍ବନିମ୍ନ ମୌଳିକ ସୁବିଧା ଗୁଡିକ ସରକାର ତଥା ପ୍ରଶାସନର ଦୃଷ୍ଟିଆଳରେ ରହିଯାଇ ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ , ବିଦ୍ୟୁତ ଓ ପାନୀୟ ଜଳ ଏଠାରେ ମୁଖ୍ୟ ସମସ୍ୟା ହୋଇ ରହିଯାଇଛି । ଏସବୁର ବିକାଶ ଏଠାରେ ଅପହଞ୍ଚ ଓ ସାତସପନ ହୋଇପଡିଛି ।

ନୁଆଁ ଗାଁ ଏକ ଆଦିବାସୀ ବହୁଳ ଗ୍ରାମ । ୩୨ଗୋଟି ପରିବାରର ଶତାଧିକ ଲୋକ ଏଠାରେ ବସବାସ କରନ୍ତି । ଗ୍ରାମକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ । ମୋରମ ଗୁଡି ଓ ପଥୁରିଆ ମାଟି ରାସ୍ତା ଦେଇ ଗ୍ରାମକୁ ଯିବାକୁ ହୁଏ । ବର୍ଷା ଦିନରେ ଅତ୍ୟନ୍ତ କଦର୍ଯ୍ୟ ହୋଇ ଯିବା ଆସିବା ବିହିନ ହୋଇପଡିଥାଏ ।

ଶିକ୍ଷା ବ୍ୟବସ୍ଥା କହିଲେ ଏଠାରେ ଥିବା ବିଦ୍ୟାଳୟ ଗତ ୬/୭ ମାସ ପୂର୍ବେ ଉପସ୍ଥାନର ଆଳ ଦେଖାଇ ବନ୍ଦ କରିଦେବା ଫଳରେ ଗ୍ରାମର ପିଲାମାନେ ବର୍ତ୍ତମାନ କେତେକ ୫/୭ କିମି ଦୁରଦୁରାନ୍ତରେ ଥିବା ବାଞ୍ଜିରି, ତୁଳସିପାଡୁ ଗ୍ରାମ ବିଦ୍ୟାଳୟକୁ ଯାଉଛନ୍ତି ତ କେତେକ ପାଠପତ୍ରରୁ ବଞ୍ଚିତ ହେଉଛନ୍ତି ।

ସ୍ୱାସ୍ଥ୍ୟ ବ୍ୟବସ୍ଥା ଏଠାରେ ବିପର୍ଯ୍ୟସ୍ତ । ଲୋକଙ୍କ ନିରିହତା ଓ ସଚେତନତାର ଅଭାବ ଯୋଗୁଁ ସ୍ୱାସ୍ଥ୍ୟ ସେବା ଏଠାରେ ସମ୍ପୁର୍ଣ୍ଣ ଭାବେ ଅପହଞ୍ଚ ହୋଇପଡିଛି । ବିଦ୍ୟୁତ ବ୍ୟବସ୍ଥା ରହିଛି ହେଲେ ନଥିବା ସଙ୍ଗେ ସମାନ । ଅଧିକାଂଶରେ ବିଦୁ୍ୟତ ବିଭ୍ରାଟ ହେଉଛି । ଥରେ ଚାଲିଗଲେ କେତେବେଳେ ତାହା ଆସିବ କିଛି ଠିକ ଠିକଣା ନଥାଏ ।

ମୁଖ୍ୟ ସମସ୍ୟା ପାନୀୟ ଜଳ  । ବର୍ଷ ତମାନ ଏଠାରେ ପାନୀୟ ଜଳ ସଙ୍କଟ ଲାଗିରହିଛି । ଗ୍ରାମରେ ଗୋଟିଏ ନଳକୁପ କିନ୍ତୁ ତାହା ଗନ୍ଧଯୁକ୍ତ ପାଣି ଆସୁଛିତାହା ପୁଣି କମ ପରିମାଣର  । ଗୋଟିଏ କୁଅଁ ଅଛି ହେଲେ ଶୁଖିଲା ପଡିଛି । ବଡ ପୋଖରୀ ରହିଛି ତାହା ମଧ୍ୟ ଶୁଖିଲା ପଡିଛି । ପାନୀୟ ଜଳ ଅଭାବରୁ ଗ୍ରାମର ମହିଳା ମାନେ ଗ୍ରାମ ଠାରୁ ଦୁଇକିମି ଦୁରରେ ଥିବା ପାହାଡ ତଳିଆରେ ଥିବା ଏକ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ପଥର କୁଅଁ ଯେଉଁ ଥିରେ ଶିଉଳି ଦଳ ଭରା ଅପରିସ୍କାର ପାଣି ସଂଗ୍ରହ କରି କନାରେ ଛାଣି ତାହା ଘରକୁ ନେଇ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ବୋଲି ମହିଳା ମାନେ ଅଭିଯୋଗରେ କହିଛନ୍ତି । 

ଏହି ପାଣି ଆଣିବା ପାଇଁ ମହିଳା ମାନେ ଚାଷବିଲ ହୁଡା ଏବଂ ପ୍ରାୟ ଜଙ୍ଗଲ ରାସ୍ତା ଅଞ୍ଚଳରେ ଥିବା ପାହାଡ ତଳିଆକୁ ଯିବାକୁ ହୋଇଥାଏ । ଗ୍ରାମରେ ଇନ୍ଦିରା ଆବାସ ଘର ମିଳିନଥିବା ଏବଂ ବିଭିନ୍ନ ଅଭାବ ଅସୁବିଧା ସମ୍ପର୍କରେ ଗ୍ରାମର ମାଲେୟା ଶବର, ସୋମରା ବଡରଇତ,ଇନେତୁ ଶବର, ରାଶିି ଶବର, ମାଳତୀ ଶବର ଏବଂ ରଜନୀ ଶବର ପ୍ରମୁଖ ଅଭିଯୋଗରେ କହିଛନ୍ତି । ଶେଷରେ 

ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ନୁଆଁଗା ଗ୍ରାମକୁ ପି.ଏମ.ଜି.ଏସ.ଵାଇରେ ଭଲ ରାସ୍ତାଟିଏ ଏବଂ ପାନୀୟ ଜଳର ବିଶେଷ ବ୍ୟବସ୍ଥା ସହ ଅନ୍ୟାନ୍ୟ ସର୍ବନିମ୍ନ ମୌଳିକ ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ଗ୍ରାମବାସୀ ଦାବି ଜଣାଇଛନ୍ତି ।

ଗ୍ରାମରେ ଅଧିକାଂଶପରିବାର ଚାଳ କୁଡିଆ ଘରେ ରହି ଆସୁଥିବା ବେଳେ ସେମାନଙ୍କୁ ଇନ୍ଦିରା ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିନଥିବା, ମନରୋଗା ଯୋଜନାରେ ଦୀର୍ଘ ମାସ ଧରି କୌଣସି କାମ ମିଳିନଥିବା ଏବଂ ଜଙ୍ଗଲଜମି ପଟାରେ ମିଳୁନଥିବା ଗ୍ରାମବାସୀ ସେମାନଙ୍କ ଅଭିଯୋଗରେ ଜଣାଇଛନ୍ତି । ଗ୍ରାମରେ ରହିଥିବା ନଳକୂପର ଜଳସ୍ତର ତଳକୁ ଚାଲିଯିବା, କୂଅ ଓ ପୋଖରୀର ପାଣି ଶୁଖିଯିବା ଫଳରେ ଗ୍ରାମରେ ପାନୀୟ ଜଳ ବ୍ୟତୀତ ଅନ୍ୟାନ୍ୟ ବ୍ୟବହାର ପାଇଁ ଜଳର ଘୋର ସଙ୍କଟମୟ ପରିସ୍ଥିତି ଦେଖାଦେଇଛି । ଏଭଳି ପରିସ୍ଥିତି ଦେଖାଦେବା ଫଳରେ ଗ୍ରାମବାସୀ ସେମାନଙ୍କ ପାଇଖାନା ବ୍ୟବହାର ନକରିପାରି ବାହାର ଅଞ୍ଚଳକୁ ଶୌଚ ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି । ସେହିଭଳି ଘୋର ଅଭାବ ଫଳରେ ଶତାଧିକ ଏକର ଚାଷଜମି ଚାଷ କାର୍ଯ୍ୟ ହୋଇନପାରି ଶୁଖିଲା ପଡିଛି । ଏଭଳି ଅନେକ ସମସ୍ୟା ମଧ୍ୟରେ ଗ୍ରାମବାସୀ ଦୀର୍ଘବର୍ଷ ଧରି ଗତି କରୁଥିଲେ ମଧ୍ୟ ଏଥି ପ୍ରତି କୌଣସି ସ୍ତରରେ ହେଲେ ମଧ୍ୟ ପ୍ରତିକାର ତଥା ସମାଧାନ ଦିଗରେ କୌଣସି ଦୃଷ୍ଟି ଦିଆଯାଉନାହିଁ ।  ଯାହା ଫଳରେ ନୁଆଗାଁ ଗ୍ରାମବାସୀ ବିକାଶର ସୁଫଳର କାଣିକଉଡିଟିଏ ପାଇ ନପାରି ସର୍ବନିମ୍ମ ମୌଳିକ ସମସ୍ୟାରେ ଦିନ କଟାଇବାକୁ ବାଧ୍ୟ ହେଉଛନ୍ତି ।

 

 

 

 

 

 

0
0
0
s2sdefault