ହେଡଲାଇନସ୍:

ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ପର୍ଶୁରାମ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ନୂଆପଡା.(ଅମିତ ପୁରୋହିତ) ; ଆଜି ପର୍ଶୁରାମ ଧରୁଆ (ମଣ୍ଟୁ) ନାମକ ଏକ ହାଡକୋର ମାଓବାଦୀ ନୂଆପଡା ଏସ୍.ପି ଡ. ସ୍ମିତ ପି ପରମାର ଙ୍କ ଠାରେ ଆତ୍ମସମର୍ପଣ କରିଛି । ନୂଆପଡା ଏସ୍.ପି ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ  ଏକ ଖବରଦାତା ସମ୍ମିଳନୀରେ ଶ୍ରୀ ପରମାର ଏହା ସୂଚନା ଦେଇଥିଲେ । ସୂଚନା ମୁତାବକ ପର୍ଶୁରାମ ୨୦୧୪-୧୫ରୁ ମାଓବାଦୀ ସଂଗଠନରେ ଏକ ସକ୍ରିୟ ମିଲିସିଆ ରୂପେ କାର୍ଯ୍ୟ କରୁଥିଲା । ୨୦୧୭ରେ ସେ ମେନପୁର ନୂଆପଡା ଡିଭିଜନରେ ଯୋଗ ଦେଇଥିଲା । ଏବଂ ବିଭିନ୍ନ ମାଓ କାର୍ଯ୍ୟକଳାପ ରେ ସକ୍ରିୟ ଅଂଶଗ୍ରହଣ କରିଥିଲା । ସରକାରଙ୍କ ତରଫରୁ ଏକ ଲକ୍ଷ ଟଙ୍କା ପୁରଷ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା । ପର୍ଶୁରାମ ର କହିବା ମୁତାବକ ତାକୁ ଜୋର ଜବରଦସ୍ତ ଅଞୁ, କାନ୍ତି, ରଞିତ ଓ ସିମା ମାଓବାଦୀ ସଂଗଠନରେ ସାମିଲ କରିଥିଲେ । ଜଣେ ଓଡିଆ ହିସାବରେ ତେଲୁଗୁ ଓ ଛତିସଗଡ କେଡର ମାନେ ତାକୁ ବହୁତ ହଇରାଣ ହରକତ କରୁଥିଲେ , ତାର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଭଲ ରହୁ ନ ଥିଲା । ତେଣୁ ଆଜି ସେ ନିଜର ୩୦୩ ବନ୍ଧୁକ ଓ ୧୫ଟି ଜିବନ୍ତ ଗୁଳି ସହ ଆତ୍ମସର୍ମପଣ କରିଛି ବୋଲି କହିଛି । ଏହା ପୂର୍ବରୁ ମନୋଜ ମାଡକାମୀ, ସୁମିତ୍ରା, ଦୁର୍ବାଦଳ ବରିହା, ପୂର୍ନଚନ୍ଦ୍ର ମାଝୀ ଓ ଦଲମରି ପହରିଆ ନାମକ ୫ ଜଣ ହାଡକୋର ମାଓବାଦୀ ଅତ୍ମସର୍ମପଣ କରିଥିଲେ ।     

 

0
0
0
s2sdefault