ହେଡଲାଇନସ୍:

ଶ୍ରୀରଘୁନାଥ ଜିଉଙ୍କ ବୁଦ୍ଧ ପୁର୍ଣ୍ଣିମା ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ  : ଚନ୍ଦନ ତଥା ବୁଦ୍ଧ ପୁର୍ଣ୍ଣିମାରେ ଚନ୍ଦନ ମଣ୍ଡପରେ ଯାତ୍ରାଙ୍ଗୀ ପୂଜା ସହ ବନ୍ଦାପନା ହେଲେ ଶ୍ରୀରଘୁନାଥ । ବୈଷାଖ ବ୍ରତଧାରୀମାନେ ଚନ୍ଦନ ମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ କରି ବ୍ରତ ସମାପନ କରିଥରଲେ । ଆଜିର ଏଇ ସ୍ୱତନ୍ତ୍ର ଦିବସରେ ଶ୍ରୀଜିଉ ମାନଙ୍କର ସ୍ୱତନ୍ତ୍ର ନିତୀ ପାଳନ କରାଯାଇଥିଲା । ଖେଚୁଡି ଧୁପ ପରେ ଦିନ ୧୦ବେଳେ ମଣୀବିମାନରେ ସ୍ୱତନ୍ତ୍ର ପଟ୍ଟୁଆରରେ ପୁଷ୍କରିଣୀକୁ ଯାଇ ଚନ୍ଦନ ବେଦିରେ ବିଜେକରି ଥିଲେ । ସେଠାରେ ଉପାସନା କରୁଥିବା ଭକ୍ତମାନେ ପ୍ରଭୁଙ୍କୁ ମଧୁସୁଦନ ରୁପେ କର୍ପୁରଆଳତି, ମହାଆଳତି ଲାଗି କରିଥିଲେ । ଆଜିର ଏହି ସ୍ୱତନ୍ତ୍ର ନିତୀକୁ ଦର୍ଶନ  କରିବା ପାଇଁ ପ୍ରଚଣ୍ଡ ରୈାଦ୍ରତାପ ସତ୍ୱେ ରାମସାଗର ପୁସ୍କରିଣୀରେ ଭକ୍ତମାନଙ୍କର ଭିଡ ଜମିଥିବା ଦେଖିବାକୁ ମିଳିଥିଲା ।   

 

0
0
0
s2sdefault