ହେଡଲାଇନସ୍:

ବଜ୍ରପାତରେ ଗଲା ଦୁଇ ଜୀବନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧର୍ମଗଡ଼ ରୁ ସୁଶାନ୍ତ ରାଉତ

ଧର୍ମଗଡ ବ୍ଲକ ବେହେରା ଗ୍ରାମ ଠାରେ ଘଟିଛି ଅଘଟଣ । ଗୁରୁବାର ଅପରାହ୍ନ  ୪ଘଣ୍ଟା ସମୟରେ ଭୁମିସୁତା ଗୋପାଲ , ବୟସ ୪୦ ଓ ଜୟମନି ଗୋପାଲ, ୩୮, ଗ୍ରାମ ନିକଟସ୍ଥ ପୋଖରୀ ହୁଡା କୁ ସାଗ ତୋଳିବା ପାଇଁ ଯାଇଥିବା ସମୟରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ଫଳରେ ଉକ୍ତ ଦୁଇମହିଳା ଗୁରୁତର ଭାବେ ଆହତ ହୋଇଥିଲେ ।  ସେମାନଙ୍କୁ ତୁରନ୍ତ ଧର୍ମଗଡ ମେଡିକାଲ ରେ  ଭର୍ତ୍ତି କରାଯାଇଥିଲା । କିନ୍ତ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।ଦୁଇ ମହିଳାଙ୍କ ମୃତ୍ଯୁ ରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଠି ହୋଇଛି ।

0
0
0
s2sdefault