ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ :ଆସନ୍ତା ୨୩ ତାରିଖରେ ସର୍ବ ଭାରତରେ ହେବାକୁ ଥିବା ଭୋଟ ଗଣତି ପାଇଁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ପ୍ରଗତି ମଣ୍ଡପ ପରିସରରେ ଏକ ତାଲିମ ଶିବିର ଆୟୋଜନ କରାଯାଇଛି | ସୁନ୍ଦରଗଡ଼ ସଦର ଓ ତଲସରା ବିଧାନସଭା ଆସନ ପାଇଁ ମାଷ୍ଟର ଟ୍ରେନର ଭାବେ ସଦର ଉପ ଜିଲ୍ଲାପାଳ ଦୋଳମଣି ପଟେଲ, ପିଡ଼ି ଡ଼ିଆରଡ଼ିଏ ଭୁମେଶ ଚନ୍ଦ୍ର ବେହେରା ତାଲିମ ଦେଇଥିବା ବେଳେ, ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ବାଲିସଙ୍କରା ବିଡ଼ିଓ ଅଭିମନ୍ୟୁ ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ତୁରୁକ କର୍ମଚାରୀ ମାନଙ୍କୁ ତାଲିମ ଦେଇଥିଲେ | ପ୍ରଥମ ପର୍ଯ୍ୟାୟରେ ଥିଓରୀ ଓ ଦୂତୀୟ ପର୍ଯ୍ୟାୟରେ ଇଭିଏମ ଓ ଭିଭିପାର୍ଟ ର୍ ପ୍ରାକ୍ଟିକାଲ ତାଲିମ ଦିଆଯାଇଥିଲା |
ରାଜ୍ୟ
ପ୍ରଶାସନ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ଭୋଟଗଣତି ତାଲିମ
- Hits: 864
