ହେଡଲାଇନସ୍:

କୋମନା ICDS ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଏକ ବ୍ଲକସ୍ତରୀୟ ସଭା

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ନୂଆପଡା /ପ୍ରିୟବ୍ରତ ପଣ୍ଡା : କୋମନା ICDS ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଏକ ବ୍ଲକ ସ୍ତରୀୟ ସଭା ଅନୁଷ୍ଠିତ କରାଯାଇଥିଲା । ସଭାରେ CDPO ଶ୍ରୀମତୀ ବିମଳିନୀ ପ୍ରଧାନ, ସୁପରଭାଇଜର ସାଲମଣି ସୋରେନ, ରାଜକୁମାରି ଶବର, ମିଶନ ଶକ୍ତି ପ୍ରୋଗ୍ରାମ କୋଡ଼ିନେଟର ଧନିରାମ ଶବର, ମମତା ଯୋଜନା ବିଭାଗର ସୌମ୍ୟରଂଜନ(ବବଲୁ) ଉପସ୍ଥିତ ଥିବା ସହିତ ସୁନାବେଡା ଓ ସୋସେଙ୍ଗ ଗ୍ରାମ ପଂଚାୟତର ସମସ୍ତ ଅଙ୍ଗନବାଡି କର୍ମୀ ମାନେ ଯୋଗଦାନ କରିଥିଲେ । ଉକ୍ତ ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମନ୍ୱିତ ଶିଶୁ ବିକାଶ ସେବା ଯୋଜନା ଅଧୀନରେ ଦିଆଯାଉଥିବା ଗର୍ଭବତୀ ଓ ପ୍ରସୂତୀ ତଥା 6 ମାସରୁ 3 ବର୍ଷର ଶିଶୁଙ୍କ ଘରକୁ ନେବା ଶୁଖିଲା ଖାଦ୍ୟ ପାଇଁ ଏକ ନୂତନ ଧରଣର କରାଯାଇଥିବା THR(Take home ration) ପଡ଼ି କାର୍ଡ଼ର ଉଦଘାଟନ ତଥା ଏହାର ବ୍ୟବହାର ଉପରେ ଆଲୋଚନା । ପ୍ରକାଶ ଥାଉ କି ଅଙ୍ଗନବାଡି ମାଧ୍ୟମରେ ପ୍ରତ୍ୟେକ ଗର୍ଭବତୀ ଓ ପ୍ରସୂତି ମା ଓ 6 ମାସରୁ 3 ବର୍ଷର ଶିଶୁଙ୍କ ମାନଙ୍କୁ ସପ୍ତାହରେ 3ଗୋଟି ଅଣ୍ଡା ହିସାବରେ ମାସକୁ 12ଗୋଟି ଅଣ୍ଡା , ଛତୁଆ ପ୍ୟାକେଟ ଓ ହଲୁଆ ପ୍ୟାକେଟ ଗୋଟିଏ ଲେଖାଏଁ ଓ  ଦିଆଯିବାର ନିୟମ ପରିବର୍ତିତ ପରିପୁରକ ପୁଷ୍ଟିକର ଯୋଜନା ଅନୁସାରେ ଗତ ଜୁଲାଇ ମାସ 2018 ଠାରୁ ସାରା ଓଡ଼ିଶାରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ରହିଛି ଓ କାର୍ଯ୍ୟକାରୀ ହେଉଛି । ହେଲେ କେତେକ ହିତାଧିକାରୀ ତାଙ୍କର ନିୟମ ମୁତାବକ ପାଉନଥିବାର ଅଭିଯୋଗ କରନ୍ତି ଯେଉଁଥି ପାଇଁ ଅଙ୍ଗନବାଡି କର୍ମୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏଣୁ ଉକ୍ତ ସମସ୍ୟାକୁ ଆଖି ଆଗରେ ରଖି ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ପ୍ରେଡ ତରଫରୁ  ଏକ ଉଦ୍ୟମ ତଥା ପ୍ରୟାସ ହିସାବରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସଦୃଶ ଘରକୁ ନେବା ଶୁଖିଲା ଖାଦ୍ୟ ପାଇଁ ପଡିପତ୍ର କରାଯାଇଛି । ପ୍ରତ୍ୟେକ ହିତାଧିକାରୀ ସେହି ପଡିପତ୍ର ଧରି ଅଙ୍ଗନବାଡି କେନ୍ଦ୍ରକୁ ଗଲେ ତାଙ୍କର ପ୍ରାପ୍ୟ ଦିଆଯିବ ବୋଲି ସିଡିପିଓ ମତ ରଖିଥିଲେ ଓ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଏଥିରେ ସମସ୍ତେ ଏକମତ ହେବ ସହିତ ଏହାର ବ୍ୟବହାର ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା । ସୁନାବେଡା ଗ୍ରାମପଞ୍ଚାୟତ ପାଇଁ ପ୍ରଥମେ ଏହା କାର୍ଯ୍ୟକାରୀ କରିବା ପାଇଁ ସିଡିପିଓ ମତ ରଖିଥିଲେ ପରେ ସମସ୍ତ ଗ୍ରାମ ପଂଚାୟତରେ ଲାଗୁ କରାଯିବ ବୋଲି ମତପ୍ରକାଶ କରିଥିଲେ । ସୁପରଭାଇଜର ମାନେ ଏହାକୁ ସ୍ୱାଗତ କରିବା ସହିତ ଏହାର ଉଚିତ ବ୍ୟବହାର କରାଇ ଯୋଜନାର ସ୍ଵଛତା ଓ ଉତ୍ତରଦାୟିତ୍ୱ ଆଣିପାରିବ ବୋଲି ମତ ଦେଇଥିଲେ । ସୁନାବେଡ଼ ଗ୍ରାମ ପଂଚାୟତର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଏହା ବିତରଣ କରଯାଇଥିଲା । DSWO ଙ୍କର ଲିଖିତ ସୁପାରିଶ ପରେ ଏହା ଆରମ୍ଭ କରାଯିବ ବୋଲି ସ୍ୱାଗତପୂର୍ବକ ନିଜର ମତାମତ ରଖିଥିଲେ । ଏହା ସହିତ ପୁଷ୍ଟି ଓ ସ୍ୱାସ୍ଥ୍ୟ କୁ ନେଇ କରାଯାଇଥିବା ପୁସ୍ତିକାର ଉନ୍ମୋଚନ କରାଯାଇଥିଲା । ସଭାରେ ସ୍ପ୍ରେଡର ବ୍ଲକ ସଂଯୋଜକ ଦେବରାଜ ଭୋଇ ପରିଚାଳନା କରିଥିବା ବେଳେ ଲୋକସହାୟତା ସୂଚନା କେନ୍ଦ୍ର ସଂଯୋଜକ ଚିନ୍ତାମଣି ଆଡ଼ବଙ୍ଗ, ଗ୍ରାମପଞ୍ଚାୟତ ସଂଯୋଜକ ଟିକଚନ ଶବର ଓ ଦୁଃଖୀରାମ ଶବର ସହଯୋଗ କରିଥିଲେ ।

0
0
0
s2sdefault