ହେଡଲାଇନସ୍:

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ : ଇଭିଏମରେ ସିଲ ହେଲା ନେତାଙ୍କ ଭାଗ୍ୟ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା/Dillip Mohahty : ମୟୂରଭଞ୍ଜ ଜିଲ୍ଲାରେ ଶେଷ ହୋଇଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ମୟୂରଭଞ୍ଜ ଜିଲ୍ଲା ଲୋକସଭା ସଂସଦ ଅଧିନରେ ଥିବା ୭ଟି ନିର୍ବାଚନ ମଣ୍ଡଳୀ ଏବଂ ବାଲେଶ୍ୱର ଲୋକସଭା ମଣ୍ଡଳୀ ଅର୍ନ୍ତଗତ ବଡସାହି ନିର୍ବାଚନ ମଣ୍ଡଳୀ ପାଇଁ ସୋମବାର ମତଦାନ କାଁଭାଁ ଗଣ୍ଡଗୋଳକୁ ଛାଡି ଦେଲେ ମୋଟା ମୋଟି ଶାନ୍ତିପୂର୍ଣ୍ଣ ଶେଷ ହୋଇଛି । ଏହି ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଅଧିନରେ ୮ଜଣ ସାଂସଦ ପ୍ରାର୍ଥି ଏବଂ ଉକ୍ତ ସାଂସଦ କ୍ଷେତ୍ର ଅଧିନ ବାଙ୍ଗିରିପୋଷି, ବାରିପଦା, ଯଶୀପୁର, ମୋରଡା, ରାଇରଙ୍ଗପୁର, ସାରସକଣା ଏବଂ ଉଦଳା ନିର୍ବାଚନ ମଣ୍ଡଳୀରେ ମୋଟ ୬୫ଜଣ ବିଧାୟକ ପ୍ରାର୍ଥି ଏବଂ ୮ଜଣ ସାଂସଦ ପ୍ରାର୍ଥିଙ୍କ ସମେତ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ୮ଜଣ ବିଧାୟକ ପ୍ରାର୍ଥିଙ୍କ ଭାଗ୍ୟ ଆଜି ଇଭିଏମ ମଧ୍ୟରେ ସିଲ ହୋଇଛି । ତେବେ ମୋଟ ଉପରେ ୮ଜଣ ସାଂସଦଙ୍କ ସହ ୮୧ଜଣ ବିଧାୟକଙ୍କ ଭାଗ୍ୟ ସିଲ ହୋଇଛି । ଆସନ୍ତା ମେ ୨୩ତାରିଖରେ ହେବାକୁ ଥିବା ଭୋଟ ଗଣତିକୁ ଏବେ ସମସ୍ତଙ୍କର ନଜର ରହିଛି । ତେବେ ଜିଲ୍ଲାରେ ୫୦ରୁ ଅଧିକ ସ୍ଥାନରେ ଇଭିଏମ ମେସିନ ଖରାପ ହୋଇପଡ଼ିଥିବା ଯୋଗୁଁ ଭୋଟ ଦେବାରେ ବିଳମ୍ବ ହୋଇଥିଲା । ଏପରିକି ବିଭିନ୍ନ ସ୍ଥାନରେ ଭୋଟ ଗ୍ରହଣ ସମୟ ୭ଟାରେ ନହୋଇ ପ୍ରାୟ ଦିନ ୯ଟା ସମୟରେ ହୋଇଥିଲା । ଫଳରେ ଲୋକାମନଙ୍କ ମଧ୍ୟରେ ଅସନ୍ତୁଷ୍ଟ ଦେଖାଦେଇଥିଲା । ସେହିପରି ଆଜି ଜିଲ୍ଲାରେ ତାପମାତ୍ରା ୪୪ଡିଗ୍ରୀ ସେଲସିୟସ ରହିଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିକୁ ଖାତର ନକରି ଭୋଟରମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବାର ପରିଲକ୍ଷିତ ହୋଇଥିଲା  ।  ତେବେ ବାରିପଦା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ୩୪ନମ୍ବର ବୁଥ ବନମାଳୀ ବିଦ୍ୟାପୀଠରେ ଇଭିଏମ ମେସିନ ଖରାପ କାରଣରୁ ୨ ଘଣ୍ଟା ବିଳମ୍ବରେ ମେସିନ ବଦଳାଇବା ପରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ମୟୂରଭଞ୍ଜ ଜିଲ୍ଲାରେ ବିଶେଷ କରି ୫୦ରୁ ଅଧିକ ସ୍ଥାନରେ ଇଭିଏମ ମେସିନ ଖରାପ ହୋଇପଡ଼ିଥିବା ଯୋଗୁଁ ବିଳମ୍ବରେ ମତଦାନ ଅନୁÂିତ ହୋଇଥିବାର ଜଣାପଡ଼ିଥିବା ସମୟରେ ବାରିପଦା ନିର୍ବାଚନ ମଣ୍ଡଳୀରେ ବିଶେଷ କରି ୬୪ନଂ ବୁଥ ମହେଶଚନ୍ଦ୍ର ୟୁପି ସ୍କୁଲରେ ଇଭିଏମ ମେସିନ ଖରାପ ହୋଇପଡ଼ିଥିବା ଯୋଗୁଁ ସେଠାରେ ୨ଘଂଟା ବିଳମ୍ବରେ ଭୋଟ ଗ୍ରହଣ ହୋଇଥିଲା । ଫଳରେ ସେଠାରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ସେହିପରି ବାରିପଦା ନିର୍ବାଚନ ମଣ୍ଡଳୀରେ ଆଦର୍ଶ ବୁଥ ନଂ ୬୧ ବାଳାଙ୍ଗୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଇଭିଏମ ମେସିନ ଖରାପ ହୋଇଥିବା ଯୋଗୁଁ ୩୦ମିନିଟ , ୬୦ନଂ ବୁଥ,୫୧ନଂ ବୁଥ,୩୫ନଂ ବୁଥ,୫୪ନଂ ବୁଥ ଆଦି ବିଭିନ୍ନ ବୁଥରେ ଇିଭିଏମ ମେସିନ ଅଚଳ ହୋଇପଡ଼ିଥିବା ଫଳରେ ବିଳମ୍ବରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେହିପରି ସାରସକଣା ନିର୍ବାଚନ ମଣ୍ଡଳୀର ୧୦୭,୧୧୬, ୧୨୪,୮୪,୮୮,୮୯ ଏବଂ ୧୪୮ନଂ ବୁଥରେ ମଧ୍ୟ ଇଭିଏମ ମେସିନ ଖରାପ ହୋଇଥିଲା । ସେହିପରି ମୋରଡା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ୧୬୪ ଏବଂ ୧୩୦ନଂ ବୁଥରେ ଇଭିଏମ ମେସିନ ଖରାପ ହୋଇଥିବା ସୂଚନା ମିଳିଛି । ସେହିପରିି ଉଦଳା ନିର୍ବାଚନ ମଣ୍ଡଳୀର ବୁଥ ନଂ ୫୮ ଏବଂ ୫୯ରେ ଇଭିଏମ ମେସିନ ଖରାପ ହୋଇଥିଲା । ସେହିପରି ଯଶୀପୁର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ୧୧୫ ଏବଂ ୨୦୦ନଂ ବୁଥରେ ଇଭିଏମ ମେସିନ ଖରାପ ହୋଇଥିବା ଯୋଗୁଁ ୨ଘଂଟା ବିଳମ୍ବରେ ଭୋଟ ଗ୍ରହଣ ହୋଇଥିଲା । ସେହିପରି ବଡ଼ସାହି ନିର୍ବାଚନ ମଣ୍ଡଳୀରେ ୧୬୩ ଓ ୧୬୪ନଂ ବୁଥରେ ମେସିନ ଖରାପ ହୋଇଥିବା ଯୋଗୁଁ ୨ଘଂଟା ବିଳମ୍ବରେ ଭୋଟ ଗ୍ରହଣ ହୋଇଥିଲା ।ତେବେ ମୋଟ ଉପରେ ସମସ୍ତ ନିର୍ବାଚନ ମଣ୍ଡଳୀରେ ପ୍ରାୟ ୫୦ରୁ ଅଧିକ ବୁଥରେ ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା । ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ତେବେ ସନ୍ଧ୍ୟା ୭ଟା ସୁଦ୍ଧା ମୟୂରଭଞ୍ଜ ଲୋକସଭା ମଣ୍ଡଳୀ ଅର୍ନ୍ତଗତ ୭ଟି ନିର୍ବାଚନ ମଣ୍ଡଳରେ ମୋଟ ୬୫.୨୫ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ସେଥିରେ ଯଶୀପୁର ନିର୍ବାଚନ ମଣ୍ଡଳୀରେ ୬୬.୪୧ପ୍ରତିଶତ, ସାରସକଣା ନିର୍ବାଚନ ମଣ୍ଡଳୀରେ ୬୧.୮୪ପ୍ରତିଶତ, ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ୬୨.୦୫ପ୍ରତିଶତ,  ବାଙ୍ଗିରିପୋଷୀ ନିର୍ବାଚନ ମଣ୍ଡଳୀରେ ୭୧ ପ୍ରତିଶତ, ଉଦଳା ନିର୍ବାଚନ ମଣ୍ଡଳୀରେ ୬୪ପ୍ରତିଶତ, ବାରିପଦା ନିର୍ବାଚନ ମଣ୍ଡଳୀରେ ୬୪.୫୧ପ୍ରତିଶତ ଏବଂ ମୋରଡା ନିର୍ବାଚନ ମଣ୍ଡଳୀରେ ୬୭ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ବାଲେଶ୍ୱର ଲୋକସଭା ସାଂସଦ କ୍ଷେତ୍ର ଅଧିନ ବଡ଼ସାହି ନିର୍ବାଚନ ମଣ୍ଡଳରେ ମୋଟ ୬୦ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ବାରିପଦା ଲୋକସଭା ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ୨୪୪ନଂ ବୁଥ ପୋଡାଅସ୍ତିଆ ପ୍ରାଇମେରୀ ବିଦ୍ୟାଳୟରେ ଦ୍ୱିତୀୟ ପୁଲିସ ଅଫିସର ଭାବେ କାର୍ଯ୍ୟ କରୁଥିବା ରାମରାୟ ସୋରେନ (କନିÂ କିରାଣୀ) ଦିନ ପ୍ରାୟ ଦେଢ଼ଟା ସମୟରେ ଅଂଶୁଘାତରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତି କରାଯାଇଛି । ସେହିପରି ପୋଡିଅସ୍ତିଆ ସ୍ଥିତ୨୪୫ନଂ ବୁଥରେ ଝିଙ୍କେଶ୍ୱର ବେହେରା (୬୫)ନାମକ ଜଣେ ଭୋଟର ଦିନ ପ୍ରାୟ୧ଟା ସମୟରେ ପୋଡାଅସ୍ତିଆ ସରକାରୀ ପ୍ରାଇମେରୀ ବିଦ୍ୟାଳୟକୁ ଭୋଟ ଦେବାକୁ ଆସିଥିଲେ । ଫଳରେ ସେଠାରେ ସେ ଅସୁସ୍ଥ ଅନୁଭବ କରିଥିଲେ । ତେଣୁ ସେ ଭୋଟ ନଦେଇ ଘରକୁ ଫେରିଯାଇଥିଲେ । ଏଣୁ ଘରେ ପିଇବା ପାଇଁ ପାଣି ମାଗିବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।  ତେବେ ମୋଟ୧୬ଲକ୍ଷ ୪୮ହଜାର୯୨୭ଜଣ ଭୋଟର ରହିଛନ୍ତି । ଉକ୍ତ ସମସ୍ତ ନିର୍ବାଚନ ମଣ୍ଡଳୀରୁ ମୋଟ ୮ଲକ୍ଷ୨୫ହଜାର୨୩୫ଜଣ ମହିଳା ଭୋଟର ରହିଥିବା ବେଳେ ୮ଲକ୍ଷ ୨୩ହଜାର ୬୪୪ଜଣ ପୁରୁଷ ଭୋଟର ରହିଛନ୍ତି । ୨୦୧୪ନିର୍ବାଚରେ ଜିଲ୍ଲା ମୋଟ ମତଦାନ ହାର ୭୬.୧୦ ହୋଇଥିବା ବେଳେ ଚଳିତ ବର୍ଷ ତାହା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।

0
0
0
s2sdefault