ବରଗଡ :- ପବିତ୍ର ପୁଣ୍ୟପୀଠ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର । ଆସନ୍ତା 13 ମେ ରୁ 18 ତାରିଖ ପର୍ଯନ୍ତ 1 ସପ୍ତାହ ବ୍ୟାପୀ ମହାପ୍ରଭୁଙ୍କ ଜନ୍ମୋତ୍ସଵ ଓ ବୈଶାଖ ମେଳା ପାଇଁ , ଚଳିତ ଥର ମେଳା ପରିଚାଳନା କମିଟିର ଆଜି ଦ୍ୱିତୀୟ ବୈଠକ , ଉପଜିଲ୍ଲାପାଳ ତନ୍ମୟ କୁମାର ଦରୁଆନଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହେଇ ଯାଇଛି । ଉକ୍ତ ବୈଠକ ରେ ମୂଖ୍ୟତଃ ମେଳା ସମୟରେ ଟ୍ରାଫିକ ର ସୁପରିଚାଳନା , ପାଣି ସମସ୍ୟା , ମେଳା ପରିସରରେ ବିପଦ ସଂକୁଳ ଅବସ୍ଥାରେ ରହିଥିବା ପୁରୁଣା ଗଛ , ଓ ଅନ୍ୟାନ୍ୟ ଅନେକ ସମସ୍ୟା ବାବଦରେ ଆଲୋଚନା କରାଯାଇଥିଲା । ଚଳିତ ଥର ପ୍ରବଳ ଭିଡ ଅନୁମାନ କରାଯାଇ ଦୁଇ ଚକିଆ ଗାଡି ଓ ଚାରି ଚକିଆ ଗାଡି ପାଇଁ ଅତି ସହଜ ଓ ବିରାଟ ଜାଗାର ବ୍ୟବସ୍ଥା କରାଯାଇଛି । ଯାତ୍ରୀ ମାନଙ୍କର ସବୁ ପ୍ରକାର ସୁବିଧାକୁ ନଜର ରେ ରଖି ବୟସ୍କ ଶ୍ରଦ୍ଧାଳୁ ଙ୍କୁ ବସ ଷ୍ଟାଣ୍ଡରୁ ମନ୍ଦିର ପର୍ଯନ୍ତ ନେବା ଆଣିବା କରିବା ପାଇଁ ବେଟେରୀ ଚାଳିତ ଅଟୋର ବ୍ୟବସ୍ଥା କରାଯିବାର ନିଷ୍ପତ୍ତି ହେଇଛି ।ଏହା ସହିତ ବନ ବିଭାଗ ଓ ଅଗ୍ନିଶମ ବିଭାଗର ସହଯୋଗରେ ବିପଦ ସଂକୁଳ ଅବସ୍ଥାରେ ଥିବା ଗଛ ଗୁଡିକ ପାଇଁ ଉଚିତ ବ୍ୟବସ୍ଥା ଗ୍ରହଣ କରାଯିବାର ନିଷ୍ପତ୍ତି ମଧ୍ୟ ହେବା ସହିତ ପାନୀୟ ଜଳ ଯୋଗାଣ ର ସୁବ୍ୟବସ୍ଥା କରାଯିବାର ନିଷ୍ପତ୍ତି ମଧ୍ୟ ହେଇଛି । ଚଳିତ ଥର ସାଂସ୍କୃତିକ କାର୍ଯକ୍ରମ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କଳାକାର ଗ୍ରୁପ ଆସିବାର କାର୍ଯକ୍ରମ ରହିଛି । ବିଭିନ୍ନ ବିଭାଗ ସହିତ ଆଲୋଚନା କରାଯାଇ ଆଗାମୀ ଦିନରେ ମେଳାକୁ କିଭଳି ଭଲ ଭାବରେ ପରିଚାଳିତ କରାଯାଇ ପାରିବ ସେଥିପାଇଁ ସବୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର କାର୍ଯନିର୍ବାହୀ ଅଧୁକରି ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଜଣାଇଛନ୍ତି । ଆଜିକାର ଏହି ବୈଠକରେ ମନ୍ଦିର ର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ତଥା ପାଇକମାଲ ବିଡ଼ିଓ ଶ୍ରୀ ସଦାଶିବ ନାୟକ , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ମେଳା ପରିଚାଳନା କମିଟିର ଶ୍ରୀ ବଡ ସତପଥୀ , ସୁରଥ କୁମାର ସାହୁ , ରମେଶ ବାରିକ , ଚିତ୍ତ ସରାଫ , କମଲେଶ ଅଗ୍ରବାଲ , ଦୁର୍ଯୋଧନ ତ୍ରିପାଠୀ , ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଶେଷରେ ଶ୍ରୀ ବଡ଼ ସତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।