ହେଡଲାଇନସ୍:

 ଆରମ୍ଭ ହେଲା ମତଦାନ :  ୫ ସ୍ତରୀୟ ଶୃଙ୍ଖଳା ବ୍ୟବସ୍ଥା, ୩ଟି ଉତେଜନା ପ୍ରବଣ ବୁଥରେ ସଶସ୍ତ୍ର ପୋଲିସ ମୁତୟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡଗାଁ ./ଶ୍ରୀକାନ୍ତ ମିଶ୍ର : ଆରମ୍ଭ ହୋଇଛି  ନୟାଗଡ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଓଡଗାଁ ବ୍ଲକରେ ମତଦାନ | ବ୍ଲକର  ୧୮ଟି ପଂଚାୟତର ୮୬ଟି ବୁଥରେ ଭୋଟର ମାନେ ତାଙ୍କର ବହୁମୂଲ୍ୟ ମତ ସାବ୍ୟସ୍ତ କରିବେ । ମତଦାନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ  କୁରାଳ, ଗିରିଡିପଲ୍ଲୀ, ଶରଧାପୁରୁ ଉତେଜନା ପ୍ରବଣ ବୁଥରେ ସଶସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି । ଏବଂ ସମସ୍ତ ବୁଥକୁ ୬ଟି ଅଂଚଳରେ ବିଭକ୍ତ କରାଯାଇଛି । ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଜଣେ ଡିଏସପି, ଆଇଆଇସି, ସବଇନସ୍ପେକ୍ଟରଙ୍କ ସହିତ ୭ଜଣ ଅଫିସର ନିୟୋଜିତ ହୋଇଛନ୍ତି । ପ୍ରତ୍ୟେକ ବୁଥରେ ଆବଶ୍ୟକ ଅନୁସାରେ ଗ୍ରାମରକ୍ଷୀ, ହୋମଗାଡ, କନେଷ୍ଟବଲ ଏବଂ ପୋଲିସ ଅଫିସର ମୁତୟନ ଅଛନ୍ତି । ଭ୍ରାମ୍ୟମାଣ ସୁରକ୍ଷାଦଳ ପ୍ରତି ୮ରୁ ୧୫ଟି ବୁଥକୁ ନଜର କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଓଡଗାଁ ବ୍ଲକ ନୟାଗଡ ଓ ରଣପୁର ନିର୍ବାଚନ ମଣ୍ଡଳିର ସମସ୍ତ ୧୬୩ଟି ବୁଥ ପାଇଁ ବ୍ଲକ ପ୍ରଶାସନ ତରଫରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ।     

 

 

 

 

 

 

0
0
0
s2sdefault