ଅଗ୍ନିଶମ ବାହିନୀ ର ଖୋଜା ଖୋଜି ଜାରି
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ମାଝୀମୁଣ୍ଡା ଧର୍ମଦାଣ୍ଡି ଜୋର ରେ ଗାଧୋଇବା ବେଳେ ଭାସି ଯାଇ ଦୁଇ ନିଖୋଜ l ଘଟଣl ସ୍ଥଳେ ପୋଲିସ ଓ ଅଗ୍ନିସମ ବିଭାଗ ପହଁଚି ଖୋଜାଖୋଜି ଜାରି l ନିଖୋଜ ଉଭୟ ଦୁଇ ବ୍ୟକ୍ତି ଗୋଟିଏ ଘର ର ଦୁଇ ଭାଇ ବୋଲି ଜଣା ପଡିଛି l ନିଖୋଜ ବ୍ୟକ୍ତି ହେଲେ ମାଝୀମୁଣ୍ଡା ଗ୍ରାମର ଟିକେସ୍ଵର ବାରିକ ଓ ନିରଞ୍ଜନ ବାରିକ ବୋଲି ସୂଚନା ମିଳିଛି l ସୂଚନା ଅନୁଯାୟୀ ମାଝୀମୁଣ୍ଡା ଗ୍ରାମର ଦୁଇ ଭାଇ ନିଜ ବିଲ ରେ କାମ ସାରି ଧର୍ମଦାଣ୍ଡି ଯୋର କୁ ଗାଧୋଇବା କୁ ଯାଇ ପାଣି ରେ ଭାଷୀ ଯାଇ ନିଖୋଜ l ପାଣି ର ସ୍ରୋତ ପ୍ରଖର ଥିବାରୁ ବଡ଼ ଭାଇ କୁ ବଞ୍ଚାଇବାକୁ ଯାଇ ସାନ ଭାଇ ମଧ୍ୟ ପାଣି ରେ ଭାଷୀ ଯାଇଥିବା ପ୍ରତେକ୍ଷ ଦର୍ଶି କହିଛନ୍ତି l ଲୋକେ ଘଟଣା କୁ ନେଇ ଅଗ୍ନିଶମ ବିଭାଗ କୁ ଖବର କରିବା ପରେ ତୁରନ୍ତ ଆସି ପାଖା ପାଖି ଏକ ଘଣ୍ଟା ହେବ ଖୋଜା ଚାଲିଛି l ଏପର୍ଯ୍ୟନ୍ତ କାହାରିକୁ ପାଇନଥିବା ଜଣାପଡ଼ିଛି l ତେବେ ସନ୍ଧ୍ଯା ହୋଇ ଯିବାରୁ ଆସନ୍ତାକାଲି ପୁଣି ଅପରେସନ କରିବେ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି l