ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଦୁଇଦିନ ଧରି ଚାଲିଥିଲା ରାଜ୍ୟ ସ୍ତରୀୟ କ୍ରୀଡା ଚୟନ ପାଇଁ ଜିଲ୍ଲା ସ୍ତରୀୟ କ୍ରୀଡା ଚୟନ ପ୍ରକ୍ରିୟାଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୭ଗୋଟି ବ୍ଲକର ୧୮ଗୋଟି ବିଦ୍ୟାଳୟକୁ ୯ବର୍ଷରୁ ୧୨ ବର୍ଷ ମଧ୍ୟରେ ୯୦ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ ଆୟୋଜିତ ସଭାର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ କହିବା ସଙ୍ଗେ ସଙ୍ଗେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଆସିଥିବା ଖେଳାଳୀ ପ୍ରତିଭା ମାନଙ୍କୁ କ୍ରୀଡା ତଥା ଖେଡୁଆଳ ମନୋଭାବ ନେବା ଦିଗରେ ଉତ୍ସାହିତ କରିଥିଲେ ।
ଏଥିରେ ଛାତ୍ରଛାତ୍ରୀ ଭୁବନେଶ୍ୱର ଠାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ କ୍ରୀଡା ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ପାଇଁ ମନୋନୟନ କରାଯିବ ବୋଲି କହିଥିଲେ । ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଆସିଥିବା ଖେଳାଳୀ ମାନଙ୍କୁ ପ୍ରଥମେ ଉଚ୍ଚତା ଓ ଓଜନ ମାପ କରାଯାଇଥିଲା । ତାପରେ ରାଜ୍ୟ ସ୍ତରରେ ଥିବା ଛାତ୍ରାବାସ ପାଇଁ ପ୍ରତିଭା ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତିଭା ଚୟନ ପ୍ରକ୍ରିୟାରେ ମୁଖ୍ୟତଃ ସାତଳ ଦୌଡ, ଠିଆଲମ୍ଫ ଏବଂ ଫ୍ଲାଇଷ୍ଟର ଦୌଡ ପ୍ରତିଯୋଗିତା ହୋଇଥିଲା । ଏଥିରେ ୨୬ ଜଣ ପୁଅ, ୪ ଜଣ ଝିଅ ମୋଟ ୩୦ ଜଣ ଚୟନ ହୋଇ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।