ବରଗଡ଼ : ଆଜି ଦ୍ଵିତୀୟ ପର୍ଯ୍ୟାୟରେ ନିର୍ବାଚନ ଚାଲିଥିବା ବେଳେ ବରଗଡ଼ ଜିଲ୍ଲାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁ ଚିହ୍ନରେ ଟିପିଲେ ତାହା ଭିଭିପାଟରେ ପଦ୍ମ ଚିହ୍ନକୁ ପଲାଉଛି ବୋଲି ଭୋଟର ମାନେଅଭିଯୋଗ କରିବା ପରେ ଅଭିଯୋଗର ସତ୍ୟତା କୁ ଉପଲବ୍ଧି କରି ଗୋଟାଏ ବୁଥରେ ମତଦାନକୁ ବାତିଲ କରାଯାଇଛି ।
ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକର ଡଭା ଗ୍ରାମର 16 ନମ୍ବର୍ ବୁଥରେ ଯଥାରୀତି ମତଦାନ ଆରମ୍ଭ ହୋଇଥିଲା । ହେଲେ ଇଭିଏମରେ ଗଡବଡ଼ି ଦେଖାଦେବାରୁ ମତଦାନକୁ ସ୍ଥଗିତ ରଖାଯାଇଥିଲା କିଛି ସମୟ ପାଇଁ । ହେଲେ 3ଟା ବେଳେ ଇଭିଏମ ରିପ୍ଲେସ ହେବାପରେ ମତଦାନ ଆରମ୍ଭ ହୋଇଥିଲା । ଭୋଟ ଦେଲା ବେଳେ କିଛି ମହିଳା ଅଭିଯୋଗ କକେ ଯେ ଯେଉଚିହ୍ନରେ ଟିପିଲେ ବି ପଦ୍ମ ଚିହ୍ନରେ ଭୋଟ ହୋଇଥିବା ଦେଖାଉଛି । ହେଲେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ତାକୁ ଗୁରୁତ୍ୱ ନଦେଇ ମତଦାନ ଜାରି ରଖିଲେ। ହେଲେ ଜଣେ ଯୁବକ ଭୋଟ ଦେବାପରେ ତାଙ୍କ ଭୋଟ କ୍ଷେତ୍ରରେ ସେଭଳି ହୋଇଥିବା ଦେଖି ସେ ଅଭିଯୋଗ କରିଥିଲେ । ହେକେ ପୋଲିଂ ଆଉ ପ୍ରିଜାଇଡିଂ ଅଫିସର ଗୁରୁତ୍ୱ ନଦେବାରୁ ସେ ସେଠାରେ ଧାରଣାରେ ବସିରହିଲେ । ଶେଷରେ ଅଭିଯୋଗର ଗୁରୁତ୍ବକୁ ଉପଲବ୍ଧି କରି ଶେଷରେ ସେହି ବୁଥରେ ମତଦାନକୁ ସ୍ଥଗିତ ରଖାଯାଇଛି ।