ହେଡଲାଇନସ୍:

ବନ୍ଦିତାଙ୍କ ସପକ୍ଷରେ ଅଣ୍ଟା ଭିଡିଲା ନିର୍ମାଣ ଶ୍ରମିକ ସଙ୍ଘ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଯାଜପୁର ରୁ ସୁବାଷ ଚନ୍ଦ୍ର ନାୟକ :  ବ୍ୟାସନଗର ସ୍ଥିତ ରାଷ୍ଟୀୟ ମଜଦୁର କଂଗ୍ରେସ କାର୍ଯ୍ୟାଳୟ ରେ ନିଖିଳ ଉତ୍କଳ ସଙ୍ଘ ର ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ବ୍ୟାସନଗର କୋରେଇ  ସମେତ 28 ଗୋଟି ଗ୍ରାମପଂଚାୟତ ର ସଂଯୋଜକ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ |

: କୋରେଇ ନିର୍ବାଚନ ମଣ୍ଡଳୀ ରେ 15ହଜାର ରୁ ଉର୍ଦ୍ଧ ନିର୍ମାଣ ଶ୍ରମିକ ହିତାଧିକାରୀ ରାଜ୍ୟ ସରକାର ଙ୍କ ଭୁଲ ନୀତି ତଥା ଦୀର୍ଘଦିନ ଧରି ହିତାଧିକାରୀ ମାନଙ୍କୁ ସହାୟତା ରାଶି ନ ଦେବା ଘଟଣା କୁ ଦୃଢ଼ ସମାଲୋଚନା କରିଥିଲେ ଓ କୋରେଇ ନିର୍ବାଚନ ମଣ୍ଡଳୀ ର ବିଧାୟିକା  ପ୍ରାର୍ଥୀନୀ  ବନ୍ଦିତା ପରିଡା ଙ୍କୁ ସମର୍ଥନ କରିବା ସହ ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କୁ ଅବିଳମ୍ବେ ସହାୟତା ରାଶି ପ୍ରଦାନ କରିବା ସମସ୍ତ କୃଷି ଋଣ ଛାଡ଼ କରିବା ପ୍ରତ୍ୟେକ  ଗରିବ ପରିବାର ଙ୍କୁ 72ହଜାର ଟଙ୍କା ପ୍ରଦାନ କରିବା ବେକାର ଯୁବକ ଯୁବତୀ ନିଯୁକ୍ତି ନ ପାଇବା ପର୍ଯ୍ୟନ୍ତ ସେମାନଙ୍କୁ ମାସିକ 3ହଜାର ଟଙ୍କା ପ୍ରଦାନ କରିବା ଭଳି କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ଭୂୟସି ପ୍ରଶଂସା କରିବା ସହ ତୁରନ୍ତ ବିଭିନ୍ନ ପଂଚାୟତ ରେ ନିର୍ମାଣ ଶ୍ରମିକ ମାନଙ୍କ ବୈଠକ ଆୟୋଜିତ କରିବାକୁ ସଭାପତି ଶ୍ରୀଯୁକ୍ତ ମହାନ୍ତି ପ୍ରସ୍ତାବ ରଖିଥିଲେ | ଏହାପରେ ଏହାକୁ ସମର୍ଥନ କରିବା ସହ ଆସନ୍ତା 26ତାରିଖ ମଧ୍ୟରେ ପୃଥକ ପୃଥକ ବୈଠକ ମାନ ଆୟୋଜିତ କରିବାକୁ ସିଦ୍ଧାନ୍ତ ନିଆଯାଇଛି  | ଏହି ଆଲୋଚନା ରେ ଶ୍ରମିକ ନେତା ପରମାନନ୍ଦ ସେଠି, କାଳନ୍ଦୀ ଦାସ ବସନ୍ତ କୁମାର ଦାସ, ଧୃବ ଚରଣ ଯେନା,  ତପନ ନାୟକ ପ୍ରମୁଖ କଂଗ୍ରେସ ପ୍ରାର୍ଥନୀ ବନ୍ଦିତା ପରିଡାଙ୍କ ସପକ୍ଷରେ ବିପୁଳ ସଂଖ୍ୟାରେ ସମର୍ଥନ ଦେବାକୁ ସଂକଳ୍ପ ନେଇଥିଲେ | 

 

0
0
0
s2sdefault