ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ମିନତି ବେହେରାଙ୍କୁ ମାହାଙ୍ଗା ଓ ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ଶ୍ରୀମତୀ ଲତିକା ପ୍ରଧାନ ଏବଂ ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ଶ୍ରୀମୟୀ ସ୍ୱେତା ସ୍ନିଗ୍ଧା ମିଶ୍ରଙ୍କୁ କେନ୍ଦ୍ରାପଡ଼ା, ପାଟକୁରା ଓ ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ, ବିଧାୟିକା ଶ୍ରୀମତୀ ଟୁକୁନି ସାହୁଙ୍କୁ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ, ଦଳର ମୁଖପାତ୍ର ଶ୍ରୀମତୀ କସ୍ତୁରୀ ମହାପାତ୍ର ଏବଂ ଶ୍ରୀମତୀ ସୁନୀତା ବିଶ୍ୱାଳଙ୍କୁ ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ, ଶ୍ରୀମତୀ ଏଲିନା ଦାସଙ୍କୁ କଟକ-ଚୌଦ୍ୱାର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଏବଂ ମୀରା ପରିଡ଼ାଙ୍କୁ ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସହ-ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି ବୋଲି ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି ।