ହେଡଲାଇନସ୍:

ସମାଜସେବୀଙ୍କୁ ରକ୍ତାକ୍ତ ଆକ୍ରମଣ ଘଟଣା,ଅଭିଯୁକ୍ତଙ୍କୁ ଗିରଫ ଦାବୀ କଲା କଂଗ୍ରେସ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

କୋମନା(ଭାଗିରଥି ଭୋଇ)-ନୂଆପଡା ଜିଲ୍ଲା କୋମନା ବ୍ଲକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭୋଟ ଚାଲିଥିବା ସମୟରେ ଜଲମକଟା ବୁଥ୍ରେ କିଛି ବିଜେଡି କର୍ମୀ ବୁଥ ବାହାରେ ଓ ଭିତରେ ଭୋଟରଙ୍କୁ ପ୍ରଲୋଭନ ଦେଖାଇ ବିଜେଡିକୁ ଭୋଟ ଦେବା ପାଇଁ କହିଥିଲେ ଏବଂ ଏହା ଦେଖି କଂଗ୍ରେସ ର ବରିଷ୍ଠ  ନେତା ବିଂରଚି ବାଗ ପ୍ରତିବାଦ କରିଥଲେ । ଏଥିରେ କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ତାଙ୍କୁ ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏହି ଘଟଣାକୁ ୬ ଦିନ ବିତିଯାଇଥିଲେ ବି ଆଜି ପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି । ଯାହାକୁ ନେଇ ଆଜି କଲାହାଣ୍ଡି ଲୋକସଭା ଯୁବ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ରବିନ୍ଦ୍ର ମଙ୍ଗରାଜ ନିକ କର୍ମୀଙ୍କ ସହ ଆସି କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଗାମି ୪ ଦିନରେ ମଧ୍ୟରେ ଗିରଫ ନ କଲେ ବାଧ୍ୟ ଥାନା ଘେରାଉ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । କୋମନା ଥାନା ଆଇଆଇସି ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ ଦାବୀ ପତ୍ର ଗ୍ରହଣ କରିଥିଲେ । 

 

0
0
0
s2sdefault