ହେଡଲାଇନସ୍:

ଏମ.ଏସ. ସ୍ୱାମୀନାଥନ କୃଷି ମହାବିଦ୍ୟାଳୟ ସାରା ଭାରତରେ ଦ୍ୱିତୀୟ ଆଇ.ସି ଏ.ଆର ମାନ୍ୟତାପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ସେଞ୍ଚୁରିଆନ ବିଶ୍ୱ ମହାବିଦ୍ୟାଳୟରେ ଥିବା ଏମ.ଏସ. ସ୍ୱାମୀନାଥନ କୃଷି ମହାବିଦ୍ୟାଳୟ ୨୦୧୯ମସିହା ମାର୍ଚ୍ଚ ୨୯ ତାରିଖରେ  ଆଇ.ସି.ଏ.ଆର ମାନ୍ୟତା ପାଇଛି । ଏହି ମାନ୍ୟତା ପରବର୍ତ୍ତୀ ୫ ବର୍ଷ ପର୍ଯ୍ୟନ୍ତ ବୈଧ୍ୟ ଅଟେ ।  ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟ ଗୋଟିଏ ବେସରକାରୀ ବିଦ୍ୟାଳୟ ଭାବରେ ଏହି ମାନ୍ୟତା ପାଇବାରେ ସାରା ଭାରତରେ ଦ୍ୱିତୀୟ ତଥା ସମଗ୍ର ଓଡିଶାରେ ପ୍ରଥମ ସ୍ଥାନ ଅଧିକାରୀ କରିଅଛି । ଏହି ମାନ୍ୟତା ପ୍ରାପ୍ତ ଯୋଗୁଁ ଏହାର ସମସ୍ତ ଛାତ୍ରଛାତ୍ରୀ ସବୁ ସୁବିଧା ସୁଯୋଗ ପାଇପାରିବେ ଯାହାକି ସରକାରୀ ଅଧିକୃତ କୃଷି ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପାଇପାରୁଛନ୍ତି । ଯେମିତିକା ସେମାନେ ସ୍ନାତକୋତ୍ତର ପାଇଁ ସରକାରୀ କୃଷି ବିଦ୍ୟାଳୟରେ ପ୍ରବେଶ କରିପାରିବେ । କୃଷି ସମ୍ୱନ୍ଧୀୟ ସରକାରୀ ଚାକିରି ମଧ୍ୟ କରିପାରିବେ ଓ ଗବେଷଣା ପାଇଁ ଆଇ.ସି.ଏ.ଆର ଅନୁଦାନ ମଧ୍ୟ ପାଇପାରିବେ । ଆଇ.ସି.ଏ.ଆର ମାନ୍ୟତା ପ୍ରଦାନ କରିବା ପାଇଁ  ଆସିଥିବା ଉଚ୍ଚ ସ୍ତରୀୟ ଅଧିକାରୀ ତଥା କୁଳପତି ଓ ଅନ୍ୟସମୀକକ୍ଷ ମାନେ ଏହି କୃଷି ବିଦ୍ୟାଳୟର ଶିକ୍ଷାର ଗୁଣାତ୍ମକତା, ଶିକ୍ଷକଙ୍କ ପାର୍ଶ୍ୱଚିତ୍ର, ଛାତ୍ରଛାତ୍ରୀଙ୍କ ସାମର୍ଥ୍ୟତା , ଚାକିରିରେ ନିୟୋଜନ ସୁବିଧା ତଥା କୃଷି ସଂପ୍ରସାରଣକୁ ବହୁଳ ଭାବରେ ପ୍ରଶଂସା କରିଥିଲେ । ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟର କୁଳପତି ଓ କୃଷି ମହାବିଦ୍ୟାଳୟର ଡିନ ଏହି ମାନ୍ୟତା ପାଇବା ଉପଲକ୍ଷେ ସମସ୍ତ ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ, ଶୁଭଚିନ୍ତକ, ଅଂଶୀଦାର ସଂଗଠନ ଓ ପୁରା ସେଞ୍ଚୁରିଆନ ପରିବାରକୁ ଅଭିନନ୍ଦନ ପ୍ରଦାନ କରିଥିଲେ ।

 

0
0
0
s2sdefault