ହେଡଲାଇନସ୍:

ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାନେ ପ୍ରାର୍ଥୀଙ୍କ ଖର୍ଚ୍ଚର ସମୀକ୍ଷା କରିବେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର/ ଜୟଶଙ୍କର ଦାଶ : ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କର ବିବିଧ ଖର୍ଚ୍ଚର ସମୀକ୍ଷା ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ପ୍ରାପ୍ତ ଖର୍ଚ୍ଚ ତଦାରଖ ପର୍ଯ୍ୟବେକ୍ଷକମାନେ ତାରିଖ, ସମୟ ଓ ସ୍ଥାନ ଧାର୍ଯ୍ୟ କରିଛନ୍ତି । ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯାଇଥିବା ଖର୍ଚ୍ଚ ରେଜିଷ୍ଟରକୁ ସେମାନେ ଉପଯୁକ୍ତ ଭାବେ ପୂରଣ କରି ପର୍ଯ୍ୟବେକ୍ଷକ ମାନଙ୍କୁ ପ୍ରଦର୍ଶନ କରାଇବେ । ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚଳିତ ମାସ ୧୮, ୨୩ ଓ ୨୭ ତାରିଖ ପୂର୍ବାହ୍ନ ୯ ଘଟିକା ୩୦ ମିନିଟ୍ ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ସେମାନଙ୍କର ଖର୍ଚ୍ଚର ବିବରଣୀ ପ୍ରଦାନ କରିବେ । ପର୍ଯ୍ୟବେକ୍ଷକଙ୍କ ଅନୁଧ୍ୟାନ ପରେ ସେମାନଙ୍କର ବିଭିନ୍ନ ଖର୍ଚ୍ଚକୁ କିପରି ଭାବରେ ଲିପିବଦ୍ଧ କରାଯାଇଛି ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚକୁ ନିୟମ ଅନୁସାରେ କିପରି ଲିପିବଦ୍ଧ କରାଯାଇ ପାରିବ ତାହାକୁ ମଧ୍ୟ ପର୍ଯ୍ୟବେକ୍ଷକ ନିରୀକ୍ଷଣ କରି ଉପଯୁକ୍ତ ପରାମର୍ଶ ପ୍ରଦାନ କରିବେ । ଏହି ଖର୍ଚ୍ଚର ହିସାବ ପ୍ରଦାନ ସଂପର୍କରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ୮-ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ତେଣୁ ସମସ୍ତ ପ୍ରାର୍ଥୀ ବା ତାଙ୍କ ସ୍ୱୀକୃତିପ୍ରାପ୍ତ ଏଜେନ୍ଟ ଖର୍ଚ୍ଚ ତଦାରଖ ସମୟରେ ଉପସ୍ଥିତ ରହିବାକୁ ଶ୍ରୀ ଦାସ ଅନୁରୋଧ କରିଛନ୍ତି ।

 

0
0
0
s2sdefault