ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଭାରତରତ୍ନ ଡଃ.ବି.ଆର.ଆମ୍ୱେଦରକରଙ୍କ ୧୨୯ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ନୁଆ ବସଷ୍ଟାଣ୍ଡ ସ୍ଥିତ ଡଃ.ବି.ଆର.ଆମ୍ୱେଦରକରଙ୍କ ପ୍ରତିମୂର୍ତ୍ତି ଉପରେ ଜିଲ୍ଲାପାଳ ଅନୁପମ ସାହାଙ୍କ ସମେତ ଭୀମରାଓ ସେନା ଓ ବସ୍ତି ସୁରକ୍ଷା ମଞ୍ଚ ଓ ଜିଲ୍ଲା ଅଧିକାରୀଙ୍କ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ଏକ ଶାନ୍ତି ପଦଯାତ୍ରା ବାହାରି ସହର ପରିକ୍ରମା କରିଥିଲୋ
ପୂର୍ବାହ୍ନ ୮ଟାରେ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ଦାସଙ୍କ ପୌରହିତ୍ୟରେ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ:ଅଜୟ କୁମାର ତ୍ରିପାଠୀ ଯୋଗ ଦେଇ ଭାରତର ସମ୍ୱିଧାନ ପ୍ରଣେତା ଭାରତରତ୍ନ ଡଃ.ବି.ଆର.ଆମ୍ୱେଦରକରଙ୍କ ଜୀବନୀ କର୍ମମୟ ଜୀବନର ସ୍ମୃତି ଚାରଣ କରି ତାଙ୍କର ଜାତି ପ୍ରଥା ଓ ସାମାଜିକ ବୈଷମ୍ୟ ବିରୋଧରେ ଆନ୍ଦୋଳନ, ତାଙ୍କ ପ୍ରଚେଷ୍ଟାରେ ଆଧୁନିକ ବୌଦ୍ଧ ଧର୍ମ ଆନ୍ଦୋଳନର ସୁତ୍ରପାତ ହେବା, କିଭଳି ସେ ଭାରତୀୟ ସମ୍ୱିଧାନ ପ୍ରସ୍ତୁତରେ ମୁଖ୍ୟ ପୁରୋଧା ଥିଲେ ପ୍ରଭୃତି ଉପରେ କହିଥିଲେ । ଅନ୍ୟପକ୍ଷରେ ଡଃ.ବି.ଆର.ଆମ୍ୱେଦରକର ଏକାଧାରରେ ଜଣେ ଆଇନ ବିଶେଷଜ୍ଞ, ରାଜନୀତିଜ୍ଞ, ଦାର୍ଶନିକ, ଏବଂ ଐତିହାସିକ, ଅର୍ଥନିତିକ ଓ ଦଳିତ ଏବଂ ତ୍ରାଣକର୍ତ୍ତା ଥିଲେ ବୋଲି କହିଥିଲେ ।
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ଶିକ୍ଷକ ଅରବିନ୍ଦ ଦାସ ଏବଂ ଅଚ୍ୟୁତାନନ୍ଦ ବସ୍ତିଆ ପ୍ରମୁଖ ମଞ୍ଚାସୀନ ଥିଲେ ।