ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ବିଷୁବ ସଂକ୍ରାନ୍ତିକୁ ପ୍ରଭୁ ରାମଚନ୍ଦ୍ରଙ୍କର ସର୍ବଶ୍ରେଷ୍ଠ ଭକ୍ତ ସଂକଟ ମୋଚନ ହନୁମାନଙ୍କ ଜନ୍ମଦିବସ ତଥା ଓଡିଆମାନଙ୍କ ନବବର୍ଷରେ ସମସ୍ତଙ୍କୁ ବାଲମୁକୁନ୍ଦ କେନ୍ଦ୍ର ତରଫରୁ ସଂଯୋଜକଙ୍କ ନିତ୍ୟାନନ୍ଦ ଚୌଧୁରୀ ଅଭିନନ୍ଦନ ଜଣାଇବା ସହ ଏହି ଅବସରରେ ଗୋ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ପ୍ରଥମେ ବାଛୁରୀ ମାନଙ୍କୁ ଘାସ ଓ ପରିବା ପିଲାମାନେ ଦେବା ପରେ ଗୋଟିଏ ବାଛୁରୀ ତାଙ୍କ ପଛେ ପଛେ ବାଲମୁକୁନ୍ଦ କେନ୍ଦ୍ରର ଗୃହକୁ ଚାଲିଆସିଥିଲା । ଏବଂ ବାଛୁରୀକୁ ସମ୍ମାନିତ ଅତିଥିରୁପେ ଗ୍ରହଣ କରି କାର୍ଯ୍ୟକ୍ରମକୁ ପିଲାମାନେ ତୁଲାଇଥିଲେ । ପରେ ଯୋଗାସନ,ପ୍ରାର୍ଥନା, ଭଗବତଗୀତାର ସଂପୁର୍ଣ୍ଣ ଦ୍ୱାଦଶ୍ୟା ପଞ୍ଚଦଶୋ, ଷୋଡଶ ଅଧ୍ୟାୟ ପଠନ,ଗୋମାତାଙ୍କ ବିଷୟରେ ଆଲୋଚନା ଏବଂ ଶେଷରେ ହନୁମାନ ଚାଳିସା ପଠନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଶିଶୁ ଦ୍ୱୟ ପ୍ରଜ୍ୟୋତି ଚୌଧୁରୀ ଏବଂ ଶୁଭଦର୍ଶନୀ ମହାରଣା ତୁଲାଇଥିଲେ ।
ରାଜ୍ୟ
ବାଲମୁକୁନ୍ଦ କେନ୍ଦ୍ରରେ ହନୁମାନ ଜୟନ୍ତୀ ଓ ଓଡିଆ ନବବର୍ଷ ପାଳନ
- Hits: 550
