ହେଡଲାଇନସ୍:

ସାଲେଭଟ୍ଟା ଠାରେ ନବୀନଙ୍କ କାରକେଡ ଉପରକୁ ଅଣ୍ଡା ଓ .ଢ଼େଲାମାଡ଼ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର(ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ ଉପରକୁ ଅଣ୍ଡା ଓ ଢ଼େଲାମାଡ ହୋଇଥିବା ସୂଚନା ମିଳିଛି। ଲୋଇସିଂହା ବ୍ଲକ ଅନ୍ତର୍ଗତ ସାଲେଭଟ୍ଟା ଠାରେ ନବୀନଙ୍କ କାରକେଡ ଉପରକୁ ଅଣ୍ଡା ଓ .ଢ଼େଲା ହୋଇ ଥିବା ଅଭିଯୋଗରେ ପୁଲିସ ଲାଠିଚାର୍ଜ ଓ ଫ୍ଲାଗ୍‌ ମାର୍ଚ୍ଚ କରିଛି। ଏହି ଘଟଣାରେ ପୁଲିସ ପୂର୍ବତନ ବିଧାୟକ ବାଲଗୋପାଳ ମିଶ୍ର ଓ ତାଙ୍କ ସମର୍ଥକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହାପରେ ସାଲେଭଟ୍ଟାରେ ଉତ୍ତେଜନା ଦେଖାଦେଇଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ପଶ୍ଚିମ ଓଡ଼ିଶାରେ ନିର୍ବାଚନ ପ୍ରଚାର ଚଳାଇଛନ୍ତି। ପ୍ରଥମେ ବରଗଡ଼ ଜିଲ୍ଲା ଅତାବିରା ଓ ପଦ୍ମପୁରରେ ନିର୍ବାଚନୀ ସଭାରେ ଯୋଗ ଦେବା ପରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ହାଇଟେକ୍‌ ବସରେ ରୋଡ ସୋ’ କରିଛନ୍ତି। ଅତାବିରା ଓ ପଦ୍ମପୁରରେ ନବୀନ ନିଜ ସରକାରର ସଫଳତା ବଖାଣିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରର ବିଜେପି ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ପଦ୍ମପୁରରେ ନିଜ ଅଭିଭାଷଣରେ ନବୀନ ପ୍ରଥମେ ପ୍ରଚଣ୍ଡ ଖରା ସତ୍ତ୍ୱେ ଲୋକେ ତାଙ୍କ କଥା ଶୁଣିବାକୁ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଜୟ ଜଗନ୍ନାଥ ଓ ଜୁହାର କହି ଭାଷଣ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ, କାଳିଆ ଯୋଜନା ଦ୍ୱାରା ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏଁ କେହି କାଳିଆ ଯୋଜନାକୁ ବନ୍ଦ କରି ପାରିବେ ନାହିଁ। ଆମ ସରକାର ଆସିବାର ପ୍ରଥମ ଦିନ ବାକି ଚାଷୀମାନଙ୍କୁ ୧୦ ହଜାର ଲେଖାଏଁ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

0
0
0
s2sdefault