ହେଡଲାଇନସ୍:

  ଶ୍ରୀରାମଙ୍କର ପଦସ୍ପର୍ଷରେ ଶାପମୁକ୍ତହେଲେ ଅହଲ୍ୟା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡଗାଁ ଶ୍ରୀରାମ ନବାମୀ ଯାତ୍ରାର ୩ୟ ସନ୍ଧ୍ୟା,ଅହଲ୍ୟା ଉଧାର ବେଶରେ ପ୍ରଭୁଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

ଓଡଗାଁ,: ସୋମବାର ଚୈତ୍ର ଶୁକ୍ଲ କାମଦା ଏକାଦଶୀ ତିଥିର ସ୍ୱତନ୍ତ୍ର ନିତୀ ସହିତ ପ୍ରଭୁ ଶ୍ରୀରଘୁନାଥଙ୍କ ଅହଲ୍ୟା ଉଧାରଣ ବେଶ ଦର୍ଶନ କଲେ ସହସ୍ରାଧିକ ଶ୍ରଦ୍ଧାଳୂ । ଗୈାତମ ଋଷିଙ୍କ ଦ୍ୱାରା ଯୁଗଯୁଗରୁ ପଡିରହିଥିବା ଅଭିସପ୍ତା ପାଷାଣୀ ଅହଲ୍ୟା ପ୍ରଭୁ ଶ୍ରୀରାମଙ୍କର ପଦସ୍ପର୍ଷରେ ଶାପମୁକ୍ତ ହୋଇ ସ୍ୱଶରୀରକୁ ଫେରିପାଇଥିବାର ଦୃଶ୍ୟକୁ ଆଜି ସନ୍ଧ୍ୟାରେ ଦର୍ଶନ କରି ଭାବବିହ୍ୱଳ ହୋଇଥିଲେ ଦର୍ଶନାର୍ଥô । କେବଳ ରାବଣ ନୁହେଁ, କୈବର୍ତ, ଶବରୀ ନୁହେଁ ଏମାନନଙ୍କ ଭଳି ଅନେକଙ୍କୁ ଉଦ୍ଧାର କରିବା ପାଇଁ ତ୍ରେତୟା ଯୁଗରେ ସ୍ୱୟଂ ଭଗବାନଙ୍କୁ ଶ୍ରୀରାମଙ୍କ ଅବତାରରେ ମର୍ତରେ ଅବତରୀତ ହୋଇ ସେ ତାଙ୍କର ଦାୟିତ୍ୱ ଏବଂ କର୍ତବ୍ୟ ସମ୍ପାଦନ କରିଥିଲେ । ହେଲେ ସମ୍ପ୍ରତି ମାନବ ସମାଜ ରାମାୟଣ ତଥା ଅନ୍ୟାନ୍ୟ ପୈାରାଣିକ କଥାବସ୍ତୁକୁ ପାଠକରି ବୁଝି ବୁଝାଉଥିବା ବେଳେ  ନିଜେ ପାଳନ କରେ ନାହିଁ । ଏହାକୁ ବିଧିର ବିଡମ୍ବନା କୁହାଯାଇପାରେ । 

 

0
0
0
s2sdefault