ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) : ନିର୍ବାଚନକୁ ସୁଚାରୂ ରୂପେ ପରିଚାଳନା ନିମତ୍ତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭଗୃହରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁ୍େଠିତ ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ହଉଲିଆଁଲାଲ ଗୁଇଟେ, ଏଥେଲବର୍ଟ ଖାରମାଲିକ୍, ପୁଲିସ ପର୍ଯ୍ୟବେକ୍ଷକ ସନ୍ତୋଷ ସିଂ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ବରୁଣ ରଙ୍ଗାସ୍ୱାମୀ, ଶ୍ରୀମତୀ ଡି, ବବିଥା ଓ ଶ୍ରୀମତୀ ସ୍ୱର୍ଣ୍ଣଶ୍ରୀ ରାଓରାଜଶେଖର, ଆରକ୍ଷୀ ଅଧୀକ୍ଷକ ପଣ୍ଡିତ ରାଜେଶ ଉତ୍ତମ ରାଓ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ପ୍ରକଳ୍ପ ନିଦେ୍ର୍ଧଶକ ମଧୁସୂଦନ ମିଶ୍ରଙ୍କ ସମେତ ଜିଲ୍ଳାର ବରିଷ୍ଠ ପୁଲିସ ଅଧିକାରୀ ଏବଂ ମାଜିଷ୍ଟ୍ରେଟମାନେ ଯୋଗ ଦେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇଥିଲେ । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜ୍ଞାନ ଦାସ ଚଳିତ ନିର୍ବାଚନ ସବୁ ଦିଗରୁ ଆହ୍ୱାନପୂର୍ଣ୍ଣ ବୋଲି କହିଥିଲେ । ପୂର୍ବ ନିର୍ବାଚନ ତୁଳନାରେ ଚଳିତ ବର୍ଷର ନିର୍ବାଚନ ବୈଷୟିକ ଜ୍ଞାନ କୌଶଳ ଅଧିକ ବ୍ୟବହାର ସହ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରକୁ ବ୍ୟାପକ କରାଯାଇଛି । ସେହିପରି ବିଭିନ୍ନ ବୁଥ୍ର ଅବସ୍ଥିତି ଏବଂ ବିଗତ ନିର୍ବାଚନ ସମୟର ପାରିପାଶ୍ୱିର୍କ ପରିବେଶ ଆଦି ବିଭିନ୍ନ ଦିଗର ଅନୁଧ୍ୟାନ ଓ ସମୀକ୍ଷା କରାଯାଇଥିଲା । ଏଥିରେ ଉତ୍ତେଜନା ପ୍ରବଣ, ଅଧିକ ଉତ୍ତେଜନା ପ୍ରବଣ ବୁଥ୍କୁ ଚିହ୍ନଟ କରି ସେ ସବୁ ବୁଥ୍ରେ ସିସି କ୍ୟାମେରା ଲାଗଯିବା, ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯିବା ସହିତ ସେମାନଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ନେଇ ପରାମର୍ଶ ଦେଇଥିଲେ । ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ଆମ ସମସ୍ତଙ୍କର ଦାୟିତ୍ୱ । ତେଣୁ ଏଥିପ୍ରତି ପ୍ରତ୍ୟେକେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇ କୌଣସି କ୍ଷେତ୍ରରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ଦାସ ସତର୍କ କରାଇ ଦେଇଥିଲେ । ଆରକ୍ଷୀ ଅଧୀକ୍ଷକ ଶ୍ରୀ ପଣ୍ଡିତ ନିର୍ବାଚନ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ଅଧିକ ଚ୍ୟାଲେଞ୍ଜପୂର୍ଣ୍ଣ । ବେଆଇନ ଅର୍ଥ, ମାଦକ ଦ୍ରବ୍ୟ, ଗାଡି ବ୍ୟବହାର ଇତ୍ୟାଦି ନିୟନ୍ତ୍ରଣ ସହ ଅପରାଧୀ ମାନଙ୍କୁ ନିୟନ୍ତ୍ରଣ ଏକ ମୁଖ୍ୟକାର୍ଯ୍ୟ ହୋଇଥିବାରୁ ବର୍ତ୍ତମାନ ଠାରୁ ପ୍ରତ୍ୟେକେ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ । ନିର୍ବାଚନରେ ନିୟୋଜିତ ଆଲୋଚନା ଆଲୋଚନା କରାଯାଇଥିଲା । ନିର୍ବାଚନ ଦିନ ଓ ପୂର୍ବ ଦିନ ପୁଲିସ ଅଧିକାରୀ, କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଓ ସେକ୍ଟର ମାଜିଷ୍ଟ୍ରେଟ ନିୟୋଜନ ସମ୍ପର୍କରେ ଆଲୋଚନା ହୋଇଥିଲା । ଶେଷରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
ରାଜ୍ୟ
ନିର୍ବାଚନ ପରିଚାଳନା ନିମିତ୍ତ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ସମନ୍ୱୟ ବୈଠକ
- Hits: 439
