ହେଡଲାଇନସ୍:

କୃଷୀ ବୀମା ପ୍ରଦାନରେ ବୀମା କମ୍ପାନିର ଅବହେଳା ଭୋଟ ବର୍ଜନ କରିବେ ଚାଷୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା(ଅମିତ ପୁରୋହିତ) ; ସରକାରଙ୍କର କୃଷି ବୀମା ଘୋଷଣା ପରେ ଚାଷୀମାନେ କିଛିଟା ସାନ୍ତ୍ୱନା ପାଇଥିଲେ । ହେଲେ ବୀମା କମ୍ପାନୀର ଅବହେଳା ଯୋଗୁ ଚାଷୀମାନେ ଏଥିରୁ ସୁଫଳ ପାଉ ନ ଥିବା ଅଭିଯୋଗ ହେଉଛି । ଗତ ୨୦୧୬-୧୭ କୃଷି ବର୍ଷର ବୀମା ଟଙ୍କା ଆଜିଯାଏଁ ଚାଷୀଙ୍କୁ ମିଳି ନ ଥିବା ଅଭିଯୋଗ ହେଉଛି । ଏହି ବାବଦକୁ ୧୫୬ଜଣ ଚାଷୀଙ୍କ ଅନୁ୍ୟନ ୫୦ ଲକ୍ଷ ରୁ ଊଦ୍ଧ୍ୱର୍ ଟଙ୍କା ବକେୟା ରହିଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବ୍ୟାଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବୁଦ୍ଧିକୋମନା ଉତ୍କଳ  ଗ୍ରାମ୍ୟ ବ୍ୟାଙ୍କରେ ୧୩୫ଜଣ ଅଣଋଣୀ ଚାଷୀ ଏବଂ ୧୬୨ ଜଣ ଋଣୀ ଚାଷୀ ପ୍ରିମିୟମ ରାଶି ଜମା କରିଥିଲେ । ଏଠାରେ ଫ୍ୟୁଚାର  ଜେନେରାଲି ଇନ୍ସ୍ୟୁରାନ୍ସ  ନାମକ କମ୍ପାନୀ ପ୍ରିମିୟମ ସଂଗ୍ରହ କରିଥିଲା । ଦୀର୍ଘଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଚାଷୀଙ୍କ ଚିନ୍ତା କରି ନ ଥିବା ଚିନ୍ତାର ବିଷୟ । ସୂଚନାଯୋଗ୍ୟ ଯେ, ଆଜକୁ ବର୍ଷେ ହେବ ୧୧୯ଜଣ ଅଣଋଣୀ  ଚାଷୀଙ୍କ ବୀମା ଟଙ୍କା ବ୍ୟାଙ୍କକୁ ପଠାଇଥିବାବେଳେ ଠିକ ସମୟରେ ଚାଷୀ ମାନେ ଜଗି ରହିଥିଲେ । ଶେଷରେ  ଦୁଇ ତିନିଥର ଉତ୍ତ୍ୟକ୍ତ ଚାଷୀମାନେ ଆସି ବ୍ୟାଙ୍କ ଘେରାଉ କରିଥିଲେ । ପରେ କମ୍ପାନୀ ୧୧୯ଜଣ ଚାଷୀଙ୍କ ନାମ ତାଲିକା ପଠାଇଥିଲା । ହେଲେ ବାକି ୧୬ଜଣଙ୍କୁ ଏବେବି ମିଳିପାରିନାହିଁ । ଅନ୍ୟପକ୍ଷେ ୧୬୨ଜଣ ଋଣୀ ଚାଷୀଙ୍କ ମଧ୍ୟରୁ ମାତ୍ର ୨୨ଜଣ ଚାଷୀଙ୍କ ୪ ଲକ୍ଷ ୨୯ ହଜାର ୮୪୯ ଟଙ୍କା ପ୍ରଦାନ କରିଥିବାବେଳେ ବାକି ୧୪୦ଜଣଙ୍କ ଟଙ୍କା କି ଚାଷୀଙ୍କ ତାଲିକା ଆସିନାହିଁ । ଏହି ବାବଦକୁ ଚାଷୀମାନେ ବାରମ୍ବାର ବୁଦ୍ଧିକୋମନା ବ୍ୟାଙ୍କରୁ ଆରମ୍ଭ କରି ଜିଲ୍ଲା  କୃଷି କାର୍ଯ୍ୟାଳୟକୁ ଦୌଡୁଛନ୍ତି । ହେଲେ କୌଣସି ସୁଫଳ ପାଇପାରୁନାହନ୍ତି । ଏହାକୁ ନେଇ ଦୁଇ ତିନି ଥର ବ୍ୟାଙ୍କ ମଧ୍ୟ ଘେରାଉ କରିସାରିଛନ୍ତି ।  ଏହା ଉପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଏହାକୁ ନେଇ ବିଭିନ୍ନ ସମୟରେ ଅର୍ଥାତ ପତ୍ରାଙ୍କ ସଂଖ୍ୟା ୟୁଜିବି ୧୩୫/୧୮/୮/୧୭, ପତ୍ରାଙ୍କ ସଂଖ୍ୟା ୟୁଜିବି ୧୮୮/ ୮/୧୨/୧୭, ୟୁଜିବି ୨୦୯/ ୯/୧/୧୮ ଭୁବନେଶ୍ୱରସ୍ଥିତ ବୀମା କମ୍ପାନୀ କାର୍ଯ୍ୟାଳୟକୁ ଜଣାଇଆସିଛୁ । ଅନୁ୍ୟନ ୫୦ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ବାକି ରହିଥିବା କହିଛନ୍ତି । ହେଲେ ଏହା ଉପରେ ବୀମା କମ୍ପାନୀ କୌଣସି ରିପୋର୍ଟ ପ୍ରଦାନ  କରୁ ନଥିବା ବ୍ୟାଙ୍କ ଶାଖା ପରିଚାଳକ ଆନନ୍ଦ ମେହେର ପ୍ରକାଶ କରିଛନ୍ତି । ହେଲେ ଅନ୍ୟାନ୍ୟ ବ୍ୟାଙ୍କଗୁଡିକର ବୀମା ଟଙ୍କା ଚାଷୀମାନେ ପାଇସାରିଥିବାବେଳେ ଏଠିକାର ଚାଷୀଙ୍କ ପ୍ରତି କାହିଁକି ଅବହେଳା କରାଯାଇଛି, ତାରି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ  କରିବାକୁ ଚାଷୀମାନେ ଦାବି କରିଛନ୍ତି । କାଳେ ଟଙ୍କା ମିଳିଯିବ ବୋଲି ଆଶା ରଖି ପ୍ରତିଦିନ ବ୍ୟାଙ୍କକୁ ଚାଷୀମାନେ ଦୌଡୁଛନ୍ତି । ଆଗକୁ ନିର୍ବାଚନ ପାଖେଇ ଆସୁଛି । ହେଲେ ଏଥିପ୍ରତି କୌଣସି ଅଧିକାରୀ କି ନେତା ଦୃଷ୍ଟି ଦେଉ ନ ଥିବାରୁ ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ନ ମିଳିଲେ ପ୍ରଶାସନ ଉପରୁ ଭରସା ତୁଟିଯିବ । ର୍ନବାଚନକୁ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି । ଆଗକୁ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା । 

0
0
0
s2sdefault