ହେଡଲାଇନସ୍:

ସ୍ବଚ୍ଛ ଓଡ଼ଗାଁ ସୁସ୍ଥ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ: ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୩।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି) ବିଦ୍ୟାଳୟ ସ୍ତରୀୟ ସ୍ବଚ୍ଛ ସୁସ୍ଥ ସୁନ୍ଦର ଓଡ଼ଗାଁ ପ୍ରତିଯୋଗିତା ସ୍ଥାନୀୟ ବ୍ଳକ ରୋଡ଼ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏନସିସିର ୧୮ ବିଦ୍ୟାଳୟରୁ ଚିତ୍ରାଙ୍କନ ପ୍ରତିଯୋଗିତାରେ ୫୯, ପ୍ରବନ୍ଧ ପ୍ରତିଯୋଗିତାରେ ୩୧ ଏବଂ ବକୃତା ପ୍ରତିଯୋଗୀତାରେ ୧୦ ଏହିପରି ମୋଟ ୧୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । "ସଫେଇ ଆପଣାଓ ବେମାରୀ ଭଗାଓ" କାର୍ଯ୍ୟକ୍ରମ ଆଧାରରେ ମୋ' ବିଜ୍ଞାପିତ ଅଞ୍ଚଳ ପାଇଁ ମୋର କର୍ତ୍ତବ୍ୟ ବିଷୟରେ ପ୍ରବନ୍ଧ, ମୋ' ସ୍ବପନର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ବିଷୟରେ ବକୃତା ଏବଂ ସ୍ବଚ୍ଛତା ସୁସ୍ଥତା ସଂମ୍ପର୍କରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ୩୦ ତାରିଖ ଦିନ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ । ଓଡ଼ଗାଁ ଏନ୍ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ତତ୍ବାବଧାନରେ ଏବଂ ସିଟି ମିସନ ପରିଚାଳକ ଶ୍ରୀ ମୋହନ ମହାପାତ୍ରଙ୍କ ସଞ୍ଜୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରଞ୍ଜନ କୁମାର ଦାଶ, ଭାବଗ୍ରାହୀ ମହାପାତ୍ର, ଚିତ୍ତରଞ୍ଜନ ମିଶ୍ର, ପଞ୍ଚାନନ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୂର୍ଯ୍ୟକାନ୍ତ ପଟ୍ଟନାୟକଙ୍କ ସହିତ ଏନ୍ଏସିର ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।

0
0
0
s2sdefault