ହେଡଲାଇନସ୍:

ଓଡ଼ଗାଁ ବ୍ଳକ ଅଞ୍ଚଳରେ ବଜ୍ରାଘାତରେ ୨ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୩।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶିଖରପୁର ଅଞ୍ଚଳ ଏବଂ ଗିରିଡିପଲ୍ଲୀ ପଞ୍ଚାୟତରେ ବଜ୍ରାଘାତ କାରଣରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଲଘୁଚାପ କାରଣରୁ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ଘନଘନ ବଜ୍ରପାତ ସମସ୍ତଙ୍କୁ ଚମକାଇ ପକାଉଛି । ହେଲେ ବିଲରେ ପାଣି ଭର୍ତ୍ତି ହେବାପରେ ଚାଷକାର୍ଯ୍ୟକୁ ଆଗେଇ ନେବାକୁ ଚାଷୀମାନେ ବିଲରେ କାର୍ଯ୍ୟ କରୁଥିବା ବେଳେ ଓଡ଼ଗାଁ ବ୍ଳକର ୨ ସ୍ଥାନରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କେତେକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବ୍ଳକ ଶରଣକୁଳ ଶିଖରପୁର ଅଞ୍ଚଳରେ ବୁଧବାର ସୁଦର୍ଶନ ପଲ୍ଲେଇ ଜମିରେ ଧାନ ତଳି ରୋଉଥିବା ବେଳେ ହଠାତ୍ ବଜ୍ରପାତ ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବଂ ବଜ୍ରଘାତରେ ମଦନ ପରିଡା, ଶଙ୍କର୍ଷଣ ପରିଡା ଓ ଦୁଃଶାସନ ପାଳ ଆହତ ହୋଇପଡ଼ିଥିଲେ । ସେହିପରି ବୁଧବାର ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଗିରିଡିପଲ୍ଲୀ ପଞ୍ଚାୟତ ଡହଙ୍ଗୀ ଗ୍ରାମରେ ଅପର୍ତ୍ତି ନାହାକ(୭୦)ଙ୍କ ଉପରେ ବଜ୍ରପାତ ଫଳରେ ସେ ଗୁରୁତର ହୋଇପଡ଼ିଥିଲେ । ପରିବାର ଲୋକେ ସନ୍ଧ୍ୟାରେ ତାଙ୍କୁ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଗୁରୁବାର ସକାଳେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।

0
0
0
s2sdefault