ହେଡଲାଇନସ୍:

ଓଡ଼ିଶା ରାଜ୍ୟ ଭୁତପୂର୍ବ ସୈନିକ ସଂଘର  ସାଧାରଣ ବାର୍ଷିକ ଅଧିବେଶନ : ସଂଶୋଧିତ ସମ୍ବିଧାନ ଅନୁମୋଦିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଇସିଏଚ୍ଏସ୍ ସମନ୍ୱୟ କମଟି ଗଠନ, ଜିଲାୱାରୀ ସଦସ୍ୟ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତି 

ଭୁବନେଶ୍ୱର :  ଓଡ଼ିଶା ରାଜ୍ୟ ଭୂତପୂର୍ବ ସୈନିକ ସଂଘର ସାଧାରଣ ବାର୍ଷିକ ଅଧିବେଶନ ରବିବାର ଭୁବନେଶ୍ୱରସ୍ଥିତ ୧୨୦ ଇନଫାଣ୍ଟ୍ରି ବଟାଲିଆନ ପରିସରରେ ଅନୁଷ୍ଠିତ  ହୋଇଯାଇଛି । ସଂଘର ସଭାପତି ବ୍ରିଗେଡିୟର ବରଦା ପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଧିବେଶନରେ ବରିଷ୍ଠ ଉପଦେଷ୍ଟା ବ୍ରିଗେଡିୟର ବାସୁଦେବ ରାଉତରାୟ, ପୃଷ୍ଠପୋଷକ ଲେଫ୍ଟନାଣ୍ଟ  ଜେନେରାଲ ନାରାୟଣ ମହାନ୍ତି, ବରିଷ୍ଠ ଉପ ସଭାପତି କଲୋନେଲ ସୁଦର୍ଶନ ମିଶ୍ର ମଂଚାସୀନ ଥିଲେ । ଅଧିବେଶନ ପ୍ରାରମ୍ଭରେ ପୁଲୱାମା ସମେତ ଅନ୍ୟ ସ୍ଥାନମାନଙ୍କ ଦେଶମାତୃକାର ସୁରକ୍ଷା ନିମନ୍ତେ ବଳୀଦାନ ଦେଇଥିବା ଶହୀଦ ଜୱାନଙ୍କ ଅମର ଆତ୍ମାର ତି କାମନା କରିବା ସହିତ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସାଧାରଣ ସମ୍ପାଦକ ଲେଫ୍ଟନାଣ୍ଟ  କଲୋନେଲ (ଡାକ୍ତର) ଲୋକନାଥ ସାହୁ ବାର୍ଷିକ ବିବରଣୀ ପାଠ କରିବା ସହିତ ବିଗତ ଦିନମାନଙ୍କ ସଂଘର ତମାମ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ସେହିପରି କୋଷାଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ବାର୍ଷିକ ଆୟବ୍ୟୟ ବିବରଣୀ ଉପସ୍ଥାପନା କରିବା ପରେ ତାହା ଅନୁମୋଦନ ଲାଭ କରିଥିଲା । ସର୍ବୋପରି ସଂଘର ଲିଗାଲ ଆଡଭାଇଜର ଆଡଭୋକେଟ ବିଶିକେଶନ ପ୍ରଧାନଙ୍କ ଦ୍ୱାରା ସଂଶୋଧିତ ସମ୍ବିଧାନ(ବାଇ-ଲ) ଉପସ୍ଥାପନ କରିବା ପରେ ତାହା ସର୍ବ ସମ୍ମତିକ୍ରମେ ଅନୁମୋଦନ ଲାଭ କରିଥିଲା । ଅନ୍ୟପକ୍ଷେ ଏହି ଅଧିବେଶନରେ ବିଭିନ୍ନ ଜିଲାର ପ୍ରତିନିଧିଙ୍କ ସମେତ ଶତାଧିକ ସଦସ୍ୟ ଅଂଶ ଗ୍ରହଣ କରିଥିଲେ । ଏଥିରେ ବିଭିନ୍ନ ଜିଲା ତଥା କାର୍ଯ୍ୟକାରୀ ସଦସ୍ୟ ଭୁତପୁର୍ବ ସୈନିକଙ୍କ ସିଏସଡି କ୍ୟାଣ୍ଟିନ  ଏବଂ ଇସିଏଚ୍ଏସ୍ (ସ୍ୱାସ୍ଥ୍ୟ ସେବା) ସମ୍ପର୍କିତ ସମସ୍ୟା  ଉପସ୍ଥାପନ କରିଥିଲେ । ମୁଖ୍ୟ ସମସ୍ୟା ମଧ୍ୟରେ ଇସିଏଚଏସ ଦ୍ୱାରା ଅନୁମୋଦିନ ହସପିଟାଲରେ ଅନ୍ୟ ରାଜ୍ୟ ଭଳି ବିନା ରେଫେରାଲରେ ସିଧା ସଳଖ ସ୍ମାର୍ଟ କାର୍ଡ ମାଧ୍ୟମରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମିଡିଆ ସେଲ ସଦସ୍ୟ  ଆଦର୍ଶ କୁମାର ପଟ୍ଟନାୟକ ମତ ଉପସ୍ଥାପନ କରିଥିଲେ  । ଏହାଦ୍ୱାରା ବହୁମାତ୍ରାରେ ଇସିଏଚଏସରେ  ହେଉଥିବା ଅଯଥା ଭିଡ ନିୟନ୍ତ୍ରଣ କରାଯାଇପାରିବ ବୋଲି  ସେ କହିଥିଲେ । କ୍ୟାଂଟିିନ ଓ ସ୍ୱାସ୍ଥ୍ୟ ସେବା ସମସ୍ୟା ସମାଧାନ ନିମନ୍ତେ ବରିଷ୍ଠ  ଉପ ସଭାପତି ମିଶ୍ର  ଏବଂ କଲୋନେଲ ବିରେନ୍ଦ୍ର କୁମାର ବସ୍ତିଆଙ୍କ ସହିତ ଅନ୍ୟ ସଦସ୍ୟଙ୍କୁ ନେଇ ଏକ ସମନ୍ୱୟ କମିଟି ଗଠନ କରାଯାଇଥିଲା । କମିଟି ସଦସ୍ୟ ମାନେ ଏ ସମ୍ପର୍କିତ ସମସ୍ୟା ସମ୍ପର୍କରେ ଷ୍ଟେସନ ହେଡକ୍ୱାର୍ଟର ଏବଂ ଇସିଏଚଏସ୍ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ସମସ୍ୟାର ସମାଧାନ କରିବାକୁୁ ନିଷ୍ପତ୍ତି  ନିଆଯାଇଥିଲା । ରାଜ୍ୟର ଯେ କୌଣସି ସ୍ଥାନରେ  ଅବହେଳିତ ହୋଇ ରହିଥିବା ଭୂତପୂର୍ବ ସୈନିକଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହିତ ସେମାନଙ୍କୁ ଜିଲା ଓ ରାଜ୍ୟ ସ୍ତରରେ ସବୁମତେ ସାହାଯ୍ୟ କରିବା ସହିତ ଜିଲାୱାରୀ ସଭ୍ୟ ସଂଖ୍ୟା ବୃଦ୍ଧିି କରିବାକୁ  ନିଷ୍ପତ୍ତି ନିଆଯାଇଥିଲା । ବ୍ରିଗେଡିୟର ଅଶୋକ କୁମାର ରିଉ, ଯୁଗ୍ମ ସମ୍ପାଦକ ପ୍ରଦୀପ କୁମାର ଗିରି, ଉପସଭାପତି ଗୋଦାବରୀଶ ମହାପାତ୍ର, କଲୋନେଲ ପିକେ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ମଂଚାସୀନ ବରିଷ୍ଠ ପୃଷ୍ଠପୋଷକ, ଉପଦେଷ୍ଟା ଓ ଉପସଭାପତି ସେମାନଙ୍କ ବକ୍ତବ୍ୟରେ ରାଜ୍ୟରେ ଭୂତପୂର୍ବ ସୈନିକମାନେ ଏକଜୁଟ ହୋଇ ନିଜର ତଥା ଦେଶର ମଙ୍ଗଳ ନିମନ୍ତେ ସଦା ପ୍ରସ୍ତୁତ ରହିବାକୁ କହିଥିଲେ । 

0
0
0
s2sdefault