ହେଡଲାଇନସ୍:

  ଗ୍ରାମୀଣ ଖାଦ୍ୟ ଭଣ୍ଡାରର ଶୁଭ ଉଦଘାଟନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ :- ଆଜି ପାଇକମାଲ ଠାରେ ବ୍ରହ୍ମପୁର ର ସଂକଳ୍ପ ଟ୍ରଷ୍ଟ ଆନୁକୂଲ୍ୟରେ ଗ୍ରାମୀଣ ଖାଦ୍ୟ ଭଣ୍ଡାର ର ଶୁଭ ଉଦଘାଟନ ହେଇ ଯାଇଛି ।  ଏହିକାର୍ଯ୍ୟକ୍ରମରେ ପାଇକମାଲ ନାଗରିକ କମିଟି ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ତ୍ରିବେଦୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପାଇକମାଲ ବଣିକ ସଂଘର ସଭାପତି ଶ୍ରୀ ଯୁଗଳ କିଶୋର ମେହେର , NIIT ର ଅଧ୍ୟକ୍ଷ ଶ୍ରୀ ନବୀନ ପାଣିଗ୍ରାହୀ ଓ ସରୋଜ ସାମଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସଂକଳ୍ପ ଟ୍ରଷ୍ଟ ପକ୍ଷରୁ ପାଇକମାଲ ର ବିଲାଲ କାଦର ଭାଂଲା କୁ ବିତରକ ରହିବେ । ଗ୍ରାମାଞ୍ଚଳରେ ଖାଉଟି ମାନଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ଟ୍ରଷ୍ଟର ମୂଳ ଲକ୍ଷ୍ୟ ବୋଲି ଶାଖା ପରିଚାଳକ ଆକାଶ ପାଣିଗ୍ରାହୀ ଜଣାଇଛନ୍ତି।।

 

0
0
0
s2sdefault