ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ନିୟନ୍ତ୍ରିତ ବଜାରକମିଟି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସ୍ୱାଧାଦେବ ସିଂ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ । ଏହି ଅବସରରେ ପ୍ରୋଗ୍ରାମ ଅଫିସର ୟଶବନ୍ତି ବେହେରା, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାନ୍ତୁନୁ କୁମାର ଦାଶ, ଏନ ଏଚ ଏମ ଡିପିଏମ ସୌମ୍ୟା ଗୌଡ, ଡିପିଏମ ଅଜୟ ନାୟକ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ମିଶନ ଶକ୍ତି ରଶ୍ମରଞ୍ଜନ ସେଠୀ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲା ସାଇକୋଲଜିଷ୍ଟ ଜ୍ୟୋତିର୍ମୟୀ ପାଢୀ ଉପସ୍ଥିତ ରହି ସମସ୍ତ ମହିଳା ସଶକ୍ତିକରଣର ଆବଶ୍ୟକତା ଓ ଏହାର ଉପଯୋଗରେ ନାରୀ ସମାଜର ସମ୍ପୁର୍ଣ୍ଣ ସହଭାଗୀତା ସମାଜ ପାଇଁ ଏକ ମାପକାଠି ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଗଜପତି ଜିଲ୍ଲାରେ ହୋଇଥିବା ମହିଳା ଗୋଷ୍ଠି ମାନଙ୍କର ବିନିଯୋଗ ଓ ଏହାର ପରିଚାଳନା ସଠିକ ଭାବରେ ବିନିମୟ ହେବା ଜରୁରୀ ବୋଲି ଅତିରିକ୍ତ ଜିଲ୍ଲାପାଳ ସ୍ୱାଧା ଦେବ ସିଂ କହିଥିଲେ । ଯାହାର ସୁପରିଚାଳନାରେ ରାଜ୍ୟ ସ୍ତରରେ ଗଜପତି ଜିଲ୍ଲା ଆଜି ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହିତ ଏହାର ପୁରସ୍କାର ଗଜପତି ସମାଜ ମଙ୍ଗଳ ଅଧିକାରୀ ଏକ ସ୍ମାରକ ପତ୍ର ଓ ସିଲ୍‍ ଗ୍ରହଣ କରିବା ସହ ୪୫ ହଜାର ଟଙ୍କା ଆର୍ଥିକ ରାଶି ରାଜ୍ୟ ସରକାରଙ୍କ ମହିଳାଏବଂ  ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ଠାରୁ ପୁରସ୍କାର ଆକାରରେ ଗ୍ରହଣ କରିଛନ୍ତି । ଗଜପତି ଜିଲ୍ଲା ପାଇଁ ଏକ ଗୌରବ ଓ ଗର୍ବରବିଷୟ ଜିଲ୍ଲା ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୩ ଗୋଷ୍ଠୀଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଓ ମାନପତ୍ର ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଗଜପତି ଜିଲ୍ଲାରେ ଥିବା ୩ଗୋଟି ଏସ ଏସଜି ଯଥା ମେର୍‍ ଏସ ଏସ ଜି,ଗୁମ୍ମା ବ୍ଲକ, ମା ଫୁଲକେଶରୀ ଏସ ଏସ ଜି ,ଆର.ଉଦୟଗରି, ଓଁ ସାଇ ଏସ ଏସ ଜି ଗୋଷାଣୀ ବ୍ଲକ ପୁରସ୍କାର ପ୍ରାପ୍ତ ହୋଇଥିଲେ । ଏହି ସଭାରେ ଉପସ୍ଥିତ ରହିଥିବା ୩ଜଣ ଅଙ୍ଗନଵାଡି କର୍ମକର୍ତ୍ତା ଭଲ କାମ କରିଥିବାରୁ ପୁରସ୍କାର କରାଯାଇଥିଲା । ଉପସ୍ଥିତ ପ୍ରାୟ ୨୫୦ଜଣ ଅଙ୍ଗନଵାଡି କର୍ମୀଙ୍କ ସମେତ  ୭ଗୋଟି ବ୍ଲକର ସୁପରଭାଇଜର, ବିଭାଗୀୟ କର୍ମକର୍ତ୍ତା ଓ କର୍ମୀ ମାନଙ୍କୁ ଜିଲ୍ଲା ପ୍ରୋଗ୍ରାମ କୋଅଡିନେଟର ଯଶୋବନ୍ତି ବେହେରା ଧନ୍ୟବାଦ ଦେଇଥିଲେ ।

0
0
0
s2sdefault