ହେଡଲାଇନସ୍:

କପଶିରା ଗୁରହାଣ୍ଡି ନାଳର ଭାଙ୍ଗିଲା ବ୍ରିଜ, ଯାତାୟତ ଠପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କପାସିରା ଗୁରହାଣ୍ଡି ନାଳରେ ଥିବା ବହୁ ପୁରୁଣା ପୋଲର ଦୁଇଟି ଛାତ ଭାଙ୍ଗି ଯିବାରୁ ଯାତାୟତ ବାଧାପ୍ରାପ୍ତ l ଏହି ରାସ୍ତା ଦେଇ ଆଖ ପାଖ ଅଞ୍ଚଳର ପାଖାପାଖି 50 ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଏହି ପୋଲ ଉପରେ ନିର୍ଭର କରିଥାନ୍ତି l ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଓ ଡୁଙ୍ଗୁରୀପାଳି ଉଭୟ ବ୍ଳକକୁ ଏକମାତ୍ର ଏହି ପୋଲ ସଂଯୋଗ କଟିଥାଏ l ଅହି ପୋଲଟି ବହୁ ପୁରୁଣା ହୋଇଥିବାରୁ ପୋଲିର ଦୁଇଟି ଛାତ ଭାଙ୍ଗି ଯାଇଛି l ଏହି ପୋଲଟି ପୁରୁଣା ହେବାରୁ କିଛିଦିନ ହେବ ଆଉ ଗୋଟାଏ ନୂଆ ପୋଲ ମଧ୍ୟ ନିର୍ମାଣ କରାଯାଉଅଛି l ନିର୍ମାଣ ଚାଲିଥିବା ପୋଲଟିର କାମ ଚାଲିଥିବା ବେଳେ ଏବେ ପୁରୁଣା ପୋଲ ଭାଙ୍ଗି ଯିବାରୁ ଏବେ ସମ୍ପୂର୍ଣ୍ଣ ଭାବରେ ଯୋଗାଯୋଗ ବାଧାପ୍ରାପ୍ତ ହେଉଥିବା ଅଞ୍ଚଳବାସି କହିଛନ୍ତି l ବ୍ରିଜର ଛାତ ଭାଙ୍ଗିବା ସମୟରେ କେହି ଯାତାୟାତ କରୁଥିବାରୁ ଏକ ବଡ ଅଘଟଣ ଭର୍ତ୍ତି ଯାଇଛି | ଗ୍ରାମ ବାସିଙ୍କ ଅଭିଯୋଗ ରେ ଏହି ବ୍ରିଜର ଭାଙ୍ଗିବା ରେ ଠିକାଦାର ଓ ଏକ୍ସଯିବିଟି ଇଞ୍ଜିନିୟର ଙ୍କ ହାତ ବୋଲି କହୁଛିନ୍ତି ଗ୍ରାମବାସି।

0
0
0
s2sdefault