ଆକାଂକ୍ଷା ମହିଳା ସଂଗଠନ ର ଆନ୍ତର୍ଜାତୀୟ ମହିଳା ଦିବସ: ଡ.କଲ୍ୟାଣୀ ମିଶଙ୍କୁ ସମ୍ୱର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ମିଶ୍ର : ଆକାଂକ୍ଷା ମହିଳା ସଂଗଠନ ଓ ଉତ୍କଳହିତୈଷିଣୀ ସମାଜ ମହିଳା ଶାଖା ର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା କକ୍ଷ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ସଭାନେତ୍ରୀ ମୀନାକ୍ଷୀ ସାହୁଙ୍କ ସଭାପତିତ୍ୱରେ  ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜୀବ ବିଜ୍ଞାନ ଅଧ୍ୟାପିକା ପଦ୍ମାବତୀ ଉପାଧେୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିଥି ଭାବେ ଆଶାଲତା ପାଣିଗ୍ରାହୀ ଯୋଗଦେଇଥିଲେ  । ଆଇନଜୀବୀ ଏବଂ ସମାଜ ସେବୀ ଭାଗ୍ୟଲକ୍ଷ୍ମୀ ନାୟକ ମୁକ୍ୟବକ୍ତା ଭାବେ ଯୋଗଦେଇ ନାରୀ ସଶକ୍ତିକରଣ ପାଇଁ ସମାଜର ପ୍ରତ୍ୟେକ ବର୍ଗର ଲୋକମାନେ ନିଃସକ୍ତ  ସେବା ଓ ତ୍ୟାଗ ନିତାନ୍ତ ଜରୁରୀ  । ଶିକ୍ଷା, ସ୍ୱାସ୍ଥ୍ୟ ସମେତ ବହୁ କାର୍ଯ୍ୟରେ ମହିଳା ମାନେ ଆଜିର ଦିିନରେ ବିଶ୍ୱ ଦରବାରରେ ପାରିଦର୍ଶିତା ଦେଖାଉପାରୁଛନ୍ତି   । ମହିଳା ମାନେ ଆଜିର ଦେଶରେ ସର୍ବୋଚ୍ଚ ଶାସନକର୍ତ୍ତା ଭାବେ ଆସନ ଅଳଂକୃତ କରି ଦେଶକୁ ଚଳାଇପାରୁଛନ୍ତି । ନାରୀ ମାନଙ୍କ ପ୍ରଗତି ଉନ୍ନତିରେ ଦେଶର ଉନ୍ନତି ବୋଲି କହିଥିଲେ ।  ଏହି ଅବସରରେ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ରଙ୍କୁ ସମ୍ୱର୍ଦ୍ଧନା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ  ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିଚିତ୍ରାନନ୍ଦ ବେବର୍ତ୍ତା, ଶରତ ଚନ୍ଦ୍‍ ସାହୁ, ସ୍ୱର୍ଣ୍ଣପ୍ରଭା ପାଠୀ, ତନୁଜା ଭୁକ୍ତା ପରିଚାଳନା କରିଥିଲେ ।

 

 

 

 

 

 

 

                 

0
0
0
s2sdefault