ସାବାସ ସୁନ୍ଦରଗଡ ପୋଲିସ : ମୁଜାଫରନଗର ସାହାଡୋଲରୁ ନାବାଳିକାକୁ କଲା ଉଦ୍ଧାର
ସୁନ୍ଦରଗଡରୁ ଜିଲ୍ଲା ପ୍ରତିନିଧି ହୋରାଚାନ୍ଦ ଦେଉରିଆ : ଆଦିବାସୀବହୁଳ ସୁନ୍ଦରଗଡ଼ ଅଞ୍ଚଳରୁ ନିରୀହ ସରଳ ମଣିଷଙ୍କ ସରଳତାର ସୁଯୋଗ ନେଇ କିଛି ଅମଣିଷ ଦଲାଲ କରି ସଉଦା କରିଚାଲିଛନ୍ତି ମଣିଷ ଜୀବନ | ସେମାନଙ୍କ ଅର୍ଥ ପିପାସା ଭିତରେ ଲୋଟି ଯାଉଛି ଅନେକ ନିଷ୍ପାପ ଭବିଷ୍ୟତ | ଆଉ ଧନ୍ୟବାଦ ସୁନ୍ଦରଗଡ଼ ପୋଲିସକୁ ଆଉ ତାର ସମୟୋଚିତ ଆଉ ମାନବୋଚିତ ପଦକ୍ଷେପକୁ | ଉଦ୍ଧାର କରିଛି ଦାରିଦ୍ର୍ୟ ମାୟାଜାଲରେ ଛନ୍ଦି ହୋଇଥିବା ନର୍କରେ ଫସି ଯାଇଥିବା ଜଣେ ନାବାଳିକାକୁ ସୁଦୂର ଉତ୍ତରପ୍ରଦେଶର ମୁଜାଫରନଗରରୁ, ଯୌନ ପିପାସୁ ରାକ୍ଷସର ଚଂଗୁଲରୁ | ଗିରଫ କରିଛି ନିରୀହ ନାବାଳିକାଟି ସହ ଵିଶ୍ଵାସଘାତ କରି ତାକୁ ୭୦୦୦୦ ଟଙ୍କା ପାଇଁ ନରକ ମୁହଁକୁ ଠେଲି ଦେଇଥିବା ଦଲାଲ ଦମ୍ପତ୍ତିଙ୍କୁ |
ଏହି ଲଜ୍ଜାଜନକ ଆଉ ଦୁଖଦ ଘଟଣା ବିଷୟରେ ସୂଚନ ଦେଇ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ସୌମ୍ୟା ମିଶ୍ର ସାମ୍ବାଦିକ ସମ୍ମିଳନୀ ରେ କହିଥିଲେ ଲେ , ଲେଫ୍ରିପଡା ବ୍ଲକ ଅଞ୍ଚଳରେ ଅତ୍ୟନ୍ତ ଗରିବ ପରିବାରର ୧୬ବର୍ଷୀୟ କୁଲି ମଜୁରୀ କରି ପେଟ ପୋଷୁଥିଲେ | କାମ ନ ମିଳିବାରୁ ପୁରା ପରିବାର ଭୋକ ଉପାସର ମଧ୍ୟ ଶୋଇଯାଉଥିଲେ | ଠିକ ଏଭଳି ଦୁର୍ଦ୍ଦିନ ଚାଲିଥିବାବେଳେ ତାଙ୍କ ସମ୍ପର୍କୀୟ ମହିଳା ପଞ୍ଚମୀ କମାର(୪୮) ବାହାର ରାଜ୍ୟରେ ଭଲକାମ ଭଲ ମୂଲ୍ୟରେ ଯୋଗେଇଦେବେ କହି ବେହେଲାଇ ଫୁସୁଲାଇ ଥିଲେ | ଘରର ଗୁରୁତର ଶୋଚନୀୟ ଅବସ୍ଥାକୁ ଚିନ୍ତାକରି ନାବାଳିକା ପଞ୍ଚମୀ କଥାରେ ରାଜି ହୋଇଯାଇ ଥିଲା | ଏହା ପରେ ଗତ ଫେବୃଆରୀ ଦ୍ଵିତୀୟ ସପ୍ତାହରେ ନାବାଳିକାକୁ ହେମଗିରୀ ଥାନା ଗୋପାଳପୁରର ଦଲାଲ ଦମ୍ପତି ଚୌଧୁରୀ ପୁଷ୍ପେନ୍ଦ୍ର ସିଂ( ୩୬) ଓ ତାଙ୍କ ପତ୍ନୀ ବିମଳା ଚୌଧୁରୀ(୨୮) ଙ୍କୁ ହସ୍ତାନ୍ତର କରିଥିଲେ | ଦଲାଲ ଦମ୍ଫତ୍ତି ତାଙ୍କୁ କାମ ଦେବା ବାହାନାରେ ଉତ୍ତରାଞ୍ଚଳ ଉତ୍ତରପ୍ରଦେଶରେ ବୁଲେଇ ମୁଜଫରନଗର ସାହାଡୋଲର ଜଣେ ଟାଉଟରକୁ ୬୦ରୁ୭୦ହଜାର ରେ ବିକ୍ରି କରିଥିଲା | କ୍ରେତା ବ୍ୟକ୍ତି ନାବାଳିକାଙ୍କ ସହିତ ଯୋର ଜବରଦସ୍ତ ବିବାହ କରିଥଲା | ଏବିଷୟରେ ମା ବାପା ପଞ୍ଚମୀ ପାଖରେ କାମ କରୁଛି କହି ବିଶେଷ ଧ୍ୟାନ ଦେଇ ନଥିଲେ, ତେବେ ପରେ ଝିଅ ପଞ୍ଚମୀ ପାଖରେ ନ ଥିବା ଜାଣି ଗତ ଫେବୃଆରୀ୨୫ତାରିଖରେ ଲେଫ୍ରିପଡା ଥାନାରେ ନିଖୋଜ ଅଭିଯୋଗ କରିଥିଲେ | ଏକ ବିଶେଷ ସୂତ୍ରରୁ ନାବାଳିକା ବିକ୍ରି ହୋଇଥିବାର ସୂଚନା ପୋଲିସକୁ ମିଳିବା ପରେ ଆରକ୍ଷୀ ଅଧିକ୍ଷକ ସୌମ୍ୟା ମିଶ୍ର ନେଇଥିଲେ ସମୟୋଚିତା ପଦକ୍ଷେପ | ତାଙ୍କ ତତ୍ତ୍ୱାବଧାନରେ ଟାଉନ SI ,ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୨୭ତାରିଖରେ ମୁଜଫରନଗର ସାହାଡୋଲ ଯାଇ ସ୍ଥାନୀୟ ପୋଲିସର ସହାୟତାରେ ନାବାଳିକାକୁ ଉଦ୍ଧାର କରିଥିଲେ| ପୋଲିସ ଚଢ଼ାଉ ଦେଖି ଅଭିଯୁକ୍ତ କ୍ରେତା ଫେରାର ହୋଇଯାଇଥିଲା | ନାବାଳିକାଙ୍କ ବୟାନ ପରେ DSP ପ୍ରଭାତ ବିଶ୍ୱାଳ ଓ ଟିମ ୮ ତାରିଖରେ ଚଢ଼ାଉ କରି ଅଭିଯୁକ୍ତ ପଞ୍ଚମୀ ଓ ଦଲାଲ ଦମ୍ପତି ଚୌଧୁରୀ ପୁଷ୍ପେନ୍ଦ୍ର ସିଂ ଓ ତା ସ୍ତ୍ରୀ ମୁଖ୍ୟ ଖଳନାୟିକା ବିମଳା ଚୌଧୁରୀ କୁ ପୋଲିସ ଗିରଫ କରିଥିଲା | ସେମାନଙ୍କ ବିରୋଧରେ ୩୬୩,୩୬୬(ଏ),୩୭୪,୧୨୦(ଵି),୩୭୬,୯(ଏ ନ)୩୪ଆଇପିସିଇ ସେକ୍ସନ୬/୧୭ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ଆଇନ ଓ ବାଲ୍ୟ ବିବାହ ପ୍ରତିରୋଧକ ଆଇନରେ ମାମଲା ରୁଜୁ ହୋଇଛି | ନାବାଳିକା ଆଭା ସ୍ୱଳ୍ପ ଅବଧି ଗୃହରେ ରଖାଯାଇଥିବା ବେଳେ ତାଙ୍କୁ ଶିକ୍ଷା ଓ ଥଇଥାନ ବ୍ୟବସ୍ଥା କରାଯିବ | କିଣିଥିବା ଲୋକ ଫେରାର ହୋଇଯାଇ ଥିବାରୁ ତାକୁ ଧରିବା ପାଇଁ ପୋଲିସ ସବୁ ପ୍ରକାର ପ୍ରସ୍ତୁତି ଚଳାଇଛି ବୋଲି ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ମିଶ୍ର ଗଣମାଧ୍ୟମଙ୍କ ସମ୍ମୁଖରେ ସୂଚନା ଦେଇଛନ୍ତି |