ହେଡଲାଇନସ୍:

ଶ୍ମଶାନ ଘାଟ ପାଇଁ ୫୦ଲକ୍ଷର ଭିତ୍ତିପ୍ରସ୍ତର : ବିଭୁତିପଡା ଶ୍ମଶାନଘାଟ ଉନ୍ନତିକରଣ ଶିଳାନ୍ୟାସ କଲେ ନରସିଂହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗିର/ନିରୋଜ ମିଶ୍ର - ଅନେକ ବର୍ଷରୁ ଅବହେଳିତ ହୋଇ ପଡିରହିଥିବା ବଲାଙ୍ଗିରର ବିକାଶ ଏହି ପାଞ୍ଚ ବର୍ଷ ମଧ୍ୟରେ ଯେପରି ବଲାଙ୍ଗିରର ସମସ୍ତ ଦିଗକୁ ପହଂଚି ପାରିବ ତାର ପାଇଁ ଅନବରତ ଚେଷ୍ଟା କରାହୋଇଛି ।  ଶିକ୍ଷା, ରୋଡ, ରାସ୍ତା, ଜଳସେଚନ, ସ୍ୱାସ୍ଥ୍ୟ, କ୍ରିଡା ସମସ୍ତ ବିଭାଗରେ ଏହି ପାଞ୍ଚ ବର୍ଷ ଭିତରେ ଆଖି ଦୃଶିଆ କାମ କରାହୋଇଛି । ଲୋକଙ୍କ ଦାବି ଥିଲା ଶ୍ମଶାନଘାଟ ଉନ୍ନତିକରଣ ବହୁ ଦିନରୁ ହୋଇନାହିଁ । ଯେହେତୁ ଶ୍ମଶାନଘାଟକୁ ଲାଗି ଜନବସତି ବଢିଯାଇଛି ଏହାର ଉନ୍ନତିକରଣ ତଥା ଆଧୁନିକ କରଣର ଆବଶ୍ୟକତା ବଢିଯାଇଛି ତେଣୁ ଏହାର ଉନ୍ନତିକରଣ ପାଇଁ ୧କୋଟି ଟଙ୍କା ଅଟକଳ କରାଯାଇଛି । ତନ୍ମଧ୍ୟରୁ ଆଜି ବହୁ ଦିନରୁ ଆସି ପଡିରହିଥିବା ୫୦ ଲକ୍ଷଟଙ୍କା ବ୍ୟୟ ଅଟକଳରେ ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ଦିଆସରିଛି । ବଲାଙ୍ଗିରର ସର୍ବାଙ୍ଗିନ ଉନ୍ନତି ଦିଗରେ ଏହା ମଧ୍ୟ ଏକ ପଦକ୍ଷେପ ବୋଲି ଆଜି ବିଭୁତିପଡା ସ୍ଥିତ ଶ୍ମଶାନ ଘାଟର ଉନ୍ନତିକରଣର ଭିତ୍ତିପ୍ରସ୍ତର ସଭାରେ ଉପସ୍ଥିତ ଜନସମାବେଶକୁ ସ୍ଥାନୀୟ ବିଧାୟକ ତଥା ବିଧାନସଭାର ବିରୋଧି ଦଳନେତା ନରସିଂହ ମିଶ୍ର କହିଛନ୍ତି । ବଲାଙ୍ଗିର ପୁର୍ତ୍ତ ବିଭାଗ ଅଧିନରେ ଆରମ୍ଭ ହୋଇଥିବା ଏହି କାମ ପାଇଁ ପ୍ରଥମ ପର୍ଯ୍ୟାୟରେ ୫୦ଲକ୍ଷ ଟଙ୍କାର କାମ ଆରମ୍ଭ ହେବ ।  ସ୍ଥାନୀୟ ଲୋକଙ୍କ ଆବଶ୍ୟକତାକୁ ଶ୍ମଶାନ ଘାଟର ନିର୍ମାଣ ସମୟରେ ଗୁରୁତ୍ୱ ଦିଆଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଏହି ପାଞ୍ଚ ବର୍ଷ ଭିତରେ ଆମେ ଲୋକଙ୍କ ଦାବି ମୁତାବକ ସମସ୍ତ କାମ କରିଛୁଁ । କିଛି ଲୋକ ଆକ୍ଷେପ କରୁଥିଲେ ଯେ ଶ୍ମଶାନ କୌଣସି  ଲୋକଙ୍କୁ ଲକ୍ଷ୍ମୀଯୋର କାମ ପାଇଁ ବିସ୍ଥାପିତ କରାଯାଇ ନାହିଁ । ଉପସ୍ଥିତ ଜନସାଧାରଣ ଏହା ମଧ୍ୟ ଜାଣିରଖନ୍ତୁ ଯେ ଏହି ଅଞ୍ଚଳରେ ଯେତେ ଭୂମିହିନ ଲୋକେ ରହୁଛନ୍ତି ସମସ୍ତଙ୍କ ପାଇଁ ଆଇନ ମୁତାବକ ଜମିପଟ୍ଟା ପ୍ରଦାନ କରିବା ଦିଗରେ ଆମେ କାମ କାରୁଛୁଁ । ଆଗାମୀ ପାଞ୍ଚ ବର୍ଷରେ ଯେମିତି ସହର ମଧ୍ୟରେ କୌଣସି ଗରିବ ପରିବାର ଭୂମିହିନ କିମ୍ବା ବାସହୀନ ରହିବେ ନାହିଁ ତାର ଉପରେ ପଦକ୍ଷେପ ନିଆଯିବ । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟର ଉଭୟ ସରକାର ଗରିବ ଲୋକଙ୍କ କେବଳ କଥା କହନ୍ତି କାମ କରନ୍ତି ନାହିଁ । ତେଣୁ ଆଗାମୀ ଦିନରେ ଯଦି କେନ୍ଦ୍ର ଓ ରାଜ୍ୟରେ ସରକାରର ପରିବର୍ତ୍ତନ ହୁଏ ସମାଜର ତଳ ସ୍ତରରେ ରହୁଥିବା ଗରିବ ଲୋକଙ୍କର ଉନ୍ନତି ଦିଗରେ ଫୋକସ କରାଯିବ ବୋଲି ସେ କହିଥିଲେ । ଆଜିର ଉସôବରେ ଶ୍ରୀ ମିଶ୍ରଙ୍କୁ ସ୍ଥାନୀୟ କଚେରୀ ଛକଠାରୁ ନଗର କଂଗ୍ରେସ ସଭାପତି ବୁଲୁ ଦାନିଙ୍କ ନେତୃତ୍ୱରେ ଏକ ବିରାଟ ପଟୁଆରରେ ଅନୁଷ୍ଠିତ ସଭାରେ ଗୁଣନିଧି ବେହେରା କଂଗ୍ରେସ ଦଳରେ ଯୋଗଦାନ କରିଥିଲେ ଏବଂ ସ୍ଥାନୀୟ ବୁଦ୍ଧିଜିବି ବିରଂଚି ପଟ୍ଟନାୟକ, ଯଦୁ ମେହେର, ବେଲାର ଥପା, ସୁରୁ ମହାଲିଙ୍ଗ ଏବଂ ଭାଷ୍କର ବେହେରା  ମଞ୍ଚାସିନ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ପରି·ଳନାରେ ଉମାକାନ୍ତ ସାହୁ, ଦୁଃଶାସନ ଜେନା, ଅରୁଣ ରାଉତ, ଶୁଶିଲ ବେହେରା, ରାଜୁ, ଦାଜୁ, ପିଣ୍ଟୁ ଦାନି, ବାବୁଲୁ ବେହେରା, କିଶୋର ଦଣ୍ଡସେନା, ବାଙ୍କ ଜେନା, ଉମା ସାହୁ, ଜୟନାରାୟଣ ବହିଦାର ପ୍ରମୁଖ ସହଯୋଗ କରିଥିଲେ ।

 

0
0
0
s2sdefault