ହେଡଲାଇନସ୍:

ଇଭିଏମ ଏବଂ ଭିଭିପାଟ ମେସିନର ବ୍ୟବହାର ବିଧି ଲୋକଙ୍କୁ ଅବଗତ କରାଯିବ : ଜିଲ୍ଲା ପ୍ରଶାସନର ସଚେତନତା ଅଭିଯାନ ୬ ତାରିଖରୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ) : ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ଇଭିଏମ ଏବଂ ଭିଭିପିଏଟି ମେସିନର ବ୍ୟବହାର କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୪୯ ଗୋଟି ସଚେତନତା ରଥ ଆସନ୍ତା ୬ତାରିଖ ରୁ ଜିଲ୍ଲାର ସମସ୍ତ ଗ୍ରାମରେ ଭ୍ରମଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି, ଏଥିପାଇଁ ୯୮ ଜଣ ପ୍ରଶିକ୍ଷଣ ଏବଂ୪୯ ଜଣ ବନ୍ଧୁକ ଧାରୀ ପୋଲିସ ନିୟୋଜିତ କରାଯିବ, କେଉଁ ଦିନ କେଉଁ ଗ୍ରାମରେ ପ୍ରଶିକ୍ଷକ ଦିଆଯିବ ସେଇଥିପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ତାଲିକା ପ୍ରସ୍ତୁତ କରାଯାଇଛି ଯେପରିକି କୌଣସି ବ୍ୟକ୍ତି ଇଭିଏମଏବଂ ଭିଭିପିଏଟି ମେସିନ ବ୍ୟବହାର ଉପରେ ସଚେତନ ହେବାରୁ ବଞ୍ଚିତ ନ ହେଉ |

ପ୍ରଶିକ୍ଷଣ ସ୍ଥାନ ମାନଙ୍କରେ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରମାନେ ଉପସ୍ଥିତ ରହି ଭୋଟର ମାନଙ୍କୁ ଉତ୍ସାହିତ କରିବେ | ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଓ ବୁଥ ସ୍ତରୀୟ ଅଧିକାରୀମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ନିୟୋଜିତ ପାଇଁ ନିର୍ଦ୍ଦେଶ ଦିଆଯାଇଛି | ଏହି କାର୍ଯ୍ୟକ୍ରମ୨୫ରୁ୨୬ଦିନ ଧରି ଚାଲୁ ରହିବ, କାର୍ଯ୍ୟସୂଚୀ ଅନୁସାରେ ପ୍ରଶିକ୍ଷଣ ଦେବାର ପୂର୍ବରୁ ଲୋକମାନଙ୍କ ଅବଗତ ପାଇଁ ପ୍ରତି ଗ୍ରାମରେ ପତ୍ରିକା ବଣ୍ଟନ କରାଯିବ | ଏହି କାର୍ଯ୍ୟକ୍ରମରେ ଏଡ଼ିଏମ ସୁନ୍ଦରଗଡ଼ ଭାସ୍କର ଚନ୍ଦ୍ର ଚୁରୁକ, ରାଉରକେଲା ଏଡ଼ିଏମ  ଡ଼ଃ ଯାଦୁଲା ବିଜୟ, ସବ କଲେକ୍ଟର ଦୁଲାମଣି ପଟେଲ, ପିଡି ଡିଆରଡିଏ ଭୂମେଶ ଚନ୍ଦ୍ର ବେହେରା, ପିଏ ଆଇଟିଡିଏ  ଅନନ୍ତ ବିଜୟ ପଟ୍ଟନାୟକ, ଆରଟିଓ ସୁନ୍ଦରଗଡ଼ ରାମନିବାସ ସିରିକା, ଆରଟିଓ ରାଉରକେଲା ଅଶୋକକୁମାର ଜେନା, ଡିଡ଼ବ୍ଲ୍ୟୁଓ ସୁନ୍ଦରଗଡ଼ ସୁନିଲ କୁମାର ତାଣ୍ଡି,, ସବ-କଲେକ୍ଟର  ପାନପୋଷ ବିଶ୍ୱଜିତ ମହାପାତ୍ର, ଏଲେକ୍ସନ ଡେପୁଟି କଲେକ୍ଟର ତ୍ରିଦେଵ କୁମାର ପ୍ରଧାନ, ଇଲେକ୍ସନ ଡେପୁଟି କଲେକ୍ଟର ଅଭିମନ୍ୟୁ ବେହେରା, ଡ଼ିଆଇଓ ଏନଆଇସି  କାନ୍ଦ୍ରା ହେମ୍ବ୍ରମ, ସବଡେଗା ବିଡ଼ିଓ , ସବ କଲେକ୍ଟର ବଣାଇ ପ୍ରବୀର କୁମାର ନାଏକ, ଅଜିତ ପ୍ରସାଦ କଂଗ୍ରେସ, ବେଣୁମାଧବ ତ୍ରିପାଠୀ କଂଗ୍ରେସ, ସୁରେନ୍ଦ୍ର ସ୍ଵର୍ଣ୍ଣକାର ବିଜେପି , ଭେଷଜ ରଥ ବିଜେପି, ଜୟନାରାୟଣ ତ୍ରିପାଠୀ ବିଜେଡ଼ି ପ୍ରମୁଖ  ଉପସ୍ଥିତ ଥିଲେ `| 

0
0
0
s2sdefault