ହେଡଲାଇନସ୍:

ଯୁବକମାନେ ହେଉଛନ୍ତି ଭବିଷ୍ୟତ ରାଷ୍ଟ୍ର ନିର୍ମାତା ଏବଂ ଭାଗ୍ୟ ବିଧାତା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଓଡଗାଁରେ ବିଜୁଜନତା ଦଳର ଯୁବ ସମ୍ମିଳନୀ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଯୁବକମାନେ ହେଉଛନ୍ତି ରାଷ୍ଟ୍ରର ସମ୍ପଦ । ସେମାନେ ହେଉଛନ୍ତି ଭବିଷ୍ୟତ ରାଷ୍ଟ୍ର ନିର୍ମାତା ଏବଂ ଭାଗ୍ୟ ବିଧାତା । ଆଳସ୍ୟ ଭାବ ପରିହାର କରି ସର୍ବଦା ଜାଗ୍ରତ ରହିଲେ ବିଶ୍ୱରେ ରାଷ୍ଟ୍ର ଏକ ଶକ୍ତିଶାଳୀ ଉତ୍ସ ଭାବେ ଉଭା ହେବ ବୋଲି ଆଜି ଓଡଗାଁ ଠାରେ ଅନୁଷ୍ଠିତ ବିଜୁ ଜନତା ଦଳ ଯୁବ ସମ୍ମିଳନୀ ଅବସରରେ ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ନିଜର ମତ ପୌଷଣ କରିଥିଲେ । ଏକ  ଜନ ମଙ୍ଗଳକାରୀ ରାଷ୍ଟ୍ରରେ ଯେଉଁଦିନ ସର୍ବନିମ୍ନ ସ୍ତରରେ ଥିବା ସାଧାରଣ ମଣିଷମାନଙ୍କ ନିକଟରେ ସମସ୍ତ ସରକାରୀ ସୁବିଧା ପହଂଚି ପାରିବ ସେଦିନ ଏକ ପୁର୍ଣ୍ଣାଙ୍ଗ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ଆମେ ଆଶା କରିବା । ସେଇ କାମ କେବଳ ଏଇ ରାଜ୍ୟର ତଥା ଏଇ ଦେଶର ଯୁବକ ମାନଙ୍କ ଦ୍ୱାରା କେବଳ ସମ୍ଭବ ହେଇ ପାରିବ ବୋଲି ବିଧାୟକ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ |

ଏହି  କାର୍ଯ୍ୟକ୍ରମରେ ୧୮ଟି ପଂଚାୟତ ଓ ଏନ୍ଏସିର ୩ହଜାର ଯୁବକ ସମିଳନୀରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷା ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୂପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ୩୫ଲକ୍ଷ ଟଙ୍କା ବ୍ୟୟରେ ରଙ୍ଗଣୀପାଟଣା ପଂଚାୟତରେ ନିର୍ମିତ ହୋଇଥିବା କଲ୍ୟାଣ ମଣ୍ଡପକୁ ବିଧାୟକ ଉଦ୍ଘାଟନ କରିଥିଲେ ।

0
0
0
s2sdefault