ଟ୍ରାକ୍ଟର ମାଡ଼ି ବନକର୍ମଚାରୀଙ୍କ ଗୋଡ଼ ହାତ ଭାଙ୍ଗିଲା
ଓଡ଼ଗାଁ,୨୧।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ବନକର୍ମଚାରୀ ମାନେ ସୋମବାର ଭୋର ୪ ସମୟରେ ଓଡ଼ଗାଁ ପାଇକ ସାହି ଠାରୁ ଏକ ନମ୍ବର ବିହୀନ ଟ୍ରାକ୍ଟର ସହିତ ୧୨୦ ଖଣ୍ଡ ଶାଗୁଆନ ପଟ୍ଟା ଜବତ କରିଥିଲେ । ଘଟଣା ସ୍ଥଳରୁ ଟ୍ରାକ୍ଟର ଚାଳକ ଦୈ।ଡି ପଳାଇ ଥିବା ବେଳେ ଟ୍ରାକ୍ଟରକୁ ସୁରକ୍ଷା ଦେଉଥିବା ଚୋରା କାଠ ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏବଂ ତାଠାରୁ ଓଡି ୨୫୬୩୮୯ ବାଇକ୍ ଜବତ କରିଛନ୍ତି । ଜବତ ହୋଇଥିବା ୩୬ ସିପ୍ଟ କାଠ ପଟାର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଗିରଫ କାଠ ବୈବସାୟୀ ଜଣକ ହେଲେ ଓଡ଼ଗାଁ ଏନ୍ଏସି ବିଲମାନପୁରର ହୃଷିକେଶ ରାଉତ(୪୧)। ବନକର୍ମଚାରୀ ଟ୍ରାକ୍ଟରକୁ ଅଟକାଇ ଗାଡିର ଚାବି ଆଣିବାକୁ ଚେଷ୍ଟା କରୁଥିବା ବେଳେ ଟ୍ରାକ୍ଟର ଚଳାଇ କର୍ମଚାରୀଙ୍କୁ ମଡାଇ ଚାଲିଯାଇଥିଲା। ଫଳରେ ପ୍ରୋଟେକସନ ସ୍କ୍ବାଡରେ କାର୍ଯ୍ୟରତ ଚିତ୍ରସେନ ପ୍ରଧାନଙ୍କ ଗୋଡ଼ ଓ ହାତ ଭାଙ୍ଗି ଯାଇଛି । ଘଟଣାରୁ ପ୍ରକାଶ ଅଭିମନ୍ୟୁ ମଲ୍ଲିକଙ୍କ ନିର୍ଦ୍ଦେଶରେ ବନପାଳ ସରିତା ବରାଳଙ୍କ ନେତୃତ୍ୱରେ ବନରଖି ସୈମ୍ୟରଞ୍ଜନ ଦଳେଇ ଏବଂ ପ୍ରୋଟେକସନ ଟିମ୍ ପାଟ୍ରୋଲିଂରେ ବାହାରି ଥିଲେ ।
ବିଲ ମାନପୁରରେ କାଠ ଭର୍ତ୍ତି ଟ୍ରାକ୍ଟରକୁ ଧରିବା ପାଇଁ ଉଦ୍ୟମ କରୁଥିବା ବେଳେ ସେଠାରୁ ସେ ଖସି ଓଡ଼ଗାଁ ଅଭିମୁଖେ ଚାଲିଆସିଥିଲା । ଓଡ଼ଗାଁ ରାଧାକାନ୍ତ ମଠ ଠାରେ ଟ୍ରାକ୍ଟର ପହଁଞ୍ଚିବା ବେଳକୁ ବନକର୍ମଚାରୀ ଟ୍ରାକ୍ଟର ଆଗରେ ପାଟ୍ରୋଲିଂ ଭ୍ୟାନ୍ ରଖିଥିଲେ । ଫଳରେ ଟ୍ରାକ୍ଟର ଅଟକି ଯାଇଥିଲା । ଆହତ ବନ କର୍ମଚାରୀ ଟ୍ରାକ୍ଟର ଚାବି ଆଣିବାକୁ ଗାଡ଼ିରେ ଚଢିବା ସମୟରେ ଟ୍ରାକ୍ଟର ମୋଡ଼ ବଦଳାଇ ଅନ୍ୟ ରାସ୍ତାଦେଇ ଚାଲିଯିବାକୁ ଚଳାଇଥିଲା । ଫଳରେ କର୍ମଚାରୀ ଜଣକ ପଡିଯାଇଥିଲେ । ତାଙ୍କ ଉପରେ ଟ୍ରାକ୍ଟର ଚଢିଯାଇଥିଲା । ଏବଂ ସେଠାରୁ କିଛି ଦୁର ପାଇକ ସାହି ପର୍ଯ୍ୟନ୍ତ ଟ୍ରାକ୍ଟରକୁ ନେଇ ଚାଳକ ଗାଡ଼ି ଛାଡ଼ି ଦୈ।ଡି ପଳାଇ ଯାଇଥିଲା ।