ଖୋର୍ଦ୍ଧା ରୁ (ଶେକ ଜାଫର ): ଖୋର୍ଦ୍ଧା,୨୧ା୭: ଖୋର୍ଦ୍ଧା ଅଂଚଳରେ ମହାପ୍ରଭୁ ଜଗନ୍ନାଥଙ୍କ ଏକାଧିକ କଳା ମୁଗୁନି ପଥର ପାହାଡ ରହିଥିବା ବେଳେ ଏହାର ରକ୍ଷଣାବେକ୍ଷଣ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କରୁଥିବା ବେଳେ ବର୍ତମାନ ଏହା ଖଣି ବିଭାଗ ଅଧିନରେ ରହିଛି। ତେବେ ଖୋର୍ଦ୍ଧା ତାପଙ୍ଗ ଓ କାଇପଦର୍ ଅଞ୍ଚଳରେ ରହିଥିବା ୬ଟି କୁଆଁରୀ ଲିଜ୍ ପାଇଁ ଖୋର୍ଦ୍ଧା ଖଣି ଉପନିଦେ୍ର୍ଦଶକଙ୍କ ପକ୍ଷରୁ ନିଦେ୍ର୍ଦଶନାମା ଜାରୀ କରାଯାଇଛି । ଏଥି ନିମନ୍ତେ ଅନ୍ ଲାଇନ୍ ମାଧ୍ୟମରେ ନିଲାମଧାରୀମାନେ ନିଲାମ ରେ ଅଂଶ ଗ୍ରହଣ କରିପାରିବେ ବୋଲି କୁହାଯାଇଛି । ଜୁନ୍ ୨୮ତାରିଖ ଫର୍ମ ଆବେଦନ କରିବାର ଶେଷ ତାରିଖ ହୋଇଥିବା ବେଳେ ୨୯ରେ ନିଲାମ ନିମନ୍ତେ ଟେଣ୍ଡର ଖୋଲାଯିବା ନେଇ ତାରିଖ ଧାର୍ଯ୍ୟ କରାଯାଇଥିଲା । ତେବେ ଚଳିତ ମାସ ୧୫ରୁ ୨୫ ତାରିଖ ମଧ୍ୟରେ କୁଆଁରୀ ନିଲାମ ନିମନ୍ତେ ସମୟ ଧାର୍ଯ୍ୟ କରାଯାଇଛି । ତେବେ ୬ଟି କୁଆଁରୀ ମଧ୍ୟରେ ହନୁମନ୍ତିଆ (ଗ), ଦକ୍ଷିଣ ଶଙ୍ଖାରୀ , ଟାଙ୍ଗେଣୀ, କଳିଙ୍ଗ (କ), (ଖ) ଓ (ଗ) ରହିଛି । ଖଣି ବିଭାଗ ପକ୍ଷରୁ କୁ୍ୟବିକ୍ ମିଟର ପିଛା ସର୍ବନିମ୍ନ ୧୭୧ଟଙ୍କା ରେଟ୍ ଥିବା ବେଳେ ଖଣିରୁ ପଥର ଉତୋଳନ ପାଇଁ କୁ୍ୟବିକ୍ ମିଟର ପିଛା ସର୍ବାଧିକ ୪୩୭ଟଙ୍କା କରା ଯାଇଛି । ତେବେ ହନୁମନ୍ତିଆ (ଗ) ଓ ଟାଙ୍ଗେଣୀ ଖଣିରୁ ପଥର ଉାତୋଳନ ଲାଗି କୁ୍ୟବିକ୍ ମିଟର ପିଛା ୧୭୧ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ କଳିଙ୍ଗ (କ), (ଖ) ଓ (ଗ) ନିମନ୍ତେ ୩୫୪ଟଙ୍କା ଏବଂ ଶଙ୍ଖାରୀ ଦକ୍ଷିଣ ନୂଆ କୁଆଁରୀ ନିମନ୍ତେ ୪୩୭ ଟଙ୍କା ଧାର୍ଯ୍ୟ କରାଯାଇଛି ।
ତେବେ ଖଣି ନିଦେ୍ର୍ଦଶାଳୟର ଏହି ନିଦେ୍ର୍ଦଶନାମାକୁ ବିରୋଧ କରି ବିଗତ ଦିନରେ ଆଂଚଳିକ ପାହାଡ କ୍ରିୟାନୁଷ୍ଠାନ କମିଟି, ଖୋର୍ଦ୍ଧା ପକ୍ଷରୁ ଏହାକୁ ବିରୋଧ କରାଯାଇ ସାମ୍ବାଦିକ ସମ୍ମିଳନୀରେ ସଦସ୍ୟମାନେ ଖଣି ବିଭାଗ ନିଷ୍ପତି ଉପରେ ବର୍ଷିଥିଲେ । ପୂର୍ବବର୍ଷ ମାନଙ୍କ ପରି ନିଲାମ ରେ ଅଂଶଗ୍ରହଣ ପାଇଁ ଧାର୍ଯ୍ୟମୂଲ୍ୟ କମ୍ କରାଯାଉ ବୋଲି ସେମାନେ ଦାବି କରିଥିଲେ । ମାତ୍ର ଖଣି ବିଭାଗ ତାର ନିଦେ୍ର୍ଦଶନାମା ମୁତାବକ ଆଜି କଳିଙ୍ଗ (କ) ର ନିଲାମ ଶେଷ କରିଛି । ଏହି କୁଆଁରି କୁ କଟକର ନିରୁପମା ମାଇନିଂ ଆଣ୍ଡ ଟ୍ରାନ୍ସପୋର୍ଟିଂ (ପ୍ରା) ଲିମିଟେଡ୍ କୁ୍ୟବିକ ମିଟର ପିଛା ସର୍ବାଧିକ ୧୫୩୪ଟଙ୍କାରେ ନିଲାମ ନେଇଥିବା ବେଳେ ଆଂଚଳିକ ପାହାଡ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁ୍ୟବିକ୍ ମିଟର ପିଛା ୩୮୯ଟଙ୍କାରେ ବାବା ହଂସ କନଷ୍ଟ୍ରକସନ୍ (ପ୍ରା) ଲିମିଟେଡ୍ ନାମକ ଏକ ସଂସ୍ଥା ଟେଣ୍ଡର ଭରିଥିଲେ । ଟେଣ୍ଡର ରେ ନିରାଶ ହେବା ପରେ ଏବେ କମିଟି ସଦସ୍ୟ ସର୍ବାଧିକ ଟେଣ୍ଡର ଭାରିଥିବା ନିଲାମଧାରୀଙ୍କୁ ଉକ୍ତ ପାହାଡ ରେ ପୁରାଇ ନଦେବା ଲାଗି ବିଭିନ୍ନ ପ୍ରକାର ଆଲୋଚନା କରୁଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏନେଇ କମିଟିର କରାଯାଇଥିବା ୱାଟସଆପ୍ ଗୃପ ରେ ବିଧାୟକଙ୍କ ସହ ବୈଠକ କରି ଉକ୍ତ ନିଲାମଧାରିଙ୍କ ଠାରୁ ମାଲ ନଉଠାଇବା ଏବଂ ସମସ୍ତ କ୍ରସର ବନ୍ଦ କରିବାକୁ ନିଦେ୍ର୍ଦଶ ଦିଆଯାଉଥିବା ସ୍କ୍ରିନ୍ ସଟ ଏବେ ଭାଇରାଲ ହେଉଛି । ଉକ୍ତ ଭାଇରାଲ ଫଟୋ ମଧ୍ୟରେ ମଧ୍ୟ ସ୍ଥାନୀୟ ବିଧାୟକ କମିଟି ସଦସ୍ୟଙ୍କୁ ଧରି ବୈଠକ କରିବାର ଫଟୋ ରହିଛି । ଯାହା କୁଆଁରୀ ନିଲାମ ରେ କରାଯାଉଥିବା କେଁ ପଛରେ ବିଧାୟକଙ୍କ ସମ୍ପୃକ୍ତି ରହିଥିବା ନେଇ ସନେ୍ଦହ ପ୍ରକଟ କରୁଛି । ତେବେ ବିଗତ ବର୍ଷମାନଙ୍କରେ ବିଭିନ୍ନ ସମୟରେ ରାଜନୈତିକ ଚକ୍ରାନ୍ତର ଶିକାର ହୋଇ ସର୍ବସ୍ୱାନ୍ତ ହୋଇଛନ୍ତି ଅନେକ କ୍ରସର୍ ୟୁନିଟ୍ ର ମାଲିକ । ନିଜର ରାଜନୈତିକ ଅଭିସନ୍ଧି ପାଇଁ ପରୋକ୍ଷରେ ହେଉ କି ପ୍ରତ୍ୟକ୍ଷରେ ହେଉ କ୍ରସର ୟୁନିଟକୁ ଏକ ରକମ୍ ବନ୍ଦ କରିଦେବା ପାଇଁ ବିଭିନ୍ନ ସମୟରେ ମାଲିକ ମାନଙ୍କ ଉପରେ ଚାପ ପଡୁଛି ।
ରାଜ୍ୟ
ପାହାଡ ନିଲାମକୁ ନେଇ ରାଜନୈତିକ ଷଡଯନ୍ତ୍ର
- Hits: 107