ହେଡଲାଇନସ୍:

ଶିଶୁଙ୍କ ମନୋରଞ୍ଜନ  ପାଇଁ ଆଦର୍ଶ ପୋଲିସ ଥାନା ପରିସରରେ ଶିଶୁମିତ୍ର ଥାନା ଉଦ୍‍ଘାଟିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ: ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ପୋଲିସ ଥାନା ପରିସରରେ ଥିବା ମହିଳା ଓ ଶିଶୁ କକ୍ଷ କୋଠାରେ ଶିଶୁ ମାନଙ୍କ ମନୋରଂଜନ ପାଇଁ ଶିଶୁ ମିତ୍ର ଥାନା ଉଦ୍‍ଘାଟିତ ହୋଇଯାଇଛି । ପୋଲିସ ଆଇ.ଜି ଅରୁଣ ବୋଥ୍ରା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁମିତ୍ର ଥାନାକୁ ଉଦ୍‍ଘାଟନ କରିଥିଲେ । ଉଦ୍‍ଘାଟନ ପରେ ଆଇଜି ବୋଥ୍ରା ଶିଶୁମିତ୍ର ଥାନାରେ ଶିଶୁମାନଙ୍କ ମନୋରଂଜନ ପାଇଁ କରାଯାଇଥିବା ବିଭିନ୍ନ ବ୍ୟବସ୍ଥାକୁ ବୁଲି ଦେଖିଥିଲେ ଏବଂ ସେଠାରେ ଶିଶୁ ମାନଙ୍କ ସହିତ ବାର୍ତ୍ତାଳୋପ କରିଥିଲେ ।  ପରେ ସାମ୍ୱାଦିକ ମାନଙ୍କୁ ଶିଶୁମିତ୍ର ଥାନା ସମ୍ପର୍କରେ ଅଧିକ ସୂଚନା ଦେଇ ଆଇଜି ବୋଥ୍ରା କହିଥିଲେଯେ ଥାନାକୁ ବିଭିନ୍ନ କାମରେ ମହିଳା ମାନେ ଆସୁଥାନ୍ତି ଏବଂ ସେମାନଙ୍କ ସହିତ ଶିଶୁମାନେ ମଧ୍ୟ ଆସିଥାନ୍ତି । ସେଭଳି ବିଭିନ୍ନ କ୍ଷେତ୍ରରେ ଶିଶୁମାନେ ଉଦ୍ଧାର ହୋଇ ଆସୁଥାନ୍ତି । ଏମାନେ ଯେଉଁ ଥାନାକୁ ଆସିବା ପରେ ସେମାନଙ୍କ ବା ଯାହାଙ୍କ ସହିତ ଆସି ୨/୩ ଘଣ୍ଟା  ସମୟ ରହିଥାନ୍ତି । ସେହି ଦୁଇ ତିନି ଘଣ୍ଟା ସମୟ ରେ ଶିଶୁମାନେ ମାନସିକ ଓ ଶାରିରୀକ ଭାବେ କୌଣସି ବିରକ୍ତି ଭାବ କି କାନ୍ଦବୋବା କି ଅନ୍ୟ କୌଣସି ଖରାପ ମନଭାବ ଅନୁଭବ ନ କରନ୍ତି । ସେ ସବୁକୁ ଦୃଷ୍ଟିରେ ରଖି ଗତ କିଛି ଦିନ ଧରି ଗଜପତି ଜିଲ୍ଲାକୁ ନୂତନ ଭାବେ ଆସିଥିବା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏଭଳି ଶିଶୁମିତ୍ର ଥାନା ପ୍ରତିଷ୍ଠାର ପଦକ୍ଷେପ ନେଇଛନ୍ତି ।

ଏଭଳି ଚିନ୍ତା ଧାରା ଓ ପଦକ୍ଷେପର ଉଚ୍ଚ ପ୍ରଶଂସା କରି ଶ୍ରୀ ବୋଥ୍ରା କହିଥିଲେଯେ ଏହି ଶିଶୁ ମିତ୍ର ଥାନାରେ ଶିଶୁଙ୍କ ମନୋରଞ୍ଜନ ପାଇଁ କ୍ୟାରେମ,ଚେସ, ଲୁଡୁ ସମେତ ବିଭିନ୍ନ ଖେଳନା, ଖାତା, ବିଭିନ୍ନ ବହି ଓ ଚିତ୍ର ବହି , କଲର ପେନସିଲ ଖାତା ପ୍ରଭୃତି ରହିଛି । ତାହା ସାଙ୍ଗକୁ କକ୍ଷ ଚତୁପାର୍ଶ୍ୱ ଭିତରେ କାନ୍ଥରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ଶିଶୁ ଚିତ୍ର , ବିଭିନ୍ନ ପଶୁପକ୍ଷୀ ଚିତ୍ର ରହିଛି । ଯାହାକି ଜଣେ ଶିଶୁ ସେଠାକୁ ଆସିଲେ ୨/୩ ଘଣ୍ଟା ଆରାମରେ ବିତାଇପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରାହ ଶର୍ମା , ଏସଡିପିଓ ଠାକୁର ପ୍ରସାଦ , ଥାନା ଅଧିକାରୀ ବାବୁଲି ନାୟକ, ଜିଲ୍ଲା ସୁରକ୍ଷା ୟୁନିଟ ଅଧିକାରୀ, ଅରୁଣ କୁମାର ତ୍ରିପାଠୀଙ୍କ ସମେତ  ବହୁ ସଂଖ୍ୟାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ଶିଶୁ ମଙ୍ଗଳ ସମିତି, ଜିଲ୍ଲା ଚାଇଲଡ ଲାଇନ, ବିଭାଗୀୟ କର୍ମକର୍ତ୍ତା ଅଧିକାରୀ ଓ ପୋଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ  । ଆଇଜି ବୋଥ୍ରା ଆସିବା ପରେ ତାଙ୍କୁ ଥାନା ପରିସରରେ ଭବ୍ୟ ଗାର୍ଡ ଅଫ ଅନର ଦିଆଯିବା ସହ ନବ ଜୀବନ ଟ୍ରଷ୍ଟର ଶିଶୁମାନଙ୍କ ପକ୍ଷରୁ ଫୁଲତୋଡା ଦେଇ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

0
0
0
s2sdefault